Advertisment

ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀ ମୃତ: ହସ୍ପିଟାଲ୍ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ଟିଟିଲାଗଡ଼ର ଜୀବନ ଜ୍ୟୋତି ହସ୍ପିଟାଲ ବିରୋଧରେ ହେବ ତଦନ୍ତ । ଭୁଲ ଚିକିତ୍ସା ଯୋଗୁଁ ମିତା ବେହେରାଙ୍କ ମୃତ୍ୟୁ ଅଭିଯୋଗ ।ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଅଦ୍ୟତନ ହୋଇଛି
inquiry against hospital

inquiry against hospital

Advertisment

ବଲାଙ୍ଗିର ଟିଟିଲାଗଡ଼ର ଜୀବନ ଜ୍ୟୋତି ହସ୍ପିଟାଲ ବିରୋଧରେ ହେବ ତଦନ୍ତ। ଭୁଲ ଚିକିତ୍ସା ଯୋଗୁଁ ମିତା ବେହେରା ନାମକ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

Advertisment

ହାତ ଅପରେସନ୍ ପାଇଁ ମିତା ଆଡମିଟ୍ ହୋଇଥିବା ବେଳେ ତାଙ୍କୁ ଦିଆଯାଇଥିବା ଇଞ୍ଜେକସନ୍ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଏଥିପାଇଁ ହିଁ ତାଙ୍କ ଜୀବନ ଯାଇଥିଲା ବୋଲି ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ଜୀବନ ଜ୍ୟୋତି ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟକାର୍ଡ ଦ୍ୱାରା ଅନୁବନ୍ଧିତ ହୋଇଥିବା ସତ୍ତ୍ବେ ରୋଗୀଙ୍କଠାରୁ ଟଙ୍କା ଅସୁଲ କରୁଥିବାର ସାଙ୍ଘାତିକ ଅଭିଯୋଗ ହୋଇଥିଲା। ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ ପାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଏହି ସବୁ ଅଭିଯୋଗ ନେଇ ଜୀବନ ଜ୍ୟୋତି ହସ୍ପିଟାଲ୍ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

Wrong Injection Titlagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ