Advertisment

Mandi Problem: କାଗଜ ପତ୍ରରେ କିଣାବିକା ସରିଲା, ହେଲେ ଏବେ ବି ମଣ୍ଡିରେ ପଡ଼ିଛି ଶହ ଶହ ବସ୍ତା ଧାନ

ବହୁ ବାଦ ବିବାଦ ଭିତରେ ଓଡ଼ିଶାର ଭାତ ହାଣ୍ଡିରେ ଧାନ କିଣା ବିକା ପ୍ରକ୍ରିୟା ଆଉ କିଛି ସମୟ ମଧ୍ୟରେ ଶେଷ ହେବ l ହେଲେ ମଣ୍ଡିରେ ଥିବା ଧାନ କେବେ ମିଲର୍ସ ଉଠାଇବେ ଓ ଚାଷୀଙ୍କ ଖାତାକୁ କେବେ ଟଙ୍କା ଆସିବା ତାହା ଉପରେ ସମସ୍ତଙ୍କ ନଜର l

ଅଦ୍ୟତନ ହୋଇଛି
ମଣ୍ଡି ସମସ୍ୟା

ମଣ୍ଡି ସମସ୍ୟା

Advertisment

ଅନେକ ବାଦବିବାଦ ମଧ୍ୟରେ ଆଜି ସରିବ ଧାନ କିଣାବିକା ପ୍ରକ୍ରିୟା l ହେଲେ ଏବେବି ଅନେକ ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ l ଆଜି ଶେଷ ଦିନ ଥିବାରୁ ସମସ୍ତ ଚାଷୀଙ୍କ ଟୋକନ ସ୍କାନ କରି ଏଣ୍ଟ୍ରି କରାଯାଉଛି l ଏହା ଦ୍ବାରା ଆଉ କୌଣସି ଟୋକନ ଲାପ୍ସ ହେବ ନାହିଁ l ହେଲେ କେବେ ମାର୍କେଟରୁ ଧାନ ଉଠିବ ଆଉ କେବେ ଚାଷୀ ଟଙ୍କା ପାଇବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି l ସେପଟେ ଶେଷ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଆନ୍ଦୋଳନ l ଏ ସଂପର୍କରେ ଆମର ଗ୍ରାଉଣ୍ଡ ରିପୋର୍ଟ l

Advertisment

ଓଡ଼ିଶାର ଭାତ ହାଣ୍ଡି ବରଗଡ଼ ଜିଲ୍ଲାରେ ଆଜି ଧାନ କିଣାବିକା ପ୍ରକ୍ରିୟାର ଶେଷ ତାରିଖ l ଧାନ କିଣା ବିକା ପ୍ରକ୍ରିୟା ମେ ୧୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଜୁନ ୩୦ ତାରିଖରେ ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ l ଏହି କ୍ରମରେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ କିଣା ବିକା ସରିବ l

ଏହା ପୂର୍ବରୁ ଜିଲ୍ଲାର ସମସ୍ତ ମଣ୍ଡି ଗୁଡିକରୁ ଚାଷୀଙ୍କ ଧାନ ଉଠାଇବା ଓ ଯେପରି କାହାରି ମଧ୍ୟ ଟୋକନ ଲାପ୍ସ ନହେବ ସେନେଇ ସବୁ ଚାଷୀଙ୍କ ସ୍କାନିଂ କରାଯାଉଥିବା ଦେଖିବାକୁ ମିଳିଛି l ଆଜି ସରିବ ଧାନ କିଣା ବିକା ହେଲେ ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ l ଆଉ ଏହାକୁ ନେଇ କାଗଜ ପତ୍ରରେ ଧାନ କିଣା ବିକା ସରିଥିବା ଚାଷୀ ଅଭିଯୋଗ କରିଛନ୍ତି l କେବଳ ଏହି ମଣ୍ଡି ନୁହେଁ ଅନେକ ମଣ୍ଡିରେ ଏବେ ବି ହଜାର ହଜାର ବସ୍ତା ଧାନ ପଡ଼ିଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଏକ ହଜାର ଚାଷୀ ଧାନ ବିକିବାରୁ ବଂଚିତ ରହିଥିବା ବେଳେ ହଜାରରୁ ଉର୍ଦ୍ଧ ଚାଷୀଙ୍କର ଧାନ ମଣ୍ଡିରେ ପଡ଼ିରହିଛି l ଆଗକୁ ସବୁ ଧାନ ଉଠାଇବା ସହ ଚାଷୀଙ୍କ ଟଙ୍କା ଯଦି ଶୀଘ୍ର ନମିଳେ ତାହେଲେ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଚାଷୀ l ଅନ୍ୟପଟେ ଚାଷୀଙ୍କ ଧାନ କେବେ ଉଠିବ ଓ ସେମାନେ କେବେ ପଇସା ପାଇବେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି l

Advertisment

ସେପଟେ ବରଗଡ଼ ଗାଇସିମା ମଣ୍ଡିକୁ ଟାର୍ଗେଟ ମିଳିନଥିବାରୁ ଚାଷୀ ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ଧାରଣାରେ ବସିଛନ୍ତି l ଚାଷୀଙ୍କ ଅଭିଯୋଗ ଆଜି ଧାନ କିଣା ସରିବ ହେଲେ ବିଭାଗ ପକ୍ଷରୁ ମଣ୍ଡିକୁ ଆଲଟମେଣ୍ଟ ଦିଆନଯିବାରୁ ଉଠିପାରୁନି ଧାନ l ଯଦି ଧାନ ନ ଉଠିଲା ତାହେଲେ CSO ଅଫିସରେ ତାଲା ପକାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି l ସେପଟେ ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି ଆଜି ସନ୍ଧ୍ୟା ସୁଦ୍ଧା ଆମେ ସମସ୍ତ ଚାଷୀଙ୍କ ଧାନ କିଣିବୁ l ହେଲେ ମଣ୍ଡିରେ ଧାନ ଥିବା କଥା ବାବଦରେ ସଫେଇ ଦେଇ କହିଛନ୍ତି ଏହା ଏକ ପ୍ରକ୍ରିୟା। କିଛି ଦିନ ଭିତରେ ଏହି ଧାନ ଉଠିବ l

ବହୁ ବାଦ ବିବାଦ ଭିତରେ ଓଡ଼ିଶାର ଭାତ ହାଣ୍ଡିରେ ଧାନ କିଣା ବିକା ପ୍ରକ୍ରିୟା ଆଉ କିଛି ସମୟ ମଧ୍ୟରେ ଶେଷ ହେବ l ହେଲେ ମଣ୍ଡିରେ ଥିବା ଧାନ କେବେ ମିଲର୍ସ ଉଠାଇବେ ଓ ଚାଷୀଙ୍କ ଖାତାକୁ କେବେ ଟଙ୍କା ଆସିବା ତାହା ଉପରେ ସମସ୍ତଙ୍କ ନଜର l

Advertisment

(ବରଗଡରୁ ଧର୍ମଦତ୍ତ ପାଢ଼ୀ, ଓଟିଭି)

Bargarh Farmers Irregulalrities In Paddy Procurement In Odisha Mandi Mismanagment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ