୩ ମେଧାବୀ ଛାତ୍ରଛାତ୍ରୀ ପାଇଲେ ଅରିନ୍ଦମ ଦାସ ସ୍କଲାରସିପ୍

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଗତ ୩ ବର୍ଷ ଧରି ସ୍କଲାରସିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି ।

Arindam Das Scholarship

ବ୍ରହ୍ମପୁର ୟୁନିଭର୍ସିଟିର ୩ ମେଧାବୀ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କୁ ମିଳିଲା ତୃତୀୟ ଅରିନ୍ଦମ ଦାସ ସ୍କଲାରସିପ୍ । ଭୁବନେଶ୍ବର ପଟିଆସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ୩ ଛାତ୍ରଛାତ୍ରୀ ଲାଡଲି ଦାଶ, ସାଇନି କର୍ମକାର ଏବଂ ବିଶ୍ବଜିତ ନାହକଙ୍କୁ ସ୍କଲାରସିପ୍ ବାବଦକୁ ଚେକ୍ ପ୍ରଦାନ କରାଯାଇଛି ।

ଏହି ଅବସରରେ ଓଡ଼ିଶା ଟେଲିଭିଜନ ନେଟୱର୍କର ବିଜିନେସ୍ ହେଡ୍‌ ଲିତିଶା ମଙ୍ଗତ ପଣ୍ଡା, ଓଟିଭି ଏକଜିକ୍ୟୁଟିଭ୍ ଏଡିଟର ରାଧାମାଧବ ମିଶ୍ର, ଓଟିଭି ନେଟୱର୍କ ଗ୍ରୁପ୍ ଏଚଆର ଓ ଅପରେସନ୍ ମୁଖ୍ୟ ଲେଫଟନାଣ୍ଟ କର୍ଣ୍ଣେଲ ସି.କେ. ଜେନାଙ୍କ ସମେତ ଓଟିଭିର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ କର୍ମଚାରୀଗଣ ।

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଗତ ୩ ବର୍ଷ ଧରି ସ୍କଲାରସିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ ପଢୁଥିବା ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ଓଟିଭି କେୟାର୍ସ ପକ୍ଷରୁ ଏହି ସ୍କଲାରସିପ୍ ପ୍ରଦାନ କରାଯାଉଛି । ଆସନ୍ତା ୨୪ ତାରିଖରେ ଅରିନ୍ଦମଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ । ୨୦୨୧ ମସିହା ସେପଟେମ୍ବର ୨୪ ତାରିଖରେ ମୁଣ୍ଡଳୀ ସ୍ଥିତ ମହାନଦୀକୁଏକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଥିଲା ।