OTET
OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି ରହିଛି । ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ DIG ବି. ଗଙ୍ଗାଧର । କାହିଁକି ପ୍ରଶ୍ନପତ୍ର ଲିକ୍ ହେଲା, ତା'ର ତଦନ୍ତ ଚାଲିଛି । ବୋର୍ଡ ଅଫିସ୍ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ୭ଜଣଙ୍କୁ ଗିରଫ କରାଯିବା ପରେ ପରେ ଆଉ କିଏ କିଏ ରହିଛନ୍ତି, ତଦନ୍ତ ଜାରି ରହିଛି । ଲାପଟପ୍ ପାସଓ୍ୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି । କାହା କାହା ପାଖକୁ ପ୍ରଶ୍ନପତ୍ର ଯାଇଛି, ଲିଙ୍କ୍ ଖୋଜା ଚାଲିଛି ।
ସେ କହିଛନ୍ତି, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କେମିତି ପ୍ରଶ୍ନପତ୍ର ଲିକ୍ ହେଲା? ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପଟପରୁ କେମିତି ପ୍ରଶ୍ନପତ୍ର ନେଲେ ଡାଟା ଏଣ୍ଟ୍ରି ଅପରେଟର୍ ? ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖାଯାଇନଥିଲା କି? ଏବେ ଏମିତି କିଛି ପ୍ରଶ୍ନ ଉପରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଆଜି ଏହି ଘଟଣାରେ ଆଉ ଜଣେ ଶିକ୍ଷକଙ୍କୁ ଗିରଫ କରିବା ପରେ OTET ପ୍ରଶ୍ନପତ୍ର ଲିଙ୍କର ଗୁମର ଧିରେ ଧିରେ ଖୋଲୁଛି। ବୋର୍ଡ ଉପସଭାପତିଙ୍କ ପସର୍ନାଲ୍ ଲାପଟପକୁ ପ୍ରଶ୍ନପତ୍ର କିଏ ପଠାଇଲା?
ଯଦି, ପ୍ରଶ୍ନପତ୍ର ଆସିଲା ତା ହେଲେ କାହିଁକି ପାସଓ୍ୱାର୍ଡ ନଥିଲା ସେ ଦିଗରେ ବି ତଦନ୍ତ ହେଉଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ବି.ଗଙ୍ଗାଧର। ଅଭିଯୁକ୍ତ ଶିକ୍ଷକ ପ୍ରଶାନ୍ତ ଖମାରୀ ପ୍ରଶ୍ନପତ୍ରକୁ ଇଂରାଜୀରୁ ଓଡ଼ିଆକୁ ଟ୍ରାନସଲେଟ୍ କରିଥିଲେ। ଏହି ଘଟଣାରେ ଏବେ ଯାଏଁ ମାଷ୍ଟରମାଇଣ୍ଡ ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣାଙ୍କ ସମେତ ୭ ଜଣ ଗିରଫ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/OTET_1754034570.jpg)