High Court of Orissa
ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ପୂରଣ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ଗତ ବର୍ଷ ଅଗଷ୍ଟ ମାସରୁ ସମସ୍ତ ପଦବୀ ଖାଲି ପଡ଼ିଥିଲେ ବି ନୂଆ ନିଯୁକ୍ତି ପାଇଁ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି । ଏହି ପ୍ରସଙ୍ଗରେ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରତି ଜବାବ ପାଇଁ ଏକ ସପ୍ତାହ ସମୟ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ମାମଲାରୁ ପ୍ରକାଶ ଯେ, ୨୦୨୪ ମସିହା ଅଗଷ୍ଟ ମାସରୁ ଓଡ଼ିଶା ଲୋକାୟୁକ୍ତରେ ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ଖାଲି ପଡିଛି । ଯାହାକୁ ନେଇ ଦୁର୍ନୀତି ସଂକ୍ରାନ୍ତରେ ଯେଉଁ ଅଭିଯୋଗ ଦାଖଲ ହେଉଛି, ତାହାର ସମାଧାନ ଦିଗ ଏକ ପ୍ରକାର ବନ୍ଦ ହୋଇଯାଇଛି । ଲୋକାୟୁକ୍ତରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟ ରହିବା ସହ ଲୋକୟୁକ୍ତ ଆଇନ ଧାରା ୬ ଅନୁଯାୟୀ ସଦସ୍ୟଙ୍କୁ କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ନୂଆ ସଦସ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ବ୍ୟବସ୍ଥା ରହିଛି । କିନ୍ତୁ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗରେ ମାନବାଧିକାର କର୍ମୀ ପ୍ରବୀର ଦାସ ଏହି ମାମଲା ଦାୟର କରିଛନ୍ତି ।
ଗତ ବର୍ଷ ଅଗଷ୍ଟ ମାସରେ ଆୟୁକ୍ତଙ୍କ ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ନିଯୁକ୍ତି ଦିଗରେ ସରକାର ବ୍ୟାକଫୁଟରେ ରହିଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି । ତିନି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757597088.jpg)