Advertisment

ଅର୍ଡର ଦେଉଛି ଓରେରା, ମାନୁନାହାନ୍ତି ବିଲଡର !

ବାସଗୃହ କ୍ରେତାଙ୍କୁ କ୍ଷତିପୂରଣ ଦେବାରେ ଅହେତୁକ ବିଳମ୍ବ । ରିୟଲ ଇଷ୍ଟେଟ୍ ସଂସ୍ଥା ବିପୁଲ ଏମଡିଙ୍କ ଉପରେ ଆକ୍ସନ ।

ଅଦ୍ୟତନ ହୋଇଛି
undefined

ORERA

Advertisment

ଅର୍ଡର ପରେ ଅର୍ଡର ଦେଉଛନ୍ତି ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟାରି ଅଥରିଟି ବା ORERA । ହେଲେ ଆଦେଶ ମାନୁନାହାନ୍ତି ବିଲ୍ଡର । ଏମିତିକି ଓପିଡିଆର୍ ଆଇନ ଅନୁସାରେ ଆଦେଶ ବି କାର୍ଯ୍ୟକାରୀ କରୁନାହାନ୍ତି ସାର୍ଟିଫିକେଟ୍ ଅଫିସର । କିନ୍ତୁ ନିକଟରେ ସୁପ୍ରିମକୋର୍ଟରେ ଆଦେଶ ଅବମାନନା ମାମଲା ହେବା ପରେ ଚେତିଛି ପ୍ରଶାସନ।

Advertisment

ଓରେରା ଅର୍ଡରକୁ ବିଲ୍ଡରଙ୍କ ବେଖାତିର । ପ୍ରଶାସନ ଚୁପ୍, ବାସଗୃହ କ୍ରେତା ବେସାହାରା । ସୁପ୍ରିମକୋର୍ଟରେ ମାମଲା ପରେ ଆକ୍ସନ ଆରମ୍ଭ । ଗିରଫଦାରି ପୂର୍ବରୁ ବିଲ୍ଡରଙ୍କୁ ସୋ କଜ୍ ନୋଟିସ୍ । ଭୁବନେଶ୍ୱର ADM, ନିକଟରେ ଏକ ରିଅଲ ଇଷ୍ଟେଟ୍ ସଂସ୍ଥା ମାଲିକଙ୍କୁ ସୋ’କଜ୍ ନୋଟିସ ପଠାଇବା ପରେ ଖୋଲୁଛି ବିଲ୍ଡରଙ୍କ ମନମାନିର ଗୁମର। ବିପୁଲ ଲିମିଟେଡ୍ ନାମକ ରିଅଲ ଇଷ୍ଟେଟ୍ ସଂସ୍ଥାର MDଙ୍କୁ ଦିଆଯାଇଥିବା ଏହି ନୋଟିସରେ କୁହାଯାଇଛି, ୨୦୨୩ର ସାର୍ଟିଫିକେଟ୍ କେସ୍  ନମ୍ବର-୬ର ୮୭ ଲକ୍ଷ ୯୪ ହଜାର ୫୫୧ ଟଙ୍କା ଦାଖଲରେ ସଂସ୍ଥା ବିଫଳ ହୋଇଛି।

ଏଣୁ କାହିଁକି ତୁମ ବିରୋଧରେ ଗିରଫ ପାଇଁ ୱାରେଣ୍ଟ ଜାରି ହେବନି, ଡିସେମ୍ବର ୩୧ ସୁଦ୍ଧା ଜବାବ ଦାଖଲ କର। ଖାଲି ଏଇ ଗୋଟିଏ ନୁହେଁ, ଓରେରାର ଆଦେଶ ପରେ ବି ୧୮ ଜଣ ବାସଗୃହ କ୍ରେତାଙ୍କ ୧୪ କୋଟି ୧୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇନି ବିପୁଲ୍ ଲିମିଟେଡ୍। ଓପିଡିଆର ଆଇନ ଅନୁସାରେ, ଓରେରା ରାୟ ପରେ ଏଡିଏମ୍, ରିଅଲ ଇଷ୍ଟେଟ୍ ସଂସ୍ଥାଠାରୁ ଏହି କ୍ଷତିପୂରଣ ରାଶି ଅସୁଲ କରିବା କଥା।

Advertisment

ହେଲେ ଆଶ୍ଚର୍ଯ୍ୟର କଥା, କେବଳ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଏଭଳି ଶତାଧିକ ମାମଲାରେ ଅର୍ଥ ଅନାଦେୟ ହୋଇ ପଡ଼ିରହିଛି। କିନ୍ତୁ ଅନ୍ୟ ଏକ ମାମଲାରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି ଭୁବନେଶ୍ୱର ଏଡିଏମ୍ । ରିଅଲ ଇଷ୍ଟେଟ କର୍ମୀଙ୍କ କହିବା କଥା, ଗତ କିଛି ବର୍ଷ ହେଲା ଓରେରା ରାୟକୁ ବିଲ୍ଡରମାନେ ଅନୁପାଳନ କରୁ ନଥିବା ଦେଖାଯାଉଛି। ଓପିଡିଆର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବି ହେଉନାହିଁ।

ରିଅଲ ଇଷ୍ଟେଟ୍ ସଂଘର କହିବା କଥା, ରେରା ରାୟରେ ଅସନ୍ତୁଷ୍ଟ ହେଲେ ରିଅଲ ଇଷ୍ଟେଟ୍ ସଂସ୍ଥା ଟ୍ରିବ୍ୟୁନାଲ କିମ୍ବା ହାଇକୋର୍ଟରେ ଆବେଦନ କରିପାରିବେ। ତେବେ ଉପର କୋର୍ଟକୁ ଗଲେ ରେରା ଆଦେଶ ଅନୁପାଳନର ଆବଶ୍ୟକ ନଥାଏ। ଅନ୍ୟପକ୍ଷରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, କାହିଁକି ରେରା ଆଦେଶକୁ ବିଲ୍ଡରମାନେ ମାନୁନାହାନ୍ତି, କିଭଳି ସେମାନଙ୍କଠାରୁ ରାୟ ପରବର୍ତ୍ତୀ କ୍ଷତିପୂରଣ ଅର୍ଥ ଅସୁଲ କରାଯିବ, ସେନେଇ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।

Advertisment

ଏବେ ଅପେକ୍ଷା, ରେରା ଉପରେ ବାସଗୃହ କ୍ରେତାଙ୍କ ବିଶ୍ବାସ ଫେରାଇ ଆଣିବାକୁ ତଥା ଓପିଡିଆର ଆଇନର କଡ଼ାକଡ଼ି ପାଳନ ପାଇଁ କି ପଦକ୍ଷେପ ନେଉଛନ୍ତି ମୋହନ ସରକାର। 

Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ