Advertisment

ଖାଉଟିଙ୍କୁ ଚଡ଼କ; ୮୦ କି ୬୦ ଟଙ୍କା ତଳକୁ ବଜାରରେ ମିଳୁନି କଞ୍ଚା ପରିବା

ଖାଲି ପିଆଜ କାହିଁକି, ବଜାରରେ ପନିପରିବାର ଦର ଶୁଣି କାବା ହୋଇଯାଉଛନ୍ତି ଗ୍ରାହକ। ମାର୍କେଟ୍ ଏମୁଣ୍ଡରୁ ସେମୁଣ୍ଡ, ବୁଲି ବୁଲି ଦର ପଚାରୁଛନ୍ତି ସିନା, ୬୦ ତଳକୁ କିଛି ମିଳୁନି।

ଅଦ୍ୟତନ ହୋଇଛି
undefined

Vegetable Price Hike

Advertisment

କଟକ ବଜାରରେ ତ ଗୋଲାପୀ ୧ ନମ୍ବର ପିଆଜ ନାହିଁ, ଯାହା ଅଛି ତାର ଦାମ୍ ବି ହୁ ହୁ ହୋଇ ବଢିବାରେ ଲାଗିଛି। ସପ୍ତାହେ ତଳେ ୨୫ରୁ ୩୦ ଟଙ୍କାରେ ମିଳୁଥିଲା, ଏବେ ଦର ୪୦। ବ୍ରହ୍ମପୁରରେ ଖୁଚୁରା ଦୋକାନରେ ୪୫ ଟପିଲାଣି ପିଆଜ କିଲୋ, କ୍ୱାଲିଟି ଟିକେ ଭଲ ଥିଲେ ଆଉ ୫ ଟଙ୍କା ଅଧିକ, ମାନେ ୫୦ ଟଙ୍କା। ମହଙ୍ଗା ମାଡ଼ ଗ୍ରାହକଙ୍କ ପକେଟକୁ ବାଧୁଥିବା ବେଳେ ବ୍ୟବସାୟୀ କହିଛନ୍ତି, ରାଜ୍ୟକୁ ମହାରାଷ୍ଟ୍ରର ନାସିକରୁ ପିଆଜ ଆସୁଛି। ସେଠାରୁ ଓଡ଼ିଶା ଆସିବାକୁ ୪ ଦିନ ସମୟ ଲାଗୁଛି। ଗରମ ଓ ଗୁଳୁଗୁଳିରେ ଗାଡିରେ ନଷ୍ଟ ହୋଇଯାଉଛି ପିଆଜ। ନାସିକରେ ବି ଦର ଉଚ୍ଚା ରହିଛି, ନୂଆ ଫସଲ ବାହାରିନି। ତେଣୁ ପିଆଜ ଦରରେ ଏବେ ଲାଗିବନି ଲଗାମ୍। ପିଆଜ ଦରକୁ ତାଳ ଦେଇ ଆଳୁ ବି ୩୦ ଡେଇଁଲାଣି।

Advertisment

ଖାଲି ପିଆଜ କାହିଁକି, ବଜାରରେ ପନିପରିବାର ଦର ଶୁଣି କାବା ହୋଇଯାଉଛନ୍ତି ଗ୍ରାହକ। ମାର୍କେଟ୍ ଏମୁଣ୍ଡରୁ ସେମୁଣ୍ଡ, ବୁଲି ବୁଲି ଦର ପଚାରୁଛନ୍ତି ସିନା, ୬୦ ତଳକୁ କିଛି ମିଳୁନି। ଟମାଟୋ ୬୦, ଫୁଲକୋବି ୬୦, ବାଇଗଣ ୬୦, ପୋଟଳ ଓ ଝୁଡଙ୍ଗ ୭୦, ଜହ୍ନି-ଭେଣ୍ଡି ଓ କଲରା ୮୦ରୁ କମ୍ ନାହିଁ। ବିନ୍ସ ଓ କ୍ୟାପସିକମ୍ ଦେଢ ଶହ, ସଜନା ଛୁଇଁ, ଅଦା ଓ ରସୁଣ ତ ୨୦୦ ପାର୍। କଟକର ଛତ୍ର ବଜାର ହେଉ ଅବା ସମ୍ବଲପୁରର ଗୋଲ ବଜାର ଓ ରାଜଧାନୀର ୧ ନମ୍ବର ପରିବା ମାର୍କେଟ୍, ପର୍ଯ୍ୟାପ୍ତ ପରିବା ଆସୁନି। ବର୍ତ୍ତମାନ ରାଜ୍ୟରେ ସ୍ଥାନୀୟ ଉତ୍ପାଦନ ନାହିଁ କହିଲେ ଚଳେ। ବଜାରରେ ମିଳୁଥିବା ପ୍ରାୟ ସବୁ ପନିପରିବା ବାହାର ରାଜ୍ୟରୁ ଆସୁଛି।

ଏମିତିରେ ବି ଆଳୁ, ପିଆଜଠାରୁ ପନିପରିବା, ସବୁପାଇଁ ଭରସା ବାହାର ରାଜ୍ୟ। ଆଳୁ ପାଇଁ ପଶ୍ଚିମବଙ୍ଗ ନହେଲେ ଉତ୍ତର ପ୍ରଦେଶ, ପିଆଜ ପାଇଁ ମହାରାଷ୍ଟ୍ର ଓ ଆନ୍ଧ୍ର, ପନିପରିବା ପାଇଁ ବାଙ୍ଗାଲୋର, ଆନ୍ଧ୍ର, ରାୟପୁର ଏମିତି ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା। ବ୍ୟବସାୟୀ ସଂଘ କହିଛି, ଏବେ ହଠାତ୍ ଦର କମିବା ସମ୍ଭାବନା କମ୍, ଆହୁରି ମାସେ ସମୟ ଲାଗିପାରେ। ସ୍ଥାନୀୟ ଉତ୍ପାଦନ ବଢିଲେ ନିୟନ୍ତ୍ରଣକୁ ଆସିବ ପନିପରିବା ଓ ପିଆଜ ଦର।

Advertisment

ଏବେ ଅପେକ୍ଷା ମୌସୁମୀ ବର୍ଷାକୁ। କାରଣ, ବର୍ଷା ହେଲେହିଁ ବିଲବାଡରେ ପରିବା ଫଳିବ ଏବଂ ରାଜ୍ୟବାସୀଙ୍କୁ ଦରଦାମ୍ ବୃଦ୍ଧିରୁ ମିଳିବ ଆଶ୍ୱସ୍ତି।

Vegetable Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ