Advertisment

ରାସ୍ତାରେ ପାଗଳ ପରି ବୁଲୁଥିଲେ, ଏବେ ସ୍କୁଲରେ ପିଲାଙ୍କ ପ୍ରିୟ ଶିକ୍ଷକ !

ଚିତ୍ରାଙ୍କନ ଶିଖାଉଥିବା ବୃଦ୍ଧଙ୍କୁ ନେଇ ସବୁଠି ଚର୍ଚ୍ଚା । ଯାଜପୁର ଦରାଜପୁର ପ୍ରୋଜେକ୍ଟ ବିଦ୍ୟାଳୟରେ ଶିଖାଉଛନ୍ତି ଚିତ୍ରାଙ୍କନ ।

Drawing Teacher

Drawing Teacher

Advertisment

କେତେବେଳେ କଳାପଟା ତ କେତେବେଳେ ଆର୍ଟ ପେପର । କ୍ଲାସରୁମ୍ ଭିତରେ ଚୁଟକିରେ ଭଳିକି ଭଳି ଚିତ୍ର ଆଙ୍କି କୁନି କୁନି ପିଲାଙ୍କ ମନ କିଣି ନେଉଛନ୍ତି ଜଣେ ବୟସ୍କ ବ୍ୟକ୍ତି । ହେଲେ ସେ ମଣିଷ ଜଣକ ପେଷାରେ କୌଣସି ଆର୍ଟ ଟିଚର ନୁହଁନ୍ତି। କିନ୍ତୁ ତାଙ୍କ ଯାଦୁକାରୀ ହାତର ସ୍ପର୍ଶରେ ଗଛ, ଲତା, ଫୁଲ-ଫଳ ଅବା ପଶୁ-ପକ୍ଷୀ, ସବୁ ଚିତ୍ର ସତେ ଯେମିତି ହୋଇ ଯାଉଛନ୍ତି ଜୀବନ୍ତ, ତାକୁ ଦେଖି ପିଲାଏ ବି ମୋହିତ।

Advertisment

ଯାଜପୁର ଜିଲ୍ଲା ଦରାଜପୁର ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟରେ ବସନ୍ତ ସାହୁ ନାମକ ବୃଦ୍ଧଙ୍କର ଏବେ ଭାରି ଆଦର। ବେଶୀ କଥା ସିନା କହୁନାହାନ୍ତି, ହେଲେ ପିଲାଙ୍କର ଅତିପ୍ରିୟ ପାଲଟିଛନ୍ତି।

ବସନ୍ତ ସାହୁ । କେମିତି ଏ ସ୍କୁଲକୁ ଆସିଲେ ? ତାଙ୍କୁ କିଏ ଆଣିଲା ? ଏସବୁ ପ୍ରଶ୍ନର ଉତ୍ତର ମିଳିବା ପରେ ଯେମିତିକ ଏକ ଫିଲ୍ମର କାହାଣୀ ଭଳି ଲାଗୁଛି। ଗୁଣ ଚିହ୍ନେ ଗୁଣିଆ ଉପାଖ୍ୟାନ ପରି ସ୍କୁଲର ଜଣେ ଶିକ୍ଷକ ଉପେନ୍ଦ୍ର ଜେନା, ସ୍କୁଲରୁ ଫେରୁଥିବା ବେଳେ ପାଖ ଗାଁ ତ୍ରିଲୋଚନପୁରରେ ବସନ୍ତଙ୍କୁ ରାସ୍ତାରେ ପାଗଳ ପରି ବୁଲୁଥିବାବେଳେ ଦେଖିଥିଲେ। ଦୟା ଲାଗିବାରୁ ସେବା ସୁଶ୍ରୁସା କରି କୌଣସି ବୃଦ୍ଧାଶ୍ରମରେ ଛାଡିବାକୁ ମନସ୍ଥ କରିଥିଲେ। ହେଲେ ବସନ୍ତ ଜଣେ ଉଚ୍ଚଶିକ୍ଷିତ ଚିତ୍ରକର ବୋଲି ଜାଣିବା ପରେ ତାଙ୍କୁ ସାଙ୍ଗରେ ସ୍କୁଲ ନେଇ ଆସିଲେ, ଆଉ ପିଲାଙ୍କୁ ଆର୍ଟ ଶିଖେଇବାକୁ ପରାମର୍ଶ ଦେଇଥିଲେ।

Advertisment

ସେବେଠୁ ପିଲାଙ୍କୁ ଚିତ୍ରଙ୍କନ ଶିଖାଇବା ସହ ଭଳିକି ଭଳି ଚିତ୍ର ଆଙ୍କୁଛନ୍ତି ବସନ୍ତ। କହିଛନ୍ତି ସେ ଶିକ୍ଷକଙ୍କ ଉପେନ୍ଦ୍ରଙ୍କ ସେବା ସୁଶ୍ରୁସା ଓ ପିଲାଙ୍କ ସ୍ନେହ ଆଦର ପାଇ ଏବେ ଭାରି ଖୁସି। ରାସ୍ତାରେ ଦିଗହରା ହୋଇ ବୁଲୁଥିବା ଜଣେ ପ୍ରତିଭା ସମ୍ପନ୍ନ ମଣିଷଙ୍କୁ ଆଣି କୌଣସି ମହତ କାମରେ ଲଗାଇବାର ଏ ଘଟଣା ବାସ୍ତବିକ ପ୍ରଶଂସନୀୟ।

Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ