Advertisment

Life in Cement Pipe: ବାହାରେ କାଚୁଛି ଲଘୁଚାପ ବର୍ଷା...ସିମେଣ୍ଟ ପାଇପ୍ ଭିତରେ କଟୁଛି ବୁଢ଼ା ମଉସାଙ୍କ ଜୀବନ

ବୃଦ୍ଧ ଙ୍କୁ ଖାଇବା କଥା ପଚାରି ବାରୁ ସେ ମୁଣ୍ଡ ହଲାଇ ଖାଇବାକୁ କହିଥିଲେ।କିଛି ଖାଦ୍ୟ ଆଣି ଆମେ ତାଙ୍କୁ ଉକ୍ତ ନଳ ଭିତରୁ ବାହାରକୁ ଡାକିବାରୁ ସେ ବାହାରକୁ ବାହାରି ଆସି ଖାଦ୍ୟ ଖାଇଥିଲେ। ସେହି ସମୟରେ କିଛି ତାଙ୍କ ବିଷୟରେ ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲୁ, ହେଲେ ସେ କିଛି କହିବାକୁ ସକ୍ଷମ ହୋଇନଥିଲେ । ଖାଇସାରି ବୃଦ୍ଧ ଜଣକପୁଣି ସେଇ ସିମେଣ୍ଟ ନଳ ଭିତରକୁ ଯାଇ ରାତ୍ର ଯାପନ କରିଥିଲେ।

ଅଦ୍ୟତନ ହୋଇଛି
ସିମେଣ୍ଟ ପାଇପ୍ ଭିତରେ ବିତୁଛି ଜୀବନ

ସିମେଣ୍ଟ ପାଇପ୍ ଭିତରେ ବିତୁଛି ଜୀବନ

Advertisment

ଅଦିନିଆ ଲଘୁଚାପ ବର୍ଷା ସାଙ୍ଗକୁ କୋହଲା ପାଗରେ ଥରୁଛି ସାରାରାଜ୍ୟ। ସୁନସାନ ରାତି ନିସ୍ତବ୍ଧ ସହର ସାଙ୍ଗକୁ ବଡ଼ବଡ଼ ଗାଡିର ବିକଟାଳ ଶବ୍ଦ ରେ ସତେ ଯେମିତି କାନ ଫାଟି ଫଡୁଛି।ଏହାରି ଭିତରେ ଆମର ନଜର ପଡିଲା ଜାତୀୟ ରାଜପଥ ଓଭର ବ୍ରିଜ ଡିଭାଇଡର ମଧ୍ୟ ଭାଗରେ ପଡି ରହିଥିବା ଏକ ସିମେଣ୍ଟ ନଳ ଉପରେ। ନଳ ଭିତରୁ ବାହାରକୁ ଦିଶୁଥାଏ କେହିଜଣେ ବ୍ୟକ୍ତିର ୨ ଟି ଗୋଡ଼। ପାଖକୁ ଯାଇ ଦେଖିଲା ବେଳକୁ ଜଣେ ବୃଦ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ଅତି ଦୟନୀୟ ଭାବେ ଜାକିଜୁକି ହୋଇ ବସି ରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ପାଣିକୋଇଲି ୧୬ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜ ଉପରେ।

Advertisment

ସୂଚନା ଅନୁଯାୟୀ, ଗତ ୪ ମାସ ହେଲା ଏହି ୩ ଫୁଟ ଲମ୍ବ ଓ ୨ ଫୁଟ ଗୋଲେଇ ବିଶିଷ୍ଟ ସିମେଣ୍ଟ ନଳ ଭିତରେ ବୃଦ୍ଧ ଜଣକ ଆଶ୍ରୟ ନେଉଛନ୍ତି। ଯାହା ପାଲଟିଛି ଏହି ବୃଦ୍ଧଙ୍କ ବାସସ୍ଥାନ। ଅସହ୍ୟ ଜାଡ଼ରେ ସମ୍ପୂର୍ଣ୍ଣ ଶରୀର ଥରୁଛି। ଗୋଡ଼ହାତ କୋଲ ମାରି ଯାଉଛି। ତଥାପି ବୃଦ୍ଧ ଜଣକ ଏହି ନଳ ଭିତରେ ଜୀବନ ବିତାଇବାକୁ ସଂଘର୍ଷ ଚଳାଇଛନ୍ତି। ଆମେ କିଛି ସମୟ ତାଙ୍କ ସହ କଥାହେବା ପରେ ଜାଣିବାକୁ ପାଇଲୁ ବୃଦ୍ଧ ଜଣକ ସବୁ ବୁଝି ପାରୁଛନ୍ତି, ହେଲେ ଭାଗ୍ୟ ର ବିଡମ୍ବନା ତାଙ୍କ ପାଟି ଫିଟୁନି।ମୁଣ୍ଡ ହଲାଇ ଆମ କଥାର ଉତ୍ତର ରଖିଲେ।

ସ୍ଥାନୀୟ ଲୋକ କହନ୍ତି ବୃଦ୍ଧ ଜଣକ ପାଣିକୋଇଲି ବଜାରରେ କାହାକୁ କିଛି ନ କହି ବୁଲିଥାନ୍ତି, ଯିଏ ଯାହା ଦିଏ ଖାଇଦିଅନ୍ତି। ଆଉ ରାତି ହେଲେ ଏହି ନଳ ଭିତରେ ପଶି ଯାଆନ୍ତି। କ’ଣ ବା ଆଉ କରନ୍ତେ। ଏଇ ନଳ ହିଁ ତାଙ୍କ ପାଇଁ ସବୁଦିନିଆ ଆବାସ ପାଲଟିଯାଇଛି। ସକାଳୁ ନଳ ଭିତରୁ କେତେବେଳେ ବାହାରନ୍ତି ତାଙ୍କୁ କେହି ଦେଖନ୍ତି ନାହିଁ।

Advertisment

ଆମେ ବୃଦ୍ଧ ଙ୍କୁ ଖାଇବା କଥା ପଚାରି ବାରୁ ସେ ମୁଣ୍ଡ ହଲାଇ ଖାଇବାକୁ କହିଥିଲେ। କିଛି ଖାଦ୍ୟ ଆଣି ଆମେ ତାଙ୍କୁ ଉକ୍ତ ନଳ ଭିତରୁ ବାହାରକୁ ଡାକିବାରୁ ସେ ବାହାରକୁ ବାହାରି ଆସି ଖାଦ୍ୟ ଖାଇଥିଲେ। ସେହି ସମୟରେ ତାଙ୍କ ବିଷୟରେ କିଛି ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲୁ, ହେଲେ ସେ କିଛି କହିବାକୁ ସକ୍ଷମ ହୋଇନଥିଲେ ।

ଖାଇସାରି ବୃଦ୍ଧ ଜଣକ ପୁଣି ସେଇ ସିମେଣ୍ଟ ନଳ ଭିତରକୁ ଯାଇ ରାତ୍ର ଯାପନ କରିଥିଲେ। ରାସ୍ତାର ୨ ପାର୍ଶ୍ଵରେ ଯେଉଁଭଳି ଭାବେ ଗାଡି ଯିବାଆସିବା କରୁଛି ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି। ତେବେ ଯଥାଶୀଘ୍ର ଏହି ବୃଦ୍ଧଙ୍କୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ସାଧାରଣରେ ଦାବି ହେଉଛି।

Advertisment
Jajpur Low Pressure Old Man Pathetic Situation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ