Advertisment

Priyanka-Jyoti Connection: ସ୍କାନରରେ ପୁରୀ ଝିଅ ପ୍ରିୟଙ୍କା, ଜ୍ୟୋତିଙ୍କ ସହ ବୁଲିଛନ୍ତି ପହଲଗାମ

ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା । ପୁରୀ ବେଳାଭୂମିରେ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ରହିଛି । ଏହାସହ ପ୍ରିୟଙ୍କା କର୍ତ୍ତାରପୁର ମଧ୍ୟ ଯାଇଥିବାରୁ ସନ୍ଦେହ ବଢିଛି । ପହଲଗାମ ସମେତ ରାଜ୍ୟ ବାହାରେ ଉଭୟଙ୍କର ଏକାଧିକ ଫଟୋ ରହିଛି । ଯାହାକୁ ନେଇ ସନ୍ଦେହ ବଢୁଛି ।

ଅଦ୍ୟତନ ହୋଇଛି
Priyanka Senapati In Jyoti Link

Priyanka Senapati In Jyoti Link

Advertisment

୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା । ଜ୍ୟୋତି ପୁରୀ ଆସିବା ପରେ ପ୍ରିୟଙ୍କା କର୍ତ୍ତାରପୁର ଯାଇଥିଲେ । ତେବେ  ପ୍ରିୟଙ୍କା କର୍ତ୍ତାରପୁର ଯିବା ପାଇଁ ଜ୍ୟୋତିଙ୍କ ପରାମର୍ଶ ନେଇଥାଇପାରନ୍ତି ବା ଜ୍ୟୋତି ତାଙ୍କୁ ସାହାଯ୍ୟ କରିଥାଇପାରନ୍ତି ବୋଲି ସନ୍ଦେହ ଉପୁଜିଛି । ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଫଟୋ ଓ ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କେବଳ ପୁରୀ ନୁହେଁ, ପହଲଗାମ ସମେତ ବାହାର ରାଜ୍ୟରେ ବୁଲିଥିବା ସମୟର ଉଭୟଙ୍କ ଏକାଧିକ ଫଟୋ ରହିଛି । 

Advertisment

ସେପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, "ପୂର୍ବରୁ ଆମେ ପ୍ରିୟଙ୍କାଙ୍କ ପାଇଁ ଗର୍ବ ଅନୁଭବ କରୁଥିଲୁ । କାରଣ ସେ ବିଭିନ୍ନ ସ୍ଥାନ ଯାଇ ବ୍ଲଗ କରୁଥିଲେ । ପାକିସ୍ତାନ ବି ଯାଇଥିଲେ । ହେଲେ ଜ୍ୟୋତିଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ସେ ବିଷୟରେ ଆମେ ଜାଣିନାହୁଁ । ଆଶା କରୁଛୁ ସେପରି କିଛି ତଥ୍ୟ ସେ ଦେଇନଥିବ । ତଥାପି ଏନେଇ ତଦନ୍ତ କରାଯିବା ଆବଶ୍ୟକ । ତଦନ୍ତ ପରେ ସତ ସାମନାକୁ ଆସିବ ।" ସେପଟେ ପୁରୀ ଜଗନ୍ନାଥ ମନ୍ଦିରକୁ ଜ୍ୟୋତି ମଲହୋତ୍ରା ଆସିଥିଲେ । ଯଦି ସତରେ ପାକିସ୍ତାନକୁ ପୁରୀ ଶ୍ରୀମନ୍ଦିର ବିଷୟରେ ଯଦି କିଛି ତଥ୍ୟ ଲିକ୍ ହୋଇଥାଏ ତାହାକୁ ନେଇ ସନ୍ଦେହ ବଢୁଥିବାବେଳେ ଏହା ଏକ ସମ୍ବେଦନଶୀଳ ବିଷୟ । 

ଅଧିକ ପଢନ୍ତୁ :‘ଆଗ ଦେଶ, ଝିଅ ପଛ...ଯଦି କିଛି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ’

ସୂଚନାଯୋଗ୍ୟ, ଆଜି ପୁରୀ ପୋଲିସ ସହାୟତାରେ ପ୍ରିୟଙ୍କାଙ୍କୁ ପଚରାଉଚରା କରିଥିଲା IB । ପ୍ରିୟଙ୍କାଙ୍କ ପରିବାର ଲୋକ ତଦନ୍ତରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ପ୍ରିୟଙ୍କାଙ୍କ ବଡ଼ ବାପା କହିଥିଲେ, "ଆଗ ଦେଶ, ଝିଅ ପଛ" । ତଦନ୍ତ କରାଯାଉ ଏବଂ ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମଧ୍ୟ ସେ କହିଥିଲେ ।

Advertisment

ଅଧିକ ପଢନ୍ତୁ :ଜ୍ୟୋତିଙ୍କ ପହଲଗାମରୁ ପାକିସ୍ତାନ ଯାତ୍ରା, ସନ୍ଦେହ ବଢାଉଛି ହାଇପ୍ରୋଫାଇଲଙ୍କ ସହ ଫଟୋ

Puri Jagannath Temple Pakistan Odisha Youtuber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ