Advertisment

Villagers Protest: ରାସ୍ତା ନହେବାରୁ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ରାସ୍ତାରେ ଧାନ ରୋଇ ପ୍ରତିବାଦ । ବାରମ୍ୱାର ଦାବି ପରେ ରାସ୍ତା ନହେବାରୁ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ।

muddy road protesting

Odisha villagers plant paddy sapling on muddy road protesting administration’s apathy

Advertisment

ଗାଁରେ ଦୀର୍ଘ ଦିନ ଧରେ ରାସ୍ତା ସମସ୍ୟା ଲାଗି ରହିଛି । ବାରମ୍ବାର ସ୍ଥାନୀୟ ନେତୃବୃନ୍ଦ ଏବଂ ସରକାରୀ ବାବୁଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ଶେଷରେ ବାଧ୍ୟ ହୋଇ ରାସ୍ତା ଉପରକୁ ଆସିଲେ ପ୍ରତିବାଦ କଲେ । ଭିନ୍ନ ତରିକାରେ କାଦୁଆ ପଚ ପଚ ରାସ୍ତାରେ ତଳି ରୋଇ ନିଆରା ପ୍ରତିବାଦ କରିଛନ୍ତି ବାଲେଶ୍ଵର ରେମୁଣା ବ୍ଲକ୍ ବଡ଼ପାଳ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗାଁର ଲୋକ ।

Advertisment

 ଲୋକଙ୍କ ଅଭିଯୋର ଆମେ ଅନେକ ଥର ସମସ୍ୟା ସମ୍ପର୍କରେ ସଭିଙ୍କୁ ଅବଗତ କରାଇଛୁ କିନ୍ତୁ କୌଣସି ସୁଫଳ ମିଳୁନାହିଁ । ଖରା ଦିନେ କେମିତି କଣ କିନ୍ତୁ ବର୍ଷା ଦିନ ହୋଇଗଲେ ସମସ୍ୟା ଦୁଇ ଗୁଣା ହୋଇଯାଏ ବୋଲି ଶ୍ରୀକୃଷ୍ଣପୁର ଗାଁର ଲୋକେ ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି । ଶେଷରେ କେହି ଦାବି ନ ଶୁଣିବାରୁ ବାଧ୍ୟ ହୋଇ ଏମିତି ରାସ୍ତା ଉପରେ ତଳି ରୋଇ ପ୍ରତିବାଦ କରିଥିବା ସେମାନେ ପ୍ରକାଶ କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ  ।

Balesore Odisha News Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ