ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସଂପତ୍ତି, ଛତ୍ରପୁର ବ୍ଲକ୍ ଶିକ୍ଷା ଅଧିକାରୀ ଗିରଫ

ଭିଜିଲାନ୍ସ ହାବୁଡ଼ରେ ଆଉ ଜଣେ କୁବେର ବାବୁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ଗିରଫ ।

Vigilance arrests Chhatrapur BEO

ଓଡିଶା ଭିଜିଲାନ୍ସ ହାବୁଡ଼ରେ ଆଉ ଜଣେ କୁବେର ବାବୁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଆଉ ଜଣେ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୀତାରାମ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ରେଡ୍‌ ବେଳେ ବିଇଓ ସୀତାରାମ ପାତ୍ରଙ୍କ ୩ଟି ବହୁତଳ କୋଠା ଠାବ ହୋଇଥିଲା । ଏଥିସହ ଘରୁ ୬.୫ ଲକ୍ଷ ସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା ଠାବ ହୋଇଥିଲା । କିଛିଦିନ ଧରି ରାଜ୍ୟରେ ଧରପଗଡ଼ ଚାଲିଛି। ନିଦ ହଜାଇଛି ଭିଜିଲାନ୍ସ । ଏହିକ୍ରମରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଚଢାଉ କରିଥିଲେ ଭିଜିଲାନ୍ସ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ହୋଇଥିଲା । 

ଛତ୍ରପୁର ଅଫିସ୍ ସମେତ ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି ସ୍ଥାନରେ ରେଡ୍ ହୋଇଥିଲା । ପୋଲସରା ବଜାର ସାହିସ୍ଥିତ ପୈତୃକ ବାସଭବନରେ ଭିଜିଲାସନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ପାଞ୍ଚ ଜଣିଆ ଭିଜିଲାସନ୍ସ ଟିମ ପୈତୃକ ଭବନରେ ପହଞ୍ଚି କାଗଜପାତ୍ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା ।