Advertisment

ବିଜେଡି ଉପରେ ମୁକେଶଙ୍କ ହମଲା; କିଏ ‘ଫାଇଭ୍ ଟାଉଟର୍’ ?

ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ବିଧାନସଭାରେ କିଛି ଏଭଳି ପ୍ରଶ୍ନ ଉଠାଇ ବିରୋଧୀ ବିଜେଡିକୁ ବର୍ଷିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଅଦ୍ୟତନ ହୋଇଛି
Mukesh Mahaling Lashes Out at BJD In Odisha Assembly

Odisha Minister Mukesh Mahaling

Advertisment

ଓଡ଼ିଶାରେ ଶାସନ କରୁଥିଲେ ଫାଇଭ୍ ଟାଉଟର୍। ଫାଇଭ-ଟାଉଟର ଚୌକିରେ ବସୁଥିଲେ। ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ବିଧାନସଭାରେ କିଛି ଏଭଳି ପ୍ରଶ୍ନ ଉଠାଇ ବିରୋଧୀ ବିଜେଡିକୁ ବର୍ଷିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିରୋଧୀ ଦଳ ପାଖରେ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର ନାହିଁ। 

Advertisment

ଓଡ଼ିଶାର ଅସ୍ମିତାକୁ ନେଇ ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି ବୋଲି କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗ ପ୍ରସଙ୍ଗ ଉଠାଇ ଗୃହ ଭିତରେ ବିଜେଡି ହଟ୍ଟଗୋଳ କରୁଥିବାବେଳେ ଏଭଳି ଜବାବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାର ଭିଡିଓ ସୋସିଆଲ୍ ମିଡିଆରେ ବି ମନ୍ତ୍ରୀ ସେୟାର କରିଛନ୍ତି। ତେବେ କିଏ ସେହି ଫାଇଭ୍ ଟାଉଟର ତାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା। ଆଉ ଏହାରି ଭିତରେ ମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି।

ଅଧିକ ପଢ଼ନ୍ତୁ: ସଂପର୍କ ଏମିତି ... ତୁମ ବିନା ସବୁ ଚୁନା...

ସେପଟେ ସରଗରମ ବିଧାନସଭା। ବଜେଟ୍ ଅଧିବେଶନରେ ଗଲା ଦୁଇ ଦିନ ଧରି ହୁଲୁସ ତୁଲୁସ ଚାଲିଛି ଗୃହ। ଆଜି ତୃତୀୟ ଦିନରେ ବି ସମାନ ଧରଣରେ ସରଗରମ ରହିପାରେ ଗୃହ କାର୍ଯ୍ୟ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ଏହାକୁ ନେଇ ଆଜି ବି ଗୃହରେ ମୁହାଁମୁହିଁ ହୋଇପାରନ୍ତି ଶାସକ ଓ ବିରୋଧୀ। 

Advertisment

ଏହାବ୍ୟତୀତ ଆଜି ଉପବାଚସ୍ପତି ନିର୍ବାଚନ ହେବ। ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ତୃତୀୟ ଦିନରେ କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି ଭଳି ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇପାରେ।

BJD BJP Union Minister Mukesh Mahaling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ