Advertisment

ଓଡ଼ିଶାରେ ପନିପରିବା-ଡାଲି-ଅଣ୍ଡା-ମସଲା ସବୁ ମହଙ୍ଗା !

ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ସବୁଠୁ ଉପରେ । ଅଧିକାଂଶ ଖାଉଟି ସାମଗ୍ରୀ ପାଇଁ ଅନ୍ୟ ଉପରେ ନିର୍ଭର କରୁଛି ଓଡ଼ିଶା ।

ଅଦ୍ୟତନ ହୋଇଛି
Odisha Inflation Rate

Odisha Inflation Rate

Advertisment

ଗତ ୬ ମାସ ଧରି ମହଙ୍ଗା ଖାଉଟି ସାମଗ୍ରୀରେ ଓଡ଼ିଶା ୧-ନମ୍ବର । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି । ଏହି ସର୍ଭେ ପାଇଁ ଦେଶର ପ୍ରାୟ ୨ ହଜାରରୁ ଅଧିକ ସହର ବଜାର ଓ ଗାଁରୁ ତଥ୍ୟ ସଂଗ୍ରହ କରଯାଇଥିଲା । ଯେଉଁଥିରୁ ଜଣାପଡ଼ିଥିଲା ଅଧିକାଂଶ ଖାଉଟି ସାମଗ୍ରୀ ଦର ଓଡ଼ିଶାରେ ଖୁବ୍‌ ଅଧିକ । ଆଉ ଏହାର ମୁଖ୍ୟ କାରଣ ହେଉଛି, ଓଡ଼ିଶା ପ୍ରତ୍ୟେକ ଜିନିଷ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ।

Advertisment

କେନ୍ଦ୍ରର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜାତୀୟ ଗଣମାଧ୍ୟମରେ ପୁଣି ଥରେ ଓଡ଼ିଶା ଚର୍ଚ୍ଚାକୁ ଆସିଛି । ଦେଶର ବଡ଼ ରାଜ୍ୟଗୁଡ଼ିକର ମାସିକିଆ ମୁଦ୍ରାସ୍ଫୀତି ବା ସାମଗ୍ରୀ ମହଙ୍ଗା ହାରକୁ ତୁଳନା କଲେ, ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ସବୁଠାରୁ ଉପରେ ରହିଥିବା ନେଇ ରିପୋର୍ଟରେ କୁହାଯାଇଛି।

ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ମାର୍ଚ୍ଚ ମାସ ସର୍ଭେରେ ସର୍ବାଧିକ ୭.୦୫ ପ୍ରତିଶତ ରହିଥିବାବେଳେ, ଦିଲ୍ଲୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ମାତ୍ର ୨.୩ ପ୍ରତିଶତ ରହିଛି। ଏସବୁ ଭିତରେ ପନିପରିବା, ଡାଲି, ଚିନି, ଅଣ୍ଡା ଓ ମସଲା ଆଦି ଖାଦ୍ୟ ସାମଗ୍ରୀର ଦର ଅଧିକ ରହୁଥିବା ଦେଖାଯାଉଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଗତ ୬ ମାସର ମାସିକ ଖୁଚୁରା ରିପୋର୍ଟ ଦେଖିଲେ, ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ବା ସାମଗ୍ରୀଗୁଡ଼ିକ ମହଙ୍ଗା ରହିବାର ଧାରା ସବୁବେଳେ ୧ ନମ୍ବର ରହୁଛି।

Advertisment

ନଜର ପକାନ୍ତୁ ଗତ ୬ ମାସରେ ଓଡ଼ିଶାରେ କିଭଳି ଥିଲା ଖୁଚୁରା ମୁଦ୍ରାସ୍ଫୀତି । ଚଳିତବର୍ଷ ମାର୍ଚ୍ଚରେ ୭.୦୫ ପ୍ରତିଶତ, ଫେବ୍ରୁଆରୀରେ ୭.୫୫ ପ୍ରତିଶତ, ଜାନୁଆରୀରେ ୭.୫୫ ପ୍ରତିଶତ, ଗତବର୍ଷ ଡିସେମ୍ବରରେ ୮.୭୩ ପ୍ରତିଶତ, ନଭେମ୍ବରରେ ୭.୬୫ ପ୍ରତିଶତ ଏବଂ ଅକ୍ଟୋବରରେ ୬.୪୭ ପ୍ରତିଶତ ।

କେବଳ ଧାନ ବ୍ୟତୀତ ଡାଲି, ପନିପରିବା, ଅଣ୍ଡା ଭଳି ଅଧିକାଂଶ ସାମଗ୍ରୀ ନେଇ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭର କରିଥାଏ। ଓଡ଼ିଶା ଏକ ଉତ୍ପାଦନକାରୀ ରାଜ୍ୟ ନହୋଇ ଏକ ଖାଉଟି ରାଜ୍ୟ ହୋଇଥିବାରୁ, ଏଭଳି ସମସ୍ୟା ଦେଖାଦେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଏଥିସହ ପରିବର୍ତ୍ତିତ ଜଳବାୟୁ, ଉଚ୍ଚା ତୈଳ ଦର, ଯୁଦ୍ଧ ଭଳି ଅନ୍ୟାନ୍ୟ ବାହ୍ୟ କାରଣ ମଧ୍ୟ ଖାଉଟି ମୁଦ୍ରାସ୍ଫୀତିକୁ ବଢ଼ାଉଛି ।

Advertisment

ଓଡ଼ିଶା ଦୀର୍ଘକାଳୀନ ଭିତ୍ତିରେ ଅଧିକାଂଶ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ନହେଲେ ଏବଂ ଯୋଜନାଗୁଡ଼ିକୁ ପ୍ରକୃତରେ ତଳସ୍ତରରେ କାର୍ଯ୍ୟକାରୀ ନକଲେ ନିକଟ ଭବିଷ୍ୟତରେ ରାଜ୍ୟର ଖାଉଟିମାନେ ମହଙ୍ଗା ସମସ୍ୟାରୁ ମୁକ୍ତି ପାଇବେ ନାହିଁ ବୋଲି ମତ ପ୍ରକାଶ ପାଇଛି।

Inflation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ