Advertisment

Lokseva Bhavan: ନୂଆ ରୂପରେ ନିର୍ମାଣ ହେବ ଲୋକସେବା ଭବନ, ଓବିସିସି ତିଆରି କରୁଛି ମାଷ୍ଟରପ୍ଲାନ

ଇତିହାସ ପାଲଟିବ ସେକ୍ରେଟାରିଏଟ୍, ତିଆରି ହେବ ନୂଆ ଲୋକସେବା ଭବନ । ଅତ୍ୟାଧୁନିକ ଜ୍ଞାନକୌଶଳରେ ରାଜ୍ୟ ପ୍ରଶାସନର ପ୍ରାଣ କେନ୍ଦ୍ର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଆଜି ବିଧାନସଭାରେ ଏ ନେଇ ପୂର୍ତ୍ତମନ୍ତ୍ରୀଙ୍କ ସୂଚନା ପରେ ବିରୋଧୀ ବି ସ୍ବାଗତ କଲେଣି । ଦୀର୍ଘ ୬୮ ବର୍ଷ ପରେ ନିର୍ମାଣ ହେବାକୁ ଥିବା ନୂଆ ସଚିବାଳୟର ନିର୍ମାଣ ଦାୟିତ୍ବ ଓବିସିସିକୁ ମିଳିଥିବା ବେଳେ ଜୋରସରରେ ଚାଲିଛି ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତି ।...

Lokseva Bhavan

Lokseva Bhavan

Advertisment

ରାଜ୍ୟ ପ୍ରଶାସନ ପ୍ରାଣ କେନ୍ଦ୍ରର ହେବ ନବକଳେବର । ନୂଆ ରୂପ ପାଇବ ଲୋକସେବା ଭବନ । ଦୀର୍ଘ ୬୮ ବର୍ଷ ଧରି ରାଜଧାନୀରେ ଛିଡା ହୋଇଥିବା ପୁରୁଣା ଲୋକସେବା ଭବନରେ ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ସାଙ୍ଗକୁ ଗୁରୁତର ପାର୍କିଂ ସମସ୍ୟା ଉପୁଜୁଥିବାରୁ ଆଗକୁ ନୂଆ ଢାଞ୍ଚାରେ ଲୋକସେବା ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଯାହାର ଦାୟିତ୍ବ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ବା ଓବିସିସିକୁ ମିଳିଛି।

Advertisment

ସେହି ସଂସ୍ଥା ମାଷ୍ଟର ପ୍ଲାନ ମଧ୍ୟ ପ୍ରସ୍ତୁତ କରିବ। ଆଜି ବିଧାୟିକା ସୁବାସିନୀ ଜେନାଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖି ଏହି ବଡ଼ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ ଉତ୍ତରରେ କହିଛନ୍ତି ମାଷ୍ଟରପ୍ଲାନ ପ୍ରସ୍ତୁତ ପରେ ବ୍ୟୟ ଅଟକଳ କରି ପରବର୍ତ୍ତୀ ପ୍ରକ୍ରିୟାକୁ ଯିବେ ସରକାର। ଯାହାକୁ ଭଲ ପଦକ୍ଷେପ ବୋଲି କହିଛନ୍ତି ବିରୋଧୀ।...

ବର୍ତ୍ତମାନର ଲୋକସେବା ଭବନର ନିର୍ମାଣ ଜାନୁଆରୀ ୧୯୫୬ରେ ଆରମ୍ଭ ହୋଇଥିଲା। ୧୨ ନଭେମ୍ବର ୧୯୫୯ରେ ଏହାକୁ ଉଦଘାଟନ କରିଥିଲେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ। ୨ଲକ୍ଷ ୬୬ ହଜାର ୮୮୦ ବର୍ଗଫୁଟରେ ନିର୍ମିତ କୋଠା ପାଇଁ ସେତେବେଳେ ଖର୍ଚ୍ଚ ହୋଇଥିଲା ୫୦ଲକ୍ଷ ଟଙ୍କା। ମୁଖ୍ୟମନ୍ତ୍ରୀ ଥିଲେ ହରେକୃଷ୍ଣ ମହତାବ। ଯାହାକୁ ସେତେବେଳେ ସଚିବାଳୟ ନାଁ ଦିଆଯାଇଥିଲା।

Advertisment

ତେବେ ୨୦୧୯ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାର ନାଁ ପରିବର୍ତ୍ତନ କରି ଲୋକସେବା ଭବନ କରିଥିଲେ। ୩ ମହଲା ବିଶିଷ୍ଟ ଲୋକସେବା ଭାବନରେ ରାଜ୍ୟ ସରକାରଙ୍କର ୪୧ଟି ବିଭାଗ ରହିଛି। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଥିବାବେଳେ ଦ୍ବିତୀୟ ଓ ପ୍ରଥମ ମହଲାରେ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀ ପ୍ରକୋଷ୍ଠ ରହିଛି। ତାସହ ସେଇ ବିଲଡିଂରେ ମୁଖ୍ୟଶାସନ ସଚିବ ଓ ଅନ୍ୟ ସଚିବ ମାନଙ୍କ ଅଫିସ୍ ରହିଛି।...

ନୂଆ ଲୋକସେବା ଭବନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତି ଚାଲିଛି। ପାୱାର ହାଉସ ଛକକୁ ମିଶାଇ ଲୋକସେବା ଭବନର ସୀମା ବୃଦ୍ଧି ସହ ତଳେ ରାସ୍ତା ଓ ପାର୍କିଂ ପାଇଁ ବ୍ୟବସ୍ଥା ରଖି ପ୍ଲାନିଂ କରାଯାଉଥିବା ସୂଚନା ମିଳିଛି। ଯେଉଁଥିରେ କ୍ରେଚ୍, ପାର୍କ, ଜିମ୍ ଓ ମାନସିକ ଚାପ କମାଇବାକୁ ଆନୁସଙ୍ଗିକ ବ୍ୟବସ୍ଥା ରହିବ।...

Advertisment
Odisha Lokaseva Bhawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ