Advertisment

ପୁଞ୍ଜିନିବେଶ ପାଇଁ ନିବେଶକ ସନ୍ଧାନରେ CM, ଦିଲ୍ଲୀରେ କରିବେ ରୋଡ୍ ସୋ’

ଜାନୁଆରୀରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ । ପ୍ରକଳ୍ପର ରୂପାୟନ ଉପରେ ବିଶେଷଜ୍ଞଙ୍କ ଜୋର୍ ।

undefined

Odisha Investment

Advertisment

ଓଡ଼ିଶାକୁ ଆସିବ କେତେ ପୁଞ୍ଜି ? ଓଡ଼ିଆ ଯୁବକ-ଯୁବତୀ ପାଇବେ ତ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ? ପୂର୍ବର ନବୀନ ସରକାରରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ତିନି ତିନି ଥର ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ସତ୍ତ୍ୱେ ରାଜ୍ୟକୁ ଆଖିଦୃଶିଆ ପୁଞ୍ଜିନିବେଶ ଆସି ନଥିଲା। ଏବେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ନୂଆ ସରକାର ଆସନ୍ତା ଜାନୁଆରୀ ୨୮, ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରିବାକୁ ଯାଉଛି।

Advertisment

ଏଥିପାଇଁ ନିକଟରେ ଲୋଗୋ ଉନ୍ମୋଚନ ହୋଇଥିବା ବେଳେ ଆସନ୍ତାକାଲି ଦିଲ୍ଲୀରେ ହେବ ପ୍ରଥମ ରୋଡ୍ ସୋ’। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟି ବିଦେଶୀ ନିବେଶକଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରିବେ। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଦେଶର ବିଶିଷ୍ଟ ଶିଳ୍ପପତିଙ୍କୁ ଆହ୍ୱାନ କରିବେ।

ତେବେ ନୂଆ ସରକାରର ପ୍ରଥମ ନିବେଶକ ସମ୍ମିଳନୀରେ କେଉଁ ସବୁ କ୍ଷେତ୍ରକୁ ମିଳିବ ଅଗ୍ରାଧିକାର? ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ କହିଛନ୍ତି, ରାଜ୍ୟ ସରକାର ଖଣିଜଭିତ୍ତିକ ଶିଳ୍ପ ସମେତ ଆଇଟି, ଆଇଟିଇଏସ୍, କେମିକାଲ, ପେଟ୍ରୋକେମିକାଲ, ବୟନ ଶିଳ୍ପ, ପର୍ଯ୍ୟଟନ, ଅକ୍ଷୟ ଶକ୍ତି ଭଳି କ୍ଷେତ୍ରର ନିବେଶକୁ ଗୁରୁତ୍ୱ ଦେବେ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଜରିଆରେ ୫ ବର୍ଷରେ ରାଜ୍ୟକୁ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଟାଣିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

ବିଜେଡି ସରକାର ସମୟରେ ୨୦୧୬, ୨୦୧୮ ଓ ୨୦୨୨ରେ ଆୟୋଜିତ ହୋଇଥିଲା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ। ଏଥିରେ ବହୁ ଶିଳ୍ପପତି ଓ ବିଦେଶୀ ନିବେଶକ ଯୋଗଦେଇ ଓଡ଼ିଶାରେ ୧୬ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଅନେକ ସଂସ୍ଥା ସହ ଏମ୍ଓୟୁ ବି ହେଲା, କିନ୍ତୁ ପ୍ରକଳ୍ପ ଆଗେଇ ପାରିଲାନି।

ଶିଳ୍ପମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଦେଶ ବିଦେଶ ବୁଲି କେବଳ ଏମଓୟୁ କରୁଥିଲେ। କିନ୍ତୁ ଖାଲି ଏମ୍ଓୟୁ କରିଦେଲେ ହୁଏନି। ଶିଳ୍ପ ସ୍ଥାପନ ପାଇଁ ଜମି ଅଧିଗ୍ରହଣ ଓ ଆବଶ୍ୟକ ମଞ୍ଜୁରୀ କରାଇବା ସରକାରଙ୍କ ପ୍ରଥମ ଦାୟିତ୍ୱ। ମୋହନ ସରକାର ନୂଆ ଏମ୍ଓୟୁ କରିବା ପୂର୍ବରୁ ଲ୍ୟାଣ୍ଡ ବ୍ୟାଙ୍କ ବୃଦ୍ଧିକୁ ଗୁରୁତ୍ୱ ଦେଇଛନ୍ତି। ଇଜ୍ ଅଫ୍ ଡୁଇଂ ବିଜନେସରେ ସୁଧାର ଅଣାଯାଇଛି।

Advertisment

ଶିଳ୍ପସଂଘ କହିଛି, ଓଡ଼ିଶାରେ ଭଲ ଇଣ୍ଡଷ୍ଟ୍ରିଆଲ ଇକୋସିଷ୍ଟମ ଅଛି, ଭଲ ଶିଳ୍ପନୀତି ବି ରହିଛି। ହେଲେ ସେସବୁକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯିବାର ଆବଶ୍ୟକତା ରହିଛି। ନୂଆ ସରକାରର ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ କେତେ ପୁଞ୍ଜି ଟାଣୁଛି ଓ ସେ ଭିତରୁ କେତେ ବାସ୍ତବ ରୂପ ନେଉଛି, ଏବେ ତାକୁ ହିଁ ଅପେକ୍ଷା।

Investment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ