Advertisment

‘ଶିଳ୍ପ ହବ୍ ହେବ ଓଡ଼ିଶା’, ବିଶ୍ୱସ୍ତରୀୟ ନିବେଶକଙ୍କୁ ଡାକି ଆଣିବ ଓଡ଼ିଶା

୨୦୨୫ ଶିଳ୍ପ କନକ୍ଲେଭ-ଉତ୍କର୍ଷ ଓଡ଼ିଶା ପୂର୍ବରୁ ଆମ୍ବାସଡର୍ସ ମିଟ । ଦିଲ୍ଲୀରେ ଆମ୍ବାସଡର୍ସ ମିଟରେ ୩୪ ଦେଶର ପ୍ରତିନିଧିଙ୍କ ସହ କଥା ହେଲେ ସିଏମ୍ ।

undefined

Utkarsh Odisha

Advertisment

ବୃହତ୍ ଶିଳ୍ପ ହବ ପାଲଟିବ ଓଡ଼ିଶା । ୨୦୨୫ରେ ଓଡ଼ିଶାରେ ହେବାକୁ ଯାଉଛି ସର୍ବବୃହତ ଶିଳ୍ପ କନକ୍ଲେଭ୍ । ରାଜ୍ୟରେ ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲସ, ଫୁଡ ପ୍ରୋସେସିଂ ଓ ITରେ ବିନିଯୋଗ ସମ୍ଭାବନା ଅଧିକ । ଆଗାମୀ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ପ୍ରାରମ୍ଭିକ ପର୍ଯ୍ୟାୟ ଭାବେ ଆଜି ଦିଲ୍ଲୀରେ ଆୟୋଜିତ ଆମ୍ବାସାଡର୍ସ ମିଟ୍ ରେ ଆଲୋଚନା ପରେ ଏଭଳି ଦୃଢ଼ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଚୀନ୍, ଜାପାନ, ସିଙ୍ଗାପୁର, ବ୍ରାଜିଲ୍ ଓ ୟୁନାଇଟେଡ୍ କିଙ୍ଗଡମ୍ ଭଳି ୩୪ଟି ଦେଶର ରାଷ୍ଟ୍ରଦୂତ, ବାଣିଜ୍ୟିକ କମିଶନର ଓ ଶୀର୍ଷ ସ୍ତରର କୂଟନୈତିଜ୍ଞ ମାନଙ୍କ ସହ ସାକ୍ଷାତ ପରେ ଓଡ଼ିଶାକୁ କିପରି ଅଧିକ ବିଦେଶୀ ପୁଞ୍ଜି ନିବେଶ ଆସିପାରିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ତାସହ କହିଛନ୍ତି ଓଡ଼ିଶାରେ ଶିଳ୍ପ ବାତାବାରଣ ସୃଷ୍ଟି ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗ ରହିଛି।

ଆଗକୁ ଅଧିକ ପୁଞ୍ଜିନିବେଶ ସମ୍ଭାବନା ରହିଥିବାରୁ ଏହା ୨୦୩୬ରେ ସମୃଦ୍ଧ ଓଡ଼ିଶା ଓ ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ନିଶ୍ଚିତ ମୂଳଦୁଆ ପକାଇବ। ପୂର୍ବୋଦୟର ବିକାଶ ହେଲେ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ଉକ୍ତି ସଫଳ ହେବ। ଆଜିର କାର୍ଯ୍ୟକ୍ରମରେ ନିବେଶକଙ୍କ ସହ ସରକାରଙ୍କ ଆଲୋଚନା ବେଶ୍ ସକରାତ୍ମକ ହୋଇଥିବା ବି କହିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ। 

Advertisment

ଏଣେ ଉତ୍କର୍ଷ ଓଡ଼ିଶା ଆୟୋଜନ ପୂର୍ବରୁ ଦିଲ୍ଲୀରେ ରାଜ୍ୟ ସରକାରଙ୍କ ଆମ୍ବାସଡର୍ସ ମିଟ୍ ଆୟୋଜନ ରାଜ୍ୟର ଶିଳ୍ପ ଅଭିବୃଦ୍ଧିର ଶୁଭଲକ୍ଷଣ ବୋଲି କହିଛି ଶିଳ୍ପ ସଂଘ ୟୁସିସିଆଇ। ସଂଘର ସଭାପତିଙ୍କ ମତରେ ଯେହେତୁ ଓଡ଼ିଶା ଏକ ଖଣିଜ ସଂପଦ ଭରା ରାଜ୍ୟ। ତେଣୁ ମେଟାଲ ଓ ମାଇନିଂ କ୍ଷେତ୍ରରେ ପୁଞ୍ଜି ନିବେଶକଙ୍କ ଆଗ୍ରହ ବଢ଼ିବା ସ୍ୱାଭାବିକ। ତେବେ ଯେଉଁ କ୍ଷେତ୍ରରେ କମ୍ ପୁଞ୍ଜିନିବେଶରେ ଅଧିକ ଆୟ ସାଙ୍ଗକୁ ଅଧିକ ସ୍ଥାନୀୟ ନିଯୁକ୍ତି ଦେଇ ହେବ ସେ ଦିଗରେ ସରକାର ଫୋକସ୍ କଲେ ଭଲ୍। ଓଡ଼ିଶାରେ ପର୍ଯ୍ୟଟନର ଭରପୁର ସମ୍ଭାର ଥିବାରୁ ଏହାକୁ ବିଶ୍ୱ ସ୍ତରୀୟ କରିବାରେ ଉଦ୍ୟମ କରାଗଲେ ବେଶି ଫାଇଦା ମିଳିବ।

ନୂଆଦିଲ୍ଲୀରେ ଆୟୋଜିତ ଆମ୍ବାସଡର୍ସ ମିଟ୍ ରେ ୩୪ଟି ଦେଶର ପ୍ରତିନିଧିକଙ୍କ ସହ ୯ଟି ଅନ୍ତରାଷ୍ଟ୍ରୀୟ ବ୍ୟବସାୟୀ ସଂଘ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ