Advertisment

ଦେଶମାତୃକାର ସୁରକ୍ଷା ପାଇଁ ଶ୍ରେଷ୍ଠ ବଳିଦାନ; କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଓଡ଼ିଆ ପୁଅ...

ଦେଶମାତୃକାର ସୁରକ୍ଷା ପାଇଁ ଜୀବନକୁ ବାଜିରେ ଲଗାଇ ଶତ୍ରୁର ସାମ୍ନା କରିଥିଲେ ସେମାନେ। ଆଜି କାର୍ଗିଲ ବିଜୟ ଦିବସରେ ସେହି ସହିଦ ବୀର ପୁଅ ମାନଙ୍କୁ ନେଇ ଗର୍ବ କରୁଛି ସେମାନଙ୍କ ଜନ୍ମମାଟି।

ଅଦ୍ୟତନ ହୋଇଛି
Kargil Vijay Diwas 2024: Remembering The Odia Martyrs

Kargil Vijay Diwas

Advertisment

କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଶ୍ରେଷ୍ଠ ବଳିଦାନ ଦେଇଥିଲେ ଅନେକ ଓଡ଼ିଆ ପୁଅ। ଦେଶମାତୃକାର ସୁରକ୍ଷା ପାଇଁ ଜୀବନକୁ ବାଜିରେ ଲଗାଇ ଶତ୍ରୁର ସାମ୍ନା କରିଥିଲେ ସେମାନେ। ଆଜି କାର୍ଗିଲ ବିଜୟ ଦିବସରେ ସେହି ସହିଦ ବୀର ପୁଅ ମାନଙ୍କୁ ନେଇ ଗର୍ବ କରୁଛି ସେମାନଙ୍କ ଜନ୍ମମାଟି। ଝୁରୁଛନ୍ତି ସେମାନଙ୍କ ପରିବାର ଓ ପ୍ରିୟଜନ ।

Advertisment

ଦେଶ ମାତ୍ରୁକା ପାଇଁ ଜୀବନ ଦେଇଛି ଗାଁ ମାଟିର ବୀର ପୁଅ। ୨୫ ବର୍ଷ ତଳେ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ବାଲେଶ୍ବର କୁରୂଡ଼ା ଅଞ୍ଚଳର ଗଙ୍ଗାରାମ ଦାସ। ହେଲେ ଆଜି ବି ତାଙ୍କ ବୀରତ୍ବର ଗାଥା ବଖାଣୁଛି ତାଙ୍କରି ସ୍ମୃତିରେ ନିର୍ମିତ ଜାଗ୍ରତ ପ୍ରହରୀ ସମ ପ୍ରତିମୂର୍ତ୍ତି। କାରଗିଲରେ ବିଜୟବାନା ଉଡାଇବାର ଠିକ ପୂର୍ବ ଦିନ।  ଗୋଳାବାରୁଦର ଘମାଘୋଟ ଲଢେଇରେ ସୀମାପାର ଅନୁପ୍ରବେଶକାରୀଙ୍କୁ ଜବାବ ଦେଉଥିଲେ ଗଙ୍ଗାରାମ। ଖାତିର କରିନଥିଲେ  ଶତ୍ରୁପକ୍ଷର ଗୁଳିକୁ। ଆଉ ଶେଷରେ ଶତ୍ରୁର ଗୁଳିରେ ଦେଶ ପାଇଁ ହୋଇଯାଇଥିଲେ ସହିଦ।

ଅଧିକ ପଢନ୍ତୁ : କାର୍ଗିଲ ଯୁଦ୍ଧ କଣ ? କେବେ ହୋଇଥିଲା ଓ କେତେଦିନ ଧରି ଚାଲିଥିଲା, ଜାଣନ୍ତୁ...

Advertisment

କାରଗିଲ ଯୁଦ୍ଧରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଓଡିଶା ମାଟିର ଆଏ ଏକ ବୀର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାଙ୍ଗୁଡା ଗାର  ଗ୍ରାମର ଆକୁଳି ଚରଣ ବେହେରାଙ୍କ ପୁଅ ଶହୀଦ ନିରଞ୍ଜନ ହେହେରା । ଗାଁ ମାଟି ଆଜି ତାଙ୍କ ପାଇଁ ଗର୍ବିତ। ଆଜି ବି ଗୌରବର ଗାଥା ବହନ କରୁଛି ତାଙ୍କର ପ୍ରତିମୂର୍ତ୍ତି। ହେଲେ ତାଙ୍କ ଉଦ୍ଦେଶ୍ୟରେ ନିର୍ମିତ ସହିଦ ସ୍ମୃତି ସ୍ତମ୍ଭ ଆଜି ବି ଅବହେଳିତ ହୋଇରହିଛି। 

କାର୍ଗିଲ ଯୁଦ୍ଧକୁ ବିତିଲାଣି ୨୫ ବର୍ଷ। ଆଜି ବି ସେହି ସ୍ମୃତିକୁ ମନେପକାଉଛନ୍ତି ବାଲେଶ୍ବର ମାନ୍ ସିଂ ବଜାର ଅଞ୍ଚଳର ପୂର୍ବତନ ସୈନିକ ରାମଚନ୍ଦ୍ର ଭଦ୍ର। କାର୍ଗିଲ୍ ଯୁଦ୍ଧ ସମୟରେ ସେ ଭାରତୀୟ ସେନାରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ଯୁଦ୍ଧ ସ୍ଥଳୀରେ ଜବାନଙ୍କୁ ନେବା ଆଣିବା ସହ ଖାଦ୍ୟ ସାମଗ୍ରୀ, ଔଷଧ, ଏବଂ ଅସ୍ତ୍ର ଶସ୍ତ୍ର ପହଞ୍ଚାଇବାର କାମ କରୁଥିଲେ ରାମଚନ୍ଦ୍ର। ନିଜେ ଅଙ୍ଗେ ନିଭାଇଥିବା ଯୁଦ୍ଧକ୍ଷେତ୍ରର ଅନେକ ଅଭୁଲା ସ୍ମୃତିକୁ ଓ ଅନୁଭୂତିକୁ ନିଜ ଫଟୋ ଆଲବବମ୍‌ରେ ସାଇତି ରଖିଛନ୍ତି।  ଆଉ ଆଜି ବି ଝୁରି ହୁଅନ୍ତି ସହିଦ୍ ହୋଇଥିବା ସାଥୀମାନଙ୍କୁ ନେଇ। 

Advertisment

ଅଧିକ ପଢନ୍ତୁ : Kargil Vijay Diwas 2024: ଲୁହ ଆଣିଦେବ ଏହି ୫ କାର୍ଗିଲ ସହିଦଙ୍କ ବୀରତ୍ୱର କାହାଣୀ

Odia Jawan Kargil Vijay Diwas Odia Martyrs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ