Odisha Pro T20 League to be held from September 15
କଟକ: ଓଡିଶା ପ୍ରୋ ଟି-୨୦ କ୍ରିକେଟ ଲିଗର ବ୍ରାଣ୍ଡ ଆମ୍ବାସାଡାର ହେବେ ବ୍ରେଟ୍ ଲି। ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ବ୍ରେଟ୍ ଲି ହେବେ ଆମ୍ୱାସଡ଼ର। ତାଙ୍କ ସହ ଓଡିଆ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ମଧ୍ୟ ବ୍ରାଣ୍ଡ ଆମ୍ବାସାଡାର ରହିବେ। ଓସିଏ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ୱର ୧୫ ରୁ ୨୪ ପର୍ଯ୍ୟନ୍ତ ହେବ ଏହି ଟି-୨୦ ଲିଗ।
ମୋଟ ୬ ଟି ଫ୍ରାଞ୍ଚାଇଜ ଭିତିରେ ଦଳ ଗୁଡିକ ରହିବେ। ଖେଳାଳିଙ୍କ ପାଇଁ ଆର୍ଥିକ ରାଶି ସ୍ଥିର ପରେ ଫ୍ରାଞ୍ଚାଇଜ ମାନେ ଖେଳାଳି କିଣିବେ। ପ୍ରତ୍ୟେକ ଦିନ ୨ ଟି ଲେଖାଏଁ ମ୍ୟାଚ ହେବ। ଏହାସହ ଏହି ଟୁର୍ଣ୍ଣାମେଣ୍ଟର ସିଧା ପ୍ରସାରଣ କରିବ ଷ୍ଟାର ସ୍ପୋର୍ଟସ। ପୁରୀରେ ଓସିଏ ର ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହାସହ ଆସନ୍ତା ଡ଼ିସେମ୍ବର ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଟିମ ଇଣ୍ଡିଆ ସାଉଥ୍ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ମଧ୍ୟ ଆଲୋଚନା ହୋଇଛି। ବର୍ତ୍ତମାନର ସଭାପତି, ସମ୍ପାଦକଙ୍କ ସହ ପୁରା ସଦସ୍ୟ ମ୍ୟାଚ ଦାୟିତ୍ୱ ପରିଚାଳନା କରିବେ। ତେବେ ମ୍ୟାଚ ଶେଷ ପରେ ଓସିଏ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756722986.jpeg)