Advertisment

ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ; ମନ୍ତ୍ରୀଙ୍କ ସହ ବୈଠକ ପରେ ଓହରିଲା ସଂଘ

ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ।

ଅଦ୍ୟତନ ହୋଇଛି
Strike

Strike

Advertisment

ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ। ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଛି ମାଲିକ ସଂଘ। 

Advertisment

ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆଜି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଥିଲା। ଏହାପରେ ସେମାନଙ୍କ ସହ ଆଲୋଚନା କରିଥିଲେ ପରିବହନ ମନ୍ତ୍ରୀ। ତାଙ୍କ ବାସଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। 

ସେମାନେ ଅଭିଯୋଗ କରିଥିଲେ ଯେ, ପୁଣି ଥରେ ଲକ୍ଷ୍ମୀ ବସକୁ ରାଜ୍ୟ ସରକାର ବ୍ଲକଠାରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ଘରୋଇ ବସ୍ ମାଲିକ ଓ କର୍ମଚାରୀଙ୍କୁ କ୍ଷତି ପହଞ୍ଚାଇବା । ଏଦିଗରେ ବିଚାର କରି ଦାବିକୁ ମାନିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । 

Advertisment

ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ବସ୍ ଚାଲିଥିଲା । ପ୍ରତିବାଦ ପରେ ବନ୍ଦ ରହିଥିଲା, ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ । ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା । ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା । ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ବସ ମାଲିକ ସଂଘ । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ମାଲିକ ମାନେ ଲକ୍ଷ୍ମୀବସ ଚଳାଚଳ ଯୋଜନାକୁ ନେଇ ପୁଣି ଏକଜୁଟ୍ ହୋଇଛନ୍ତି ।

ସେପଟେ ଗତ ଅଗଷ୍ଟ ମାସ ବିଧାନସଭାରେ ଲକ୍ଷ୍ମୀ ବସ୍‌କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ ମନ୍ତ୍ରୀ । ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କା କ୍ଷତିରେ ଅଛନ୍ତି ସରକାର । ୧୨ ଅକ୍ଟୋବର ୨୦୨୩ରୁ ୧୯ ଅଗଷ୍ଟ ୨୦୨୪ ଯାଏଁ ମାତ୍ର ୧୦ ମାସରେ ଏହି କ୍ଷତି ସହିଛନ୍ତି ସରକାର ।

Advertisment

ବିଧାନସଭାରେ ଏପରି ଆଖି ଖୋସିଲା ଭଳି ତଥ୍ୟ ରଖିଥିଲେ ପରିବହନ ମନ୍ତ୍ରୀ । ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୩୪୦ଟି ବସ୍ ଚାଲିଛି । ଏ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ଟଙ୍କା । ସରକାରୀ ତହବିଲରୁ କୋଟି କୋଟି ଅର୍ଥ ଖର୍ଚ୍ଚ ହୋଇ କାହା ସ୍ୱାର୍ଥ ଲାଗି ଏହି କ୍ଷତିକୁ ସହିଥିଲେ ସେତେବେଳର ବିଜେଡି ସରକାର ବୋଲି ଉଠିଛି ପ୍ରଶ୍ନ ।

ବିଜେଡି ସରକାର ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ବାହାର ରାଜ୍ୟର ୮ଟି କଂପାନୀ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ । ତେବେ ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଯୋଜନାର ନାଁ ବଦଳାଇ କରାଯାଇଛି, ମୁଖ୍ୟମନ୍ତ୍ରୀ ବସ୍ ସେବା । କ୍ଷତିରେ ଚାଲିଥିବା ଏହି ଯୋଜନାର ଭବିଷ୍ୟତ ରୂପରେଖ କଣ ହେବ, ତା ଉପରେ ନଜର ।

Bus Protest Bus Owners' Association Bus Owners
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ