Advertisment

କେଉଁଠି ସିସିଟିଭି ନାହିଁ, ତ କେଉଁଠି ନାହାନ୍ତି ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ; ସୁରକ୍ଷିତ ମଣୁନାହାନ୍ତି ମହିଳା ଡାକ୍ତର

କୋଲକାତା ଅଭୟା କାଣ୍ଡ ପରେ ଚେତିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ଡାକ୍ତର, ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀ ଓ ଡାକ୍ତରଖାନା କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରକାଶ ପାଇଛି ତତ୍ପରତା।

undefined

Healthcare Safety Guidelines

Advertisment

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ ଲାଇନ୍। ହସ୍ପିଟାଲ ଭିତରେ ଡାକ୍ତରଙ୍କ ସହ କୌଣସି ପ୍ରକାର ଦୁର୍ବ୍ୟବହାର କିମ୍ବା ଦୁର୍ଘଟଣା ରୋକିବାକୁ ନିର୍ଦ୍ଦେଶାବଳି ଆଣିଛି ସ୍ବାସ୍ଥ୍ୟ ବିଭାଗ । ତେବେ ଉଣା ଅଧିକ ସବୁ ହସପିଟାଲରେ ଭିତ୍ତିଭୂମିର ଅଭାବ ଓ ଆବଶ୍ୟକ କର୍ମଚାରୀ ନଥିବା ବେଳେ ନିର୍ଦ୍ଦେଶାବଳିର କିପରି ଅନୁପାଳନ ହେବ ତାକୁ ନେଇ ଉଠିଛି ପ୍ରଶ୍ନ। ଉପାନ୍ତ 
ମାଲକାନଗିରିରୁ କଟକ SCB ଓ କ୍ୟାପିଟାଲ୍ ହସପିଟାଲରେ ସ୍ଥିତି ପରଖିଛନ୍ତି ଆମ ପ୍ରତିନିଧି।

Advertisment

କୋଲକାତା ଅଭୟା କାଣ୍ଡ ପରେ ଚେତିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ଡାକ୍ତର, ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀ ଓ ଡାକ୍ତରଖାନା କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରକାଶ ପାଇଛି ତତ୍ପରତା। ରାଜ୍ୟ ସରକାର ଆଣିଥିବା ନୂଆ ଗାଇଡଲାଇନରେ ରହିଛି- ହସ୍ପିଟାଲ ଭିତରକୁ ଅବାଧ ପ୍ରବେଶ ଉପରେ ରୋକ୍ ଲାଗିବ। ସ୍ବାସ୍ଥ୍ୟ କର୍ମଚାରୀଙ୍କ ଆଇଡି କାର୍ଡ ଓ ରୋଗୀ ସମ୍ପର୍କୀୟଙ୍କ ପାଇଁ ଭିଜିଟର୍ ପାସ୍‌ର ବ୍ୟବସ୍ଥା ହେବ। ତା ସହ ୨୪ ଘଣ୍ଟିଆ ସୁରକ୍ଷା, ବାଧ୍ୟତାମୁଳକ ସିସିଟିଭି, କଣ୍ଟ୍ରୋଲ ରୁମ୍, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଡ୍ୟୁଟି ରୁମ ଓ ବିଶ୍ରାମକକ୍ଷ, ଜରୁରୀକାଳୀନ ପ୍ରତିକ୍ରିୟା ଯୋଜନା, କର୍ମକ୍ଷେତ୍ରରେ ଭେଦଭାବ ଓ ମନିଟରିଂ କମିଟି ଗଠନ ଭଳି ବିସ୍ତୃତ ନିର୍ଦ୍ଦେଶାବଳୀ ଦେଇଛି ବିଭାଗ । ମନିଟରିଂ କମିଟି ସମସ୍ତ ପଦକ୍ଷେପଗୁଡିକରେ ମାସିକ ସମୀକ୍ଷା କରିବାକୁ ବି ନିର୍ଦ୍ଦେଶ ରହିଛି। 

ପ୍ରଶ୍ନ ଉଠୁଛି, ଗ୍ରାଉଣ୍ଡରେ କିଭଳି କାର୍ଯ୍ୟକାରୀ ହେବ ଏହି ଗାଇଡଲାଇନ୍ ? କାରଣ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏପରିକି ପ୍ରମୁଖ ମେଡିକାଲ କଲେଜରେ ବି ସ୍ଥିତି ସଂପୂର୍ଣ୍ଣ ଓଲଟା। କେଉଁଠି ସିସିଟିଭି କ୍ୟାମେରା ନାହିଁ, ତ ଆଉ କେଉଁଠି ଡାକ୍ତରଙ୍କ ପାଇଁ ଆବଶ୍ୟକ ସୁବିଧା ନାହିଁ। 

Advertisment

ମାଲକାନଗିରି ଖଇରିପୁଟ ବ୍ଲକ୍ ଗୋବିନ୍ଦପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ ବି ରହନ୍ତି। ହେଲେ ଏହାର ଗୋଟିଏ ମାତ୍ର ଗେଟ୍। ଭାଙ୍ଗିରୁଜି ଯାଇଛି ପାଚେରୀ, କାମ ଚଳାଉଛି ବାଉଁଶ ପାତିଆ। ଆଉ ସିସିଟିଭି କଥା ନକହିବା ଭଲ। ଅନୁରୁପ ଚିତ୍ର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ବାସ୍ଥ୍ୟକେନ୍ଦ୍ରର। ମହିଳା ଡାକ୍ତର ଓ ଷ୍ଟାଫ୍ ଏମର୍ଜେନ୍ସି ରୁମ୍କୁ ବିଶ୍ରାମ କକ୍ଷ ଭାବେ ବ୍ୟବହାର କରନ୍ତି। 
କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯଦିଓ ସିସିଟିଭି ଲାଗିଛି, କିନ୍ତୁ ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀ ଓ ମହିଳା ସିକ୍ୟୁରିଟିଙ୍କ ଅଭାବ ରହିଛି।

ରାଜ୍ୟର ସର୍ବବୃହତ୍ ମେଡିକାଲ କଲେଜ ଓ ହସ୍ପିଟାଲ କଟକ SCBରେ ବି ନିଜକୁ ସୁରକ୍ଷିତ ମଣୁନାହାନ୍ତି ମହିଳା ଡାକ୍ତର । ରାତିବେଳା ଏମର୍ଜେନ୍ସି କଲ୍‌ରେ କ୍ବାର୍ଟର କିମ୍ବା ଘରୁ ମେଡିକାଲ ଯିବାକୁ ଭୟ ଲାଗୁଥିବା କହିଛନ୍ତି। ସେହିପରି କୋରାପୁଟ ମେଡିକାଲ କଲେଜରେ ହଷ୍ଟେଲ ଓ କ୍ବାର୍ଟରଠୁ ମେଡିକାଲ ପର୍ଯ୍ୟନ୍ତ ଥିବା ରାସ୍ତା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଏପଟେ କ୍ୟାପିଟାଲ୍ ହସ୍ପିଟାଲରେ 
ବି ପର୍ଯ୍ୟାପ୍ତ ଷ୍ଟାଫ୍ ଓ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବକୁ ନେଇ ପ୍ରଶ୍ନ ଉଠିଛି।

Advertisment

Special Guidelines Healthcare
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ