Elephant attack
ରାତିରେ ଚାରି ସନ୍ତାନଙ୍କୁ ନେଇ ଘରେ ଶୋଇଥିଲା ମାାଆ । ସବୁଦିନ ପରି ଖାଇପିଇ ଖୁସିରେ ଶୋଇଥିଲେ ପରିବାର । ହେଲେ ଏହି ନିଦ୍ରା ମାଆର ଶେଷ ନିଦ୍ରା ହୋଇଛି । କେବଳ ମାଆ ନୁହେଁ ପାଖରେ ଶୋଇଥିବା ପୁଅ ମଧ୍ୟ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛି ।ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା ହାତୀ । କାନ୍ଥ ତଳେ ଚାପି ହେଇ ଗର୍ଭବତୀ ମାଆ ଓ ପୁଅର ମୃତ୍ୟୁ ହୋଇଛି । ତିନି ଝିଅ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଝୁଡ଼ି ଗାଁରେ ଘଟିଛି ଏହି ଅଭାବନୀୟ ଅଘଟଣ ।
ମୃତକମାନେ ହେଲେ ମାଆ ସୁକାନ୍ତି ଭତ୍ତା ଓ ୮ ବର୍ଷର ପୁଅ ସୁଖନାଥ ଭତ୍ତା । ଗୁରୁତରଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ରାତିରେ ମାଆ ଓ ଚାରି ସନ୍ତାନ ଘରେ ଶୋଇଥିବାବଳେ ଦନ୍ତା ହାତୀ ଘର କାନ୍ଥ ଭାଙ୍ଗିଥିଲା । ମୃତ ସୁକାନ୍ତି ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି । ତାଙ୍କ ସ୍ୱାମୀ ସପ୍ତାହେ ପୂର୍ବରୁ ଦାଦନ ଖଟିବା ପାଇଁ ବାଙ୍ଗାଲୋର ଯାଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723608174.jpg)