Advertisment

ସ୍କାନରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’, ଯୋଜନାର ଦାତା ଦଇବ କେହି ନାହିଁ...!

ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ‘ଭଗବାନ ଭରସାରେ ଚାଲିଥିଲା ସ୍କିମ୍, ମନିଟରିଂ କରୁଥିଲା ଥାର୍ଡଫ୍ଲୋର୍’ ।

undefined

Odisha Politics

Advertisment

ଗେମ୍‌ ଚେଞ୍ଜର ତ ହେଲାନି, ହେଲେ ବୁମେରାଂ ହେବ ! ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଫଶିପାରେ ବିଜେଡି । ଖୋଳତାଡ଼ କରିବାକୁ ପ୍ରସ୍ତୁତ ହେଲେଣି ନୂଆ ସରକାର। କେଉଁ ପଞ୍ଚାୟତ ଖର୍ଚ୍ଚ କରିଛି କେତେ ଟଙ୍କା ? କେଉଁ ପ୍ରକଳ୍ପରେ ଟଙ୍କା ଖର୍ଚ୍ଚ ହୋଇଛି ? ପ୍ରକଳ୍ପ କାମ ସରିଛି ନା ନାହିଁ ? ମାନ କେମିତି ହୋଇଛି ? ଠିକାଦାର କିଏ ? ଆଉ କିଏ ତିଆରି କରିଥିଲା ପଞ୍ଚାୟତର ପ୍ରକଳ୍ପ ତାଲିକା?

Advertisment

ଏ ତମାମ ବିଷୟରେ ଖୋଳତାଡ଼ ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ମନ୍ତ୍ରୀ କହିଛନ୍ତି, କିଛି ଯୋଜନା ନଥିଲା। ଏହି ଯୋଜନା ପାଇଁ ଉତ୍ତରଦାୟୀ କିଏ ତାହା ବି ବଡ଼ ପ୍ରଶ୍ନ। ମନ୍ତ୍ରୀ ଏହା ବି କହିଛନ୍ତି, ବିଭାଗ ପାଖରେ ଏହି ଯୋଜନାର କୌଣସି ତଥ୍ୟ ନାହିଁ। ସଚିବ ମଧ୍ୟ କିଛି ଜାଣିନାହାନ୍ତି। ଏହାକୁ ତୃତୀୟ ମହଲା ମନିଟରିଂ କରୁଥିଲା, ଆଉ କାର୍ଯ୍ୟାକାରୀ କରୁଥିଲେ ବ୍ଲକ୍ ଏବଂ ଡିଆରଡିଏ।

ଜେଇମାନଙ୍କ ନାଁରେ ଯାଉଥିଲା କାର୍ଯ୍ୟାଦେଶ। ପୁରା ରାମ ଭରସାରେ ଚାଲିଥିଲା ଯୋଜନା। ତେଣୁ ପୂରା ଅନିୟମିତତାର ଖୋଳତାଡ଼ ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ଏପଟେ ବିଜେଡି କହିଛି କିଛି ଅନିୟମିତିତା ହୋଇନି। 

Advertisment

ବଡ଼ କଥା ହେଲା ମନ୍ତ୍ରୀଙ୍କ ଅଭିଯୋଗ ଯାହା, ଗ୍ରାଉଣ୍ଡରେ ମଧ୍ୟ ସମାନ ଚିତ୍ର। କେଉଁଠି ଅଧପନ୍ତରିଆ କାମ ହୋଇଛି ତ କେଉଁଠି ଜମାରୁ କାମ ଆରମ୍ଭ ହୋଇନି। ହେଲେ ଟଙ୍କା ଉଠି ସାରିଛି। ଭଦ୍ରକ ବାସୁଦେବପୁର ମନ୍ମଥପୁର ସରକାରୀ ପ୍ରାଥମିକ ସ୍କୁଲରେ ଆମ ଓଡ଼ିଶା ନବୀନ ଓଡିଶାରେ ୫ ଲକ୍ଷ ଟଙ୍କା ବ୍ୟୟରେ ଶ୍ରେଣୀ ଗୃହ କାମ ଆରମ୍ଭ ହୋଇଥିଲା। ନଭେମ୍ବର ୫ରେ ଆରମ୍ଭ ହୋଇ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବାର ଥିଲା। ହେଲେ ଏଯାଏଁ କାମ ସରିନି, କିନ୍ତୁ ୪ ଲକ୍ଷ ୪୪ ହଜାର ୩୯୩ ଟଙ୍କା ଉଠାଯାଇଛି।

ବାସୁଦେବପୁରର ବ୍ରାହ୍ମଣଗାଁ କମ୍ୟୁନିଟି ସେଣ୍ଟର ପାଇଁ ସମାନ କଥା। ୫ ଲକ୍ଷରୁ ୪ ଲକ୍ଷ ୫୩ ହଜାର ଟଙ୍କା ବିଲ୍ କରି ଉଠାଯାଇଛି, କିନ୍ତୁ ଅଧାପନ୍ତାରିଆ ଅବସ୍ଥାରେ ପଡିଛି ସେଣ୍ଟର। ସେମିତି ଆଉ ଏକ ସ୍ଥାନରେ କେବଳ ଫଳକ ଲାଗିଛି, ହେଲେ ପ୍ରକଳ୍ପ ନାହିଁ ଅର୍ଥାତ ଏଯାଏଁ କାମ ଆରମ୍ଭ ହୋଇନି। ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର ଲାଖାପଦର ଗାଁରେ ୫ ଲକ୍ଷ ବ୍ୟୟରେ ସଭାଗୃହ କରିବାକୁ ଅନୁମୋଦନ ପରେ କେବଳ ଫଳକ ଲଗାଇ ବସିଯାଇଛି ସ୍ଥାନୀୟ ପ୍ରଶାସନ। ଉପାନ୍ତରୁ ଉପକୂଳ ପ୍ରାୟ ସବୁଠି ସମାନ ସ୍ଥିତି।

Advertisment

ନଭେମ୍ବର ୨୦୨୩ରେ ଆମ ଓଡ଼ଶା ନବୀନ ଓଡ଼ିଶା ଯୋଜନାରେ ୬ ହଜାର ୭୯୪ ଗ୍ରାମ ପଞ୍ଚାୟତକୁ ପ୍ରାୟ ୩ ହଜାର ୪୦୦ କୋଟି ଟଙ୍କାର ଅନୁଦାନ ଦେଇଥିଲେ ନବୀନ ସରକାର। ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ନେଇ ବିବାଦ ବି ଦେଖା ଦେଇଥିଲା। ଏମିତିକି ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରି ସରକାରୀ ବାବୁମାନେ ପ୍ରକଳ୍ପ ସ୍ଥିର କରୁଥିବା ଅଭିଯୋଗ ନେଇ ହାଇକୋର୍ଟରେ ମାମଲା ହେବା ପରେ ସେମାନଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟଳୟ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ