ଖତ ଖାଉଛି ଔଷଧ
ଅଳିଆ ଗଦାରେ ପଡିଛି କୁଢ଼କୁଢ଼ ଔଷଧ।ମୟୂରଭଞ୍ଜ ଉଦଳା ମେଡିକାଲ ପରିସରରେ ଥିବା ଏକ ଅଳିଆ ଗଦାରେ ମିଳିଛି ପୁଳା ପୁଳା ଔଷଧ।ଆଜିଥ୍ରୋମାଇସିନ, ଆଇରନ ଭଳି ବିଭିନ୍ନ ଔଷଧ ସହ ପକେଟ ଭର୍ତ୍ତି ଲୋସନ ମଧ୍ୟ ଅଳିଆ ଗଦାରେ ପଡିଛି ।
ପକେଟ ପକେଟ ଔଷଧ ଅଳିଆ ଗଦାରେ ପଡ଼ିଥିବା ବେଳେ ତାଉପରେ କାହାରି ନଜର ନାହିଁ ।କିଏ ଏବଂ କ'ଣ ପାଇଁ ଔଷଧ ଡାକ୍ତରଖାନା ପରିସରରେ ପକାଇଲା ତାକୁ ନେଇ ବଢୁଛି ସନ୍ଦେହ।ଏନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ କିଛି କହି ନଥିଲେ ।
ମେଡ଼ିସିନ ଷ୍ଟୋର ଇନଚାର୍ଜଙ୍କୁ ଘଟଣା ବାବଦରେ ପଚାରିବାରୁ କିଏ ଏବଂ କ'ଣ ପାଇଁ ଫୋପାଡ଼ିଛି ସେ କହିପାରିବେନି ବୋଲି କହିଛନ୍ତି ।କେଉଁ ୱାର୍ଡରୁ ଏତେ ଔଷଧ ଅଳିଆ ଗଦାକୁ ଯାଇଛି ତାହା ସେ ଜାଣି ନଥିବା କହିଛନ୍ତି ।
ରିପୋର୍ଟର- ଅଭିଜିତ ବିଶ୍ବାଳ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752661538.jpg)