ଅବସର ପରେ ନିଯୁକ୍ତି, ତଥ୍ୟ ମାଗିଲା ଗୃହ ବିଭାଗ; ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଦେବାକୁ ନିର୍ଦ୍ଦେଶ

ରାଜ୍ୟର ଗୃହ ବିଭାଗର ବିଭିନ୍ନ ଡିପାର୍ଟମେଣ୍ଟରେ କେତେ କର୍ମଚାରୀ ଅବସର ପରେ ପୁନଃ ନିଯୁକ୍ତି ପାଇଛନ୍ତି ତଥ୍ୟ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ । ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ତଥ୍ୟ ଦେବାକୁ କୁହାଯାଇଛି ।

Retired Officers

ରାଜ୍ୟର ଗୃହ ବିଭାଗର ବିଭିନ୍ନ ଡିପାର୍ଟମେଣ୍ଟରେ କେତେ କର୍ମଚାରୀ ଅବସର ପରେ ପୁନଃ ନିଯୁକ୍ତି ପାଇଛନ୍ତି ତଥ୍ୟ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ । ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ତଥ୍ୟ ଦେବାକୁ କୁହାଯାଇଛି । ଏଥିରେ ଅବସର ଗ୍ରହଣ କରିଥିବା ଅଧିକାରୀଙ୍କ ନାଁ ପଦବୀ, କେଉଁ ବିଭାଗରେ ନିଯୁକ୍ତି ପାଇଛନ୍ତି, ଦରମା, କେତେଦିନ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଛି ସେନେଇ ତଥ୍ୟ ଦେବାକୁ କହିଛି ଗୃହ ବିଭାଗ ।

ରାଜ୍ୟ ଗୃହ ବିଭାଗର ଓଏସଡି ଏନେଇ ପୋଲିସ ମହାନିର୍ଦ୍ଦେଶକ, ନୂଆ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ, ସିଇଓ, ଅଗ୍ନିସେବା ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଜେଲ ଡିଜି, ଓଡ଼ିଶା ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ, ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର, ଜୁଡିସିଆଲ ଏକାଡେମୀର ନିର୍ଦ୍ଦେଶକ, ପବ୍ଲିକ ପ୍ରସେକ୍ୟୁସେନ ନିର୍ଦ୍ଦେଶକ, ରାଜ୍ୟ ସୈନିକ ବୋର୍ଡ ସଚିବ ଓ ରାଜ୍ୟ ଅତିଥି ଭବନର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛି ଗୃହ ବିଭାଗ ।

ପୂର୍ବରୁ ସିଏମଓରେ ନିଯୁକ୍ତି ପାଇଥିବା ଅବସର ପ୍ରାପ୍ତ ଅଫିସର ମାନେ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ସୁରେଶ ମହାପାତ୍ର, ଆର. ବାଲକ୍ରିଷ୍ଣନ୍, ମନୋଜ ମିଶ୍ର ସିଏମଓରୁ ଇସ୍ତଫା ଦେଇସାରିଛନ୍ତି ।