ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ପାଇଁ ତତ୍ପରତା, ଟାସ୍କଫୋର୍ସକୁ ପୁନର୍ଗଠନ କଲେ ରାଜ୍ୟ ସରକାର

ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର ।

NEP

ରାଜ୍ୟରେ କେମିତି କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି ? ଏନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ସ୍ବତନ୍ତ୍ର ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ଏଥିରେ ବିଭିନ୍ନ ବିଭାଗର ୧୩ ଜଣ ସଦସ୍ୟ ଥିବାବେଳେ ଉନ୍ନୟନ କମିଶନର ରହିଛନ୍ତି ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ।

ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏସ୍.ସି/ଏସ୍.ଟି ଏବଂ ସଂଖ୍ୟାଲଘୁ ସହ ପଛୁଆବର୍ଗ ଉନ୍ନୟନ ବିଭାଗ, ଅର୍ଥବିଭାଗ, ମହିଳା ଓ ଶିଶୁ ଉନ୍ନୟନ, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଉଚ୍ଚଶିକ୍ଷା, ଓପେପା, ରେଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ୍ ଆଦି ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଏହି ଟାସ୍କଫୋର୍ସରେ ସାମିଲ୍ କରାଯାଇଛି ।