Advertisment

ବଢିଲା ମଧ୍ୟାହ୍ନ ଭୋଜନ ସହାୟତା ରାଶି; ଆଉ ମିଳିବନି ପାଣିଆ ଡାଲି !

ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସରକାର ପ୍ରତି ମିଲ୍‌ ପିଛା ୧ ଟଙ୍କା ଅଧିକ ଖର୍ଚ୍ଚ କରିବେ।

ଅଦ୍ୟତନ ହୋଇଛି
Mid Day Meal Cost Hiked In Odisha

mdm

Advertisment

ବଢିଲା ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି । ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସରକାର ପ୍ରତି ମିଲ୍‌ ପିଛା ୧ ଟଙ୍କା ଅଧିକ ଖର୍ଚ୍ଚ କରିବେ। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହାଦ୍ୱାରା ପିଲାଙ୍କ ଖାଦ୍ୟରେ ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ଦରଦାମ ହୁ ହୁ ହୋଇ ବଢିଚାଲିଛି । ଅତ୍ୟାବଶ୍ୟକ ସାମଗ୍ରୀ ବି ମହଙ୍ଗା ହୋଇଛି । ତେଣୁ ପିଲାଙ୍କୁ ପୃଷ୍ଟିକର ଖଦ୍ୟ ଯୋଗାଇଦେବା ସ୍କୁଲ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍କୁଲ କର୍ତ୍ତୃପକ୍ଷ ଉପାୟଶୂନ୍ୟ ହୋଇ ପିଲାଙ୍କୁ ଖାଦ୍ୟ ଦେଉଛନ୍ତି । ମାତ୍ର ଅନେକ ସମୟରେ ଏହାର ମାନ ଖରାପ ହେଉଥିବା ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ପ୍ରାଥମିକ ସ୍କୁଲ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ସରକାର ମଧ୍ୟାହ୍ନ ଭୋଜନ ଦର ନିର୍ଦ୍ଧାରଣ କରିଛନ୍ତି । ବର୍ତ୍ତମାନ ସରକାର ପ୍ରତି ପ୍ରାଥମିକ ସ୍କୁଲ୍‍ ପିଲାଙ୍କ ପାଇଁ ଗୋଟିଏ ମିଲ୍ ପିଛା ୫ଟଙ୍କା ୯୦ ପଇସା ଖର୍ଚ୍ଚ କରୁଛନ୍ତି। ସେହିପରି ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ଏହା ମୁଣ୍ଡପିଛା ୮ଟଙ୍କା ୮୨ ପଇସା ରହିଛି। ଏହି ଅର୍ଥରେ ପିଲାଙ୍କ ପାଇଁ ଭଲ ଖାଦ୍ୟ ଯୋଗାଇବା ସମ୍ଭବ ହୋଇପାରୁ ନାହିଁ। ଏନେଇ ବାରମ୍ୱାର କହିବା ସହ ଅଧିକ ଅଂଶଧନ ଦେବାକୁ ଦାବି କରାଯାଇଥିଲା।

Advertisment

Mid Day Meal Allowance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ