ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ ଛାତ୍ରବୃତ୍ତି ଯୋଜନା, ଆରମ୍ଭ ହେବ ନୂଆ ଯୋଜନା

ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଆରମ୍ଭ ହେବ ଫାଇନାନ୍ ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ।

Nua-O Scholarship

ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ । ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଆରମ୍ଭ ହେବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ । ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ

ଶୁକ୍ରବାର ପୂର୍ବ ସରକାରଙ୍କ ‘ନୂଆ ଓ’ ତଥା ନୂତନ ଉନ୍ନତି ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ବନ୍ଦ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ନୂଆ ସରକାର ପିଜି ଓ ୟୁଜି ପିଲାଙ୍କୁ ନୂଆ ସ୍କିମ୍ ଯୋଗାଇ ଦେବେ । ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ସ୍କିମ ଆରମ୍ଭ କରିବେ ମୋହନ ସରକାର । ମୋହନ ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି ନେଇ କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।