Advertisment

Jagannath Land: ଫେରିବ ମହାପ୍ରଭୁଙ୍କ ସମ୍ପତ୍ତି, କାଗଜପତ୍ର କାମ ସାରିଲେଣି ସରକାର

ରାଜ୍ୟ ଏବଂ ରାଜ୍ୟ ବାହାରେ ଶ୍ରୀଜିଙ୍କର ୫୮ ହଜାର ଏକର ଜମି ରହିଛି । ସେଥିରୁ ୩୬ରୁ ୩୭ ହଜାର ଏକରର କାଗଜପତ୍ର ପ୍ରସ୍ତୁତ ହୋଇସାରିଛି । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

Jagannath Temple Properties

Jagannath Temple Properties

Advertisment

ଫେରିବ ମହାପ୍ରଭୁଙ୍କ ସମ୍ପତ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟ ଏବଂ ରାଜ୍ୟ ବାହାରେ ଶ୍ରୀଜିଙ୍କର ୫୮ ହଜାର ଏକର ଜମି ରହିଛି । ସେଥିରୁ ୩୬ରୁ ୩୭ ହଜାର ଏକରର କାଗଜପତ୍ର ପ୍ରସ୍ତୁତ ହୋଇସାରିଛି । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସରକାର ତ୍ୱରିତ ଗତିରେ ଏହି କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Advertisment

ମହାପ୍ରଭୁଙ୍କର ଭୂସମ୍ପତ୍ତି ଯେଉଁଠି ରହିଛି, ତାହାର ଠିକ ଆକଳନ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ପୁରୀ ସହରଠୁ ନେଇ ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁ ସମ୍ପତ୍ତି ରହିଛି ତାହା କିଭଳି ପୁଣି ଆଉ ଥରେ ମହାପ୍ରଭୁଙ୍କ କାମରେ ବିନିଯୋଗ ହେବ, ସେଥିପାଇଁ ଯାହା ଯାହା ଆବଶ୍ୟକ ତାହା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ମେ' ମାସରେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏ ନେଇ ପ୍ରକ୍ରିୟା ବ୍ୟବସ୍ଥିତ କରିବା ସହ ଫଳପ୍ରଦ ଓ ପ୍ରଭାବୀ ପଦକ୍ଷେପ ନେବାକୁ ମଧ୍ୟ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ- ଶ୍ରୀମନ୍ଦିର ରେକର୍ଡପତ୍ରର ଡିଜିଟାଇଜେସନ୍, ମନ୍ଦିର ସମ୍ପତ୍ତି ମ୍ୟୁଟେସନ୍ ଓ ହସ୍ତାନ୍ତର ପ୍ରସଙ୍ଗରେ ମାର୍ଗଦର୍ଶିକା ଆଣାଯାଉ। ମହାପ୍ରଭୁଙ୍କ ନାଁରେ ଥିବା ସମ୍ପତ୍ତି ସଂକ୍ରାନ୍ତୀୟ ତଥ୍ୟ ଠିକ୍ ଭାବେ ରେକର୍ଡ କରିବାକୁ ରାଜସ୍ବ ଓ ଭୂମି ରେକର୍ଡ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ସହିତ ପ୍ରକୃତ ଆଇନଗତ ସ୍ଥିତି ସଂକ୍ରାନ୍ତରେ ଶ୍ରୀଜିଉଙ୍କ ସମ୍ପତ୍ତି ତଥ୍ୟ ରେକର୍ଡରେ ଉଲ୍ଲେଖ କରାଯିବ। ଆଇନର ବିରୁଦ୍ଧାଚରଣ କରୁଥିବା ତଥା ଏହି ରାୟ ଅନୁସାରେ ନଥିବା ଯେ କୌଣସି ମ୍ୟୁଟେସନ୍ ବା ଜମି ରେକର୍ଡରେ ସଂଶୋଧନକୁ ବାଦ ଦିଆଯିବ। ବିଶେଷ କରି ଧାରା ୧୬ (୨) ର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ।

Advertisment

ସେହିପରି ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର, ଲିଜ୍ ଓ ମ୍ୟୁଟେସନ୍ ପ୍ରସଙ୍ଗରେ ଆଇନ୍ ବିଭାଗ ଓ ମନ୍ଦିର ପ୍ରଶାସନ ଉପଯୁକ୍ତ ସମନ୍ବୟ ରଖିବେ। ଯଦି କୌଣସି ପ୍ରଶାସନିକ ଅନିୟମିତତା ଓ ଅବହେଳା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତିର ବେଆଇନ୍ ହସ୍ତାନ୍ତର କିମ୍ବା ମ୍ୟୁଟେସନ୍ ହୋଇଥାଏ, ତେବେ ଏଭଳି ଘଟଣାକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ବି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

Prithviraj Harichandan Odisha Culture Shri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ