ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧିକଲେ ରାଜ୍ୟ ସରକାର

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧି । ବୀମା ଯୋଜନାରେ ୭୦୪୧ ଜଣ ସାମ୍ବାଦିକ ଅନ୍ତର୍ଭୁକ୍ତ ।

Journalists' Health Insurance Scheme

କର୍ମଜୀବୀ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଛି । ଏନେଇ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ଯୋଜନାର ନବୀକରଣ ହୋଇଛି । ଫଳରେ ଏଥିରେ ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ ଉପକୃତ ହେବେ ।

ଓଡ଼ିଶା ସରକାରଙ୍କ ତରଫରୁ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ୨୦୨୪ ସେପ୍ଟେମ୍ବର ୧ରୁ ୨୦୨୫ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏହି ପରିପ୍ରେକ୍ଷୀରେ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ହୋଇଛି । ବାର୍ଷିକ ପ୍ରିମିୟମ ବାବଦରେ ୮ କୋଟି ୫୫ ଲକ୍ଷ ୭୬ ହଜାର ୩୧୪ ଟଙ୍କା ଇନସ୍ୟୁରାନ୍ସ କମ୍ପାନୀକୁ ଦିଆଯିବା ସହ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ପ୍ରାଥମିକ ଭାବେ ବୀମା ଯୋଜନାରେ ୭୦୪୧ ଜଣ ସାମ୍ବାଦିକ ଏକ ବର୍ଷ ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି । ନୂତନ ଭାବେ ପଞ୍ଜିକୃତ ହେବା ପାଇଁ ସୂଚନା ଲୋକସମ୍ପର୍କ ବିଭାଗର ପୋର୍ଟାଲ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଖୋଲିବ । ସୂଚନାଯୋଗ୍ୟ ଯେ, ପଞ୍ଜିକୃତ ସାମ୍ବାଦିକ ପୁନର୍ବାର ଆବେଦନ କରିବାର ଆବଶ୍ୟକ ନାହିଁ ।