Advertisment

Chhattisgarh Paddy Truck: ଛତିଶଗଡ଼କୁ କନକଙ୍କ ନାଲିଆଖି, ମିଲରଙ୍କ ଛାତିରେ ପଶିଲା ଛନକା

କେବଳ ଗୋଟିଏ କି ଦୁଇଟି ଟ୍ରକ ନୁହେଁ, ପ୍ରତିଦିନ ରାତିଉଜାଗର ରହି ଛତିଶଗଡରୁ ଆସୁଥିବା ଧାନ ଟ୍ରକକୁ ଧରୁଛନ୍ତି ଚାଷୀ । ଘଟଣାସ୍ଥଳରେ ପାଟିତୁଣ୍ଡ ହୋହଲ୍ଲା ମଧ୍ୟ ହେଉଛି । ସୋନପୁର ଜିଲ୍ଳାର ଅଧିକାଂଶ ମିଲରେ ରବି ଧାନ କିଣା ଟାର୍ଗେଟ ପୂରା କରିବା ପାଇଁ, ଅଧିକାଂଶ ଛତିଶଗଡରୁ ଧାନ ଆଣି ଭତ୍ତି କରିସାରିଲେଣି ।

ଅଦ୍ୟତନ ହୋଇଛି
ମିଲରଙ୍କ ଛାତିରେ ଛନକା

ମିଲରଙ୍କ ଛାତିରେ ଛନକା

Advertisment

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀଙ୍କ ଚେତାବନୀ । ଆମ ଉପରେ ଛତିଶଗଡ ଧାନ କିଣିବା ପାଇଁ ଚାପ ପକାଯାଉଛି ବୋଲି ଖୁଲମଖୁଲା କହୁଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସୋନପୁର ଜିଲ୍ଳାର ବାସ୍ତବତା ଦେଖିଲେ ସବୁ କଥା ବୁଝାପଡ଼ିଯିବ। ରାତି ଉଜାଗର ହୋଇ ଲୋକେ ଧରିଛନ୍ତି ଛତିଶଗଡର ଧାନ ବୋଝେଇ ଟ୍ରକ । ଡ୍ରାଇଭରକୁ ମଧ୍ୟ ଘେରିଛନ୍ତି । ଆଉ ଲୋକଙ୍କୁ ଦେଖି, ଡ୍ରାଇଭର ବି ସତ ଓଗାଳିଛନ୍ତି ।

Advertisment

ଛତିଶଗଡରୁ ପ୍ରଥମେ ଧାନ ଆସୁଛି ବରଗଡ ଜିଲ୍ଳାର ସୋହେଲା..। ଆଉ ସେଇଠୁ ବିଭିନ୍ନ ମିଲକୁ, ରାତିରେ ପରିବହନ ହେଉଛି । ଚାଷୀ ଧରିଥିବା ଏହି ଟ୍ରକଟି, ସୋନପୁର ଜିଲ୍ଳା ରାମପୁର ନିକଟରେ ଥିବା ସାଇ ଫୁଡସ ରାଇସମିଲକୁ ଯାଉଥିଲା । ଲୋକେ ଧରି ଥାନାରେ ଜିମା ଦେଲେ । ଏବେ , ପ୍ରାଥମିକ ପ୍ରମାଣ ପାଇ ମାମଲା ରୁଜୁ କରିଛି ରାମପୁର ଥାନା ।

କେବଳ ଗୋଟିଏ କି ଦୁଇଟି ଟ୍ରକ ନୁହେଁ, ପ୍ରତିଦିନ ରାତିଉଜାଗର ରହି ଛତିଶଗଡରୁ ଆସୁଥିବା ଧାନ ଟ୍ରକକୁ ଧରୁଛନ୍ତି ଚାଷୀ । ଘଟଣାସ୍ଥଳରେ ପାଟିତୁଣ୍ଡ ହୋହଲ୍ଲା ମଧ୍ୟ ହେଉଛି । ସୋନପୁର ଜିଲ୍ଳାର ଅଧିକାଂଶ ମିଲରେ ରବି ଧାନ କିଣା ଟାର୍ଗେଟ ପୂରା କରିବା ପାଇଁ, ଅଧିକାଂଶ ଛତିଶଗଡରୁ ଧାନ ଆଣି ଭତ୍ତି କରିସାରିଲେଣି । କାରଣ ଛତିଶଗଡ ସରକାର, ରବି ଋତୁରେ ଧାନ କିଣନ୍ତିନାହିଁ ।

Advertisment

ତେଣୁ ସୋନପୁର ଜିଲ୍ଳାର ଅଧିକାଂଶ ମଣ୍ଡିରୁ ଧାନ ଉଠୁନି । ସାରସମାଲ ଧାନମଣ୍ଡି ଏହାର ଏକ ତାଜା ଉଦାହରଣ । ଝିପି ଝିପି ବର୍ଷାରେ, ମିଲର୍ସକୁ ଜଗୁଛି ଚାଷୀ । କିନ୍ତୁ ମିଲ ମାନଙ୍କରେ ଛତିଶଗଡ ଧାନ ଭର୍ତ୍ତି କରି, ସ୍ଥାନୀୟ ଚାଷୀଙ୍କର ଧାନ ଉଠାଉନାହିଁ ମିଲର୍ସ । ଆଉ ସବୁ ଜାଣି ଚୁପଚାପ ପ୍ରଶାସନ । କେବଳ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ନେବାର ଛଳନା କରୁଛି । ଏ ବାବଦରେ ସୋନପୁର ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ମଧ୍ୟ ସନ୍ତୋଷଜନକ ନୁହେଁ।

Chhattisgarh Millers Kanak Vardhan Singhdeo Deputy CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ