ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଭୁବନେଶ୍ୱର ଗାନ୍ଧି ମାର୍ଗରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବ୍ୟାପୀ ଗାଁରୁ ସହର ସବୁଠି ବୁଲିବ ସୁଭଦ୍ରା ସଚେତନତା ରଥ । ଭୁବନେଶ୍ୱର ଗାନ୍ଧି ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Subhadra Awareness Rath

ଗଡ଼ିଲା ସୁଭଦ୍ରା ସଚେତନତା ରଥ । ଭୁବନେଶ୍ୱର ଗାନ୍ଧି ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି 

ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା ଯୋଜନା ଅସ୍ମିତାର ପରିଚୟ ହେବ । ସୁଭଦ୍ରା କେବଳ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ ହେବ। ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରାର ମୂଳ ଉଦ୍ଦେଶ୍ୟ । ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ଏହା ସହାୟକ ହେବ । ପ୍ରତି ଅଞ୍ଚଳକୁ ଯିବ ସଚେତନତା ରଥ। ମା, ଭଉଣୀଙ୍କୁ ସଚେତନ କରିବ । ପ୍ରଥମେ ଭୁବନେଶ୍ୱରରେ ବୁଲିବ ରଥ, ପରେ ସବୁ ଜିଲ୍ଲାରେ ଏହା ଗଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଧୈର୍ଯ୍ୟ ରଖନ୍ତୁ, ଶୀଘ୍ର ସୁଭଦ୍ରା ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାର ସମୟ ସୀମା ନାହିଁ । ଶେଷ ହିତାଧିକାରୀ ଯାଏଁ ପଞ୍ଜୀକରଣ ଚାଲିବ। ଲମ୍ବା ଧାଡ଼ିରେ ରହିବାରୁ ନିବୃତ୍ତ ରୁହନ୍ତୁ । ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟସାରା ବୁଲିବ ସୁଭଦ୍ରା ସଚେତନତା ରଥ । 

ସେହିପରି କେନ୍ଦ୍ରାପଡାରେ ମଧ୍ୟ ଗଡ଼ିଲା ସୁଭଦ୍ରା ସଚେତନତା ରଥ। କେନ୍ଦ୍ରାପଡ଼ା ସଂସ୍କୃତି ଭବନଠାରେ ସାଂସଦ ବୈଜନ୍ତ ପଣ୍ଡା ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ନାରୀଙ୍କ ପରିବର୍ତ୍ତନ ହେଲେ ସମାଜର ପରିବର୍ତ୍ତନ ହେବ ବୋଲି ସାଂସଦ କହିଛନ୍ତି । ବିଭିନ୍ନ ପ୍ରଦେଶରେ ପରିବର୍ତ୍ତନ ଆଣିପାରିଛି । ଏହି ଯୋଜନାର ସଚେତନତା ରଥ ୧୦ଦିନ ମଧ୍ୟରେ ସବୁ ବ୍ଲକ, ପଞ୍ଚାୟତ, ୱାର୍ଡ ବୁଲିବ । ଏହିକାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ସଭାପତି, ମ୍ୟୁନିସିପାଲଟି ଅଧକ୍ଷା ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସହିତ ବହୁ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସହ ଶତାଧିକ ମହିଳା ଯୋଗ ଦେଇଥିଲେ । 

୫ ହଜାର ଟଙ୍କାରେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହଁ । ଏକାଥରକେ କିମ୍ବା ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦେଲେ ମହିଳାଙ୍କ ପାଇଁ ଲାଭ ହେବ । ରାଜଧାନୀରେ ସୁଭଦ୍ରା ରଥ ଉଦଘାଟନରେ ଅତିଥି ଭାବେ ଯୋଗଦେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା 
ଦାସ । ଏପଟେ ସୁଲୋଚନାଙ୍କ କଥାର ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କଥା ଛଳରେ ସେ ଏପରି କହିଥିବେ । କିନ୍ତୁ ମଞ୍ଚରେ ତାଙ୍କ ଅଙ୍ଗଭଙ୍ଗୀ କହୁଥିଲା ମହିଳାଙ୍କୁ ଏହା ସହାୟକ ହେବ ବୋଲି । ଏହା ଗୋଟେ ପ୍ରୋତ୍ସାହନ।  ଆଗାମୀ ଦିନରେ ଲକ୍ଷପତି ଦିଦିରେ ଓଡିଶା ଏକ ନମ୍ବର ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡା ।