CM Mohan Majhi
ମୁମ୍ବାଇ ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁମ୍ବାଇରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, JSW ମୁଖ୍ୟ ସଜ୍ଜନ ଜିନ୍ଦଲ, ଗୋଦରେଜ୍ ଗ୍ରୁପ୍ ଚେୟାରମ୍ୟାନ୍ ନାଦୀର ଗୋଦରେଜ୍, ୱେଲସ୍ପୁନର ବିଜୟ ଗୋଏଙ୍କା ଏବଂ ବାଲକ୍ରିଷ୍ଣ ଗୋଏଙ୍କାଙ୍କ ସମେତ ଅନ୍ୟ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ବେଦାନ୍ତ ପ୍ରକଳ୍ପ ସଂପ୍ରସାରଣ ନେଇ ଅନୀଲ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପ୍ରସ୍ତାବିତ ଇ-ଯାନ ପ୍ରକଳ୍ପ ନେଇ ସଜ୍ଜନ ଜିନ୍ଦଲଙ୍କ ସହ କଥା ହୋଇଛନ୍ତି। ନରାଜରେ ପ୍ରସ୍ତାବିତ ଇ-ଯାନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି। ସେହିପରି କଟକ ଚୌଦ୍ବାରରେ ପ୍ରସ୍ତାବିତ ଟେକ୍ସଟାଇଲ୍ ପାର୍କ ପ୍ରୋଜେକ୍ଟ ନେଇ ୱେଲସ୍ପୁନ୍ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729270558.jpg)