Advertisment

Odisha Cabinet Restructuring: ଆଗ ଭଳି ପାୱାରଫୁଲ ରହିବେନି ସଚିବ, ମନ୍ତ୍ରୀ ନେବେ କ୍ୟାବିନେଟ୍ ନିଷ୍ପତ୍ତି

ରାଜ୍ୟ କ୍ୟାବିନେଟ୍‌ ଢ଼ାଞ୍ଚାରେ ବଡ଼ ପରିବର୍ତ୍ତନ । ସଚିବମାନେ ପୂର୍ବ ଭଳି ପାୱାରଫୁଲ ରହିବେ ନାହିଁ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍ ବସି ପାରିବ ନାହିଁ ।

ଅଦ୍ୟତନ ହୋଇଛି
More Power To Ministers

More Power To Ministers

Advertisment

ରାଜ୍ୟ କ୍ୟାବିନେଟ୍‌ ଢ଼ାଞ୍ଚାରେ ପରିବର୍ତ୍ତନ ହୋଇଛି । ଏଣିକି ସଚିବମାନେ ପୂର୍ବ ଭଳି ପାୱାରଫୁଲ ରହିବେ ନାହିଁ । ଅର୍ଥାତ୍, ସଚିବଙ୍କଠାରୁ ମନ୍ତ୍ରୀଙ୍କ କ୍ଷମତା ଅଧିକ ରହିବ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରିବେ ସଚିବ ।  ପୂର୍ବ ସରକାର ଭଳି ମନ୍ତ୍ରୀଙ୍କୁ ଗୌଣ କରାଯାଇ ସଚିବଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ନାହିଁ ।  କ୍ୟାବିନେଟ୍ ସଂପର୍କରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ବିଭାଗକୁ ଏନେଇ ସଂସଦୀୟ ବ୍ୟାପାର ସଚିବ  ଚିଠି ଲେଖିଛନ୍ତି। ୫ ଦିନ ପୂର୍ବରୁ କ୍ୟାବିନେଟ୍‌ ବୈଠକର  ତାରିଖ ଧାର୍ଯ୍ୟ ହେବ । 

Advertisment

ସେହିପରି ୩ ଦିନ ପୂର୍ବରୁ କ୍ୟାବିନେଟର ସମସ୍ତ ପ୍ରସ୍ତାବ ଚୂଡାନ୍ତ ହେବ । ଆଉ ୨ ଦିନ ପୂର୍ବରୁ କ୍ୟାବିନେଟ ପ୍ରସ୍ତାବ ମନ୍ତ୍ରୀଙ୍କ ପାଖକୁ ଯିବ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍ ବସି ପାରିବ ନାହିଁ । କେବଳ ଆବଶ୍ୟକସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ ରୁମକୁ ଯାଇପାରିବେ ।  ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । 

Advertisment

ଅଧିକ ପଢନ୍ତୁ : CJI ହୋଇ ପ୍ରଥମ ଥର ନିଜ ରାଜ୍ୟକୁ ଗଲେ ଗବାଇ, ସ୍ୱାଗତ ପାଇଁ ଆସିଲେନି ମୁଖ୍ୟ ଶାସନ ସଚିବ ଓ ଡିଜିପି

Chief Minister Odisha Cabinet Mohan Charan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ