ଓଡ଼ିଶା ବିଜନେସ୍ ଆୱାର୍ଡ ୨୦୨୪: ଜାଣନ୍ତୁ ଶିକ୍ଷା ବିଭାଗରେ କିଏ ଅଛନ୍ତି ...

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି ।

Odisha Bussiness Award 2024

Business Odisha Awards-2024

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି ।

ବିକାଶ ଗ୍ରୁପ ଅଫ୍‍ ଇଷ୍ଟିଚ୍ୟୁସନସ୍‍

ଶିକ୍ଷାର ବିକାଶରେ ଦେଶର ବିକାଶ, ଏମିତି କିଛି ପ୍ରତିଶ୍ରୁତି ସହିତ ପ୍ରତିଷ୍ଠା ହୁଏ ବିକାଶ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନସ୍‍ । ଏବେ ପଶ୍ଚିମ ଓଡିଶାରେ ଏହାର ଏକାଧିକ ଶାଖା ରହିଛି । ତା ମଧ୍ୟରେ ବିକାଶ ଗ୍ରୁପ୍ ଅଫ୍ ଇଷ୍ଟିଚ୍ୟୁସନ୍ସର ବରଗଡ, ଝାରସୁଗୁଡା, ଭବାନୀପାଟଣା, କଣ୍ଟାବାଞ୍ଜୀ ଏବଂ ଜୟପୁର ଶାଖା ଅନ୍ୟତମ । ଏଡୁକେସନ୍ ଏଣ୍ଟରପ୍ରେନର ତଥା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇଷ୍ଟିଟ୍ୟୁସନ୍‌ସର ଚେୟାରମ୍ୟାନ୍‍ ହେଉଛନ୍ତି ଡି. ନାଗେଶ୍ୱର ରାଓ । ଶ୍ରୀ ରାଓଙ୍କ ତତ୍ତ୍ୱାବଧାନରେ ସଂସ୍ଥାର ବିଭିନ୍ନ ଶାଖାରେ ଏବେ ପ୍ରାୟ ୭ହଜାର ଛାତ୍ରଛାତ୍ରୀ ଶିକ୍ଷାଗହଣ କରୁଛନ୍ତି । ରେସିଡେଣ୍ଟିଆଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସହିତ ଯୁକ୍ତଦୁଇ, ଅଣ୍ଡର ଗ୍ରାଜୁଏଟ୍‍, ଗ୍ରାଜୁଏଡ୍‍ ଏବଂ ପୋଷ୍ଟ ଗ୍ରାଜୁଏସନ କୋର୍ସ ଏଠାରେ ଉପଲବ୍ଧ । ୨୦୦୨ରେ ଆରମ୍ଭ ହୋଇଥିବା ଏହି ଗ୍ରୁପ ଅଧୀନରେ ବିକାଶ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ବିକାଶ ପଲିଟେକ୍ନିକ, ବିକାଶ ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟ, ବିକାଶ ଡିଗ୍ରୀ କଲେଜ, ବିକାଶ ଲ ସ୍କୁଲ ଏବଂ ବିକାଶ ନର୍ସିଂ କଲେଜ ରହିଛି । ଗୁଣବତ୍ତା ଶିକ୍ଷା ସାଙ୍ଗକୁ ପିଲାଙ୍କର ସାମଗ୍ରିକ ବିକାଶ ଦିଗରେ ସର୍ବଦା ଚେଷ୍ଟାରତ ଏହି ସଂସ୍ଥା । ଏହାର ପରିଚାଳନା ପାଇଁ ୧୧ଶହରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏବେ ଏହି ସଂସ୍ଥାର ବାର୍ଷିକ କାରବାର ପ୍ରାୟ ୮୧କୋଟି ଟଙ୍କାରେ ପହଂଚିପାରିଛି । ଆଗକୁ ଓଡିଶା ଓ ଛତିଶଗଡରେ ଏହାର ନୂଆ ଶାଖା ଖୋଲିବାର ଯୋଜନା ରଖିଛି ଏହି ଗ୍ରୁପ୍ ।

ବେଦିକ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନସ୍

ଓଡିଶାର ଶିକ୍ଷାକୁ ବିଶ୍ୱ ଦରବାରରେ ପହଚାଂଇବା ଲକ୍ଷ୍ୟରେ୨୦୦୮ରେ ପ୍ରତିଷ୍ଠାଲାଭ କରେ ବେଦିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ । ଓଡ଼ିଶାର ସମ୍ବଲପୁର ଓ ବରଗଡ ସହିତ ଛତିଶଗଡର ରାୟଗଡରେ ଏହାର କ୍ୟାମ୍ପସ୍ ରହିଛି । ଏହାର ପ୍ରତିଷ୍ଠାତା, ଟ୍ରଷ୍ଟି ତଥା ଚେୟାରମ୍ୟାନ୍ ହେଉଛନ୍ତି ଆନନ୍ଦ କୁମାର ଅଗ୍ରୱାଲ । ବିଦ୍ୟାର୍ଥୀମାନଙ୍କର ବୌଦ୍ଧିକ, ସାମାଜିକ ଏବଂ ସାମଗ୍ରିକ ବିକାଶ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ ହେଉଛି ଏହି ଶିକ୍ଷାନୁଷ୍ଠାନର ଲକ୍ଷ୍ୟ । ISO 9001-2015 ସାର୍ଟିଫିକେଟ୍ ପ୍ରାପ୍ତ ଏହି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଏକ ଉଦାହରଣ ପାଲଟିଛି । ପ୍ଲେ ଗ୍ରୁପ୍ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ଶିକ୍ଷା ଏଠାରେ ପ୍ରଦାନ କରାଯାଇଥାଏ । ଏଠାରେ କଳା, ବିଜ୍ଞାନ, ବାଣିଜ୍ୟ, ବି.ଇଡି ଏବଂ ଫାର୍ମାସିରେ ସ୍ନାତକ ପାଠ୍ୟକ୍ରମ ବ୍ୟବସ୍ଥା ରହିଛି । ରାୟଗଡାରେ ପି.ଜି କୋର୍ସ ମଧ୍ୟ ରହିଛି । ଏହି ଗ୍ରୁପ୍‌ରେ ଏବେ ୫ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଅନ୍ତର୍ଜାତୀୟ ମାନକ ସହିତ ତାଳଦେଇ ଏଠାରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ରୋବୋଟିକ୍ସ ଏବଂ କୋଚିଂକ୍ଲାସ୍ ପ୍ରଦାନର ବ୍ୟବସ୍ଥା ରହିଛି । TEDx ଟକ୍, ମଡେଲ୍ ୟୁନାଇଟେଡ୍ ନେସନ୍ସ (MUN) ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବେଦିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ଖୁବ୍‌ ପ୍ରସିଦ୍ଧ । ଉଭୟ ଟିଚିଂ ଓ ନନ୍‌ଟିଚିଂଙ୍କୁ ମିଶାଇ ଏହି ଅନୁଷ୍ଠାନରେ ପାଖାପାଖି ୭ଶହ ଷ୍ଟାଫ୍ କାର୍ଯ୍ୟରତ । ଏହାର ବାର୍ଷିକ ଆୟ ହେଉଛି ୪୦କୋଟି । କ୍ରୀଡା ଉପରେ ବିଶେଷ ଗୁରୁତ୍ୱ ଦେଇଥାଏ ଏହି ସଂସ୍ଥା । ରୋହିତ ଶର୍ମାଙ୍କ CricKingdom Cricket Academy ସହ ଅନୁବନ୍ଧିତ ରହିଛି ଏହି ଅନୁଷ୍ଠାନ । ଏହାସହ ବାସ୍କେଟବଲ୍, ଟେବୁଲ ଟେନିସ୍‌ର ଟ୍ରେନିଂ ମଧ୍ୟ ଦିଆଯାଉଛି । ପ୍ରତି ରବିବାରରେ ସତ୍‌ସଙ୍ଗର ଆୟୋଜନ କରାଯାଏ ଯେଉଁଥିରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଉପସ୍ଥିତ ରହିଥାନ୍ତି । ବେଦିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସକୁ ASSOCHAM EDUSHINE EXCELLENCE AWARD, NATIONAL EXCELLENCE AWARD, INDIAN ACHIEVER AWARD ସହିତ Bhumiputra Award (2016), ZEE Award (2022) ଭଳି ଅନେକ ପୁରସ୍କାର ଓ ସମ୍ମାନ ମିଳିଛି ।

ଟାଇମସ୍ ସ୍କୋଲାରସ୍ ଗୁରୁକୁଲ୍

ଶିକ୍ଷା କ୍ଷେତ୍ରରେ ଏକ ଉକୃଷ୍ଟ ଅନୁଷ୍ଠାନ ହେଉଛି ଟାଇମସ୍ ସ୍କୋଲାରସ୍ ଗୁରୁକୁଲ୍‌ । ୨୦୦୪ରୁ ସ୍ଥାପନ ହେଇଥିବା ଏହି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ହେଉଛନ୍ତି ଡକ୍ଟର ସାରଦା ପ୍ରସାଦ ମିଶ୍ର । ISO 9001: 2015 ସାର୍ଟିଫିକେଟ୍ ପ୍ରାପ୍ତ ଏବଂ ସିବିଏସ୍ଇ ବୋର୍ଡ ସହିତ ଅନୁବନ୍ଧିତ ହୋଇଥିବା ଏହି ଶିକ୍ଷାନୁଷ୍ଠାନ, ଗୁରୁକୁଳ ଆଦର୍ଶର ନୀତି ଅନୁଯାୟୀ ଆଧୁନିକ ଯୁଗର ପୀଢ଼ିଙ୍କୁ ଜ୍ଞାନ ପ୍ରଦାନ କରିଆସୁଛି । ଦେଶର ଅଭିଜ୍ଞ ଶିକ୍ଷକମାନଙ୍କୁ ଏଠାରେ ନିୟୋଜିତ କରାଯାଇଛି । ଏଠାରେ ଉଭୟ ଏକାଡେମିକ୍ ଓ ସ୍କିଲ୍‌ ଡେଭଲପମେଣ୍ଟକୁ ସମାନ ଭାବରେ ପ୍ରାଧାନ୍ୟ ଦିଆଯାଇଥାଏ । ସ୍କୁଲର ବାର୍ଷିକ କାରବାର ୧୫ କୋଟି ରହିଛି । ଭୁବନେଶ୍ୱର, ବାଳକାଟୀ, ବଳଙ୍ଗା, କେସିଙ୍ଗା–ଏଭଳି ରାଜ୍ୟରେ ଏହାର ସାତୋଟି ଶାଖା ରହିଛି ଯେଉଁଠି ୩ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ସନ୍ଧ୍ୟାରେ ଅତିରିକ୍ତ ଟ୍ୟୁସନ କ୍ଲାସ୍, କାଉନସେଲିଂ ବ୍ୟବସ୍ଥା, ଦୁର୍ବଳ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅତିରିକ୍ତ କ୍ଲାସ୍ ଭଳି ଅନେକ ବ୍ୟବସ୍ଥା ଏଠାରେ ରହିଛି । କ୍ୟାମ୍ପସରେ ଏକ ମଲ୍ଟିଭେଲ୍ ଜିମ୍ ସହ ଯୋଗ ଏବଂ ଧ୍ୟାନ ପାଇଁ ବ୍ୟବସ୍ଥା କରାଯାଇଛି । ଶିକ୍ଷାର୍ଥୀଙ୍କ ନୈତିକ ମୂଲ୍ୟବୋଧର ବିକାଶ ପାଇଁ ଦୈନିକ ପାଠପଢା ସହ ଶ୍ରୀମଦ୍ ଭଗବଦ୍ ଗୀତା ଅଧିବେଶନ ଅନୁଷ୍ଠିତ ହୋଇଥାଏ । Physics Wallah ଏବଂ Vajirao IAS Coaching Academy ଏହି ଦୁଇଟି ଅନୁଷ୍ଠାନର ସହଯୋଗରେ ଏଠାରେ JEE/NEET କ୍ଲାସ ସହିତ Civil Service ପାଇଁ କୋଚିଂ ଦିଆଯାଇଥାଏ । ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ଦେଶର ବିଭିନ୍ନ ସ୍ତରରୁ ଏକାଧିକ ମାନ୍ୟତା ଓ ପୁରସ୍କାର ହାସଲ କରିଛି ଏହି ଶିକ୍ଷାନୁଷ୍ଠାନ ।

ସେଣ୍ଟ ଜାଭିଅର୍‌ସ ଗ୍ରୁପ ଅଫ ସ୍କୁଲ

୧୯୯୮ରେ ପ୍ରତିଷ୍ଠିତ ହୋଇଥିବା ସେଣ୍ଟ ଜାଭିଅର୍‌ସ ଗ୍ରୁପ ଅଫ ସ୍କୁଲ ରାଜ୍ୟ ତଥା ଦେଶର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ । ସେଣ୍ଟ ଜାଭିଅର୍‌ସ ଗ୍ରୁପ ଅଫ ସ୍କୁଲର ଏକ ଉଇଙ୍ଗ୍‌ ଭାବେ ‘କୃଷ୍ଣମୂର୍ତ୍ତି ୱାର୍ଲ୍ଡ ସ୍କୁଲ’ ଗୁଣବତ୍ତା ଶିକ୍ଷା ପ୍ରଦାନ କରିଆସୁଛି । ଏହାର ସିଏମ୍‌ଡି ହେଉଛନ୍ତି ଶିକ୍ଷାବିତ୍‌ ଡ.ଜି.ଏସ୍ ପଟ୍ଟନାୟକ । ଆଥ୍‌ଲେଟିକ୍ ଫେରେଡେସନ ଅଫ୍ ଇଣ୍ଡିଆର ଉପସଭାପତି ତଥା ଭାବେ ସେ କାର୍ଯ୍ୟରତ । ଜାତିସଂଘ ଅଧୀନରେ ଥିବା ପରିବେଶ ଓ ପାଣିପାଗ ପରିବର୍ତ୍ତନ ସଂଗଠନର ସେ ଜଣେ ସକ୍ରିୟ ସଦସ୍ୟ । ଗତ ପ୍ୟାରିସ୍ ଅଲମ୍ପିକ୍ ଗେମ୍‌ସରେ ୩୦ ଜଣିଆ ଆଥ୍‌ଲେଟିକ୍ ଟିମ୍‌ର ୬ଜଣିଆ ପ୍ରତିନିଧି ଦଳରେ ସ୍ଥାନ ପାଇଥିଲେ ଓଡ଼ିଶା ଆଥ୍‌ଲେଟିକ୍ ଆସୋସିଏସନର ସଭାପତି ଡ. ଜିଏସ୍ ପଟ୍ଟନାୟକ । ତାଙ୍କ ତତ୍ତ୍ୱାବଧାନରେ ଓଡିଶାରେ ଏହି ଗ୍ରୁପର ପ୍ରାୟ ୨୦ଟି ସ୍କୁଲରେ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ଦେଶର ୭ଟି ରାଜ୍ୟରେ ଏହି ଗ୍ରୁପର ମୋଟ ୬୯ଟି ସ୍କୁଲ ରହିଛି । ସିବିଏସ୍ଇ ବୋର୍ଡ ସହିତ ଅନୁବନ୍ଧିତ ରହିଛି ଏହିସବୁ ସ୍କୁଲ । ବିଦ୍ୟାର୍ଥୀଙ୍କର ବୌଦ୍ଧିକ, ସାମାଜିକ ଏବଂ ସାମଗ୍ରୀକ ବିକାଶ କରିବା ହେଉଛି ଏସବୁ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ । ମୋଣ୍ଟେସୋରି ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ଶିକ୍ଷା ଏଠାରେ ପ୍ରଦାନ କରାଯାଇଥାଏ । ଦକ୍ଷ ଏବଂ ଅଭିଜ୍ଞ ଶିକ୍ଷକ ଏଠାରେ ଶିକ୍ଷାଦାନ କରିଥାନ୍ତି । ସ୍କୁଲରେ ହଷ୍ଟେଲ, କ୍ୟାଣ୍ଟିନ, ଲାବୋରେଟୋରୀ, ଲାଇବ୍ରେରୀ, ଇ- ଲାଇବ୍ରେରୀ, ଇନଡୋର ପ୍ଲେ ଗ୍ରାଉଣ୍ଡ ସହ ଖେଳ ପଡିଆ ଏବଂ ଅନ୍ୟାନ୍ୟ ସୁବିଧା ରହିଛି । ମଧ୍ୟବିତ୍ତ ପରିବାରର ପିଲାଙ୍କୁ ଆଖି ଆଗରେ ରଖି ଏହି ସ୍କୁଲ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଆର୍ଥିକ ଅନଗ୍ରସର ତଥା ଅନାଥ ପିଲାମାନଙ୍କୁ ଏଠାରେ ମାଗଣାରେ ଶିକ୍ଷା ପ୍ରଦାନ କରାଯାଇଥାଏ । ଭଗବତ୍ ଗୀତାର ଆଦର୍ଶକୁ ଆଧାର କରି ଗଢି ଉଠିଥିବା କୃଷ୍ଣମୂର୍ତ୍ତି ୱାର୍ଲ୍ଡ ସ୍କୁଲରେ ଆଧୁନିକ ଶିକ୍ଷା ସହ ଭଗବତ୍ ଗୀତା, ଯୋଗ, ଏବଂ ଟ୍ରାନସେଣ୍ଡଡେଣ୍ଟାଲ ମେଡିଟେସନ ସଂପର୍କରେ ଶିକ୍ଷା ପ୍ରଦାନ କରାଯାଇଥାଏ । ଓଡିଶାରେ ଏହି ଗ୍ରୁପରେ ପ୍ରାୟ ୨ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ୍ ୟୁନିଭର୍ସିଟି (ସୋଆ)

ଭୁବନେଶ୍ୱରରେ ଉଚ୍ଚଶିକ୍ଷାର ଏକ ପ୍ରତିଷ୍ଠିତ ସଂସ୍ଥା ହେଉଛି ଶିକ୍ଷା ଓ ଅନୁସନ୍ଧାନ ବା SOA । ଜୁଲାଇ ୧୭, ୨୦୦୭ରେ ୟୁଜିସି ଆକ୍ଟ ୧୯୫୬ର ସେକ୍ସନ ୩ ଆଧାରରେ ସୋଆକୁ ମିଳିଛି ଡିମ୍ଡ୍ ୟୁନିଭର୍ସିଟିର ମାନ୍ୟତା । ୩୦ଟି ଦେଶର ପ୍ରାୟ ୧୭,୦୦୦ ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଲାଭ କରୁଛନ୍ତି । SOA ଅଧୀନରେ ୧୦ଟି ଅନୁଷ୍ଠାନ ବିଭିନ୍ନ ବିଭାଗରେ ଶିକ୍ଷାଦାନ ଜାରି ରଖିଛନ୍ତି । ଇଞ୍ଜିନିୟରିଂ, ମେଡିକାଲ୍, ଡେଣ୍ଟାଲ୍, ମେନେଜମେଣ୍ଟ, ହସ୍ପିଟାଲିଟି ଏଣ୍ଡ ଟୁରିଜିମ୍ ମେନେଜମେଣ୍ଟ, ନର୍ସିଂ, ଫାର୍ମାସିଟିକଲ୍, ଲିଗଲ୍ ଷ୍ଟଡିଜ୍, ଏଗ୍ରିକଲ୍ଚରଲ୍, ଭେଟେନାରୀ ଏବଂ ଏନିମଲ୍ ହଜ୍‌ବେଣ୍ଡ୍ରୀ ଭଳି ୧୦ଟି ଅନୁଷ୍ଠାନ SOA ଅଧୀନରେ କାର୍ଯ୍ୟରତ ‌। ମାତ୍ର ୧୭ ବର୍ଷର SOA ଅନୁଷ୍ଠାନ National Institutional Ranking Framework ବା NIRFର ତାଲିକାରେ ୨୦୧୬ରୁ ଦେଶର ୨୦ଟି ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ମାନ୍ୟତା ପାଇଆସୁଛି । ୨୦୨୪ରେ SOA, NIRF ଦ୍ୱାରା ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଛି । Institute of Technical Education And Research ବା ITER, NIRF ଦ୍ୱାରା ଦେଶର ୨୬ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଏବଂ Institute of Medical Sciences and SUM Hospital, NIRF ତାଲିକାରେ ଦେଶର ୨୧ତମ ଶ୍ରେଷ୍ଠ ଅନୁଷ୍ଠାନର ମାନ୍ୟତା ପାଇଛି । ୨୦୨୨ରେ ଏହି ସଂସ୍ଥାକୁ National Assessment And Accreditation Council ବା NAAC ଦ୍ୱାରା A++ ଗ୍ରେଡ୍ ମିଳିଛି । SOA ୩୧ଟି ଅଣ୍ଡର ଗ୍ରାଜୁଏଟ୍, ୭୯ଟି ପୋଷ୍ଟ ଗ୍ରାଜୁଏଟ୍ ଏବଂ ପୋଷ୍ଟ ମାଷ୍ଟର୍ସ୍ କୋର୍ସରେ ଶିକ୍ଷାଦାନ ଉପଲବ୍ଧ କରାଉଛି । SOA ଗବେଷଣାମୂଳକ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦିଏ ।

ଭୋଟ୍ ଦେବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ...

https://boa.odishatv.in/