Odisha Budget Session
ଚଳିତ ମାସ ୧୩ ତାରିଖରୁ ଆରମ୍ଭହେବ ଓଡ଼ିଶା ବିଧାନସଭାବଜେଟ୍ ଅଧିବେଶନ । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୧୨ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ବୈଠକ ବସିବ । ଫେବୃଆରୀ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ ।
ଶାନ୍ତିଶୃଙ୍ଖଳାର ସହ ଗୃହ ପରିଚାଳନା ପାଇଁ ବାଚସ୍ପତି ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୨୮ ଟି ଲମ୍ବା କାର୍ଯ୍ୟ ଦିବସ ଥିବାରୁ ଥିବାରୁ ଶାନ୍ତି ଶୃଙ୍ଖଳାର ସହ ଗୃହ ପରିଚାଳନା ପାଇଁ ସମସ୍ତ ଙ୍କ ସହ ଆଲୋଚନା କରିବେ ବାଚସ୍ପତି ।
ଫେବୃଆରୀ ୧୪ ଏବଂ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ । ୧୯ ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ ।
ଫେବ୍ରୁଆରୀ ୨୨ ରୁ ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ । ମାର୍ଚ୍ଚ ୭ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଆରମ୍ଭହେବ । ମାର୍ଚ୍ଚ ୧୦ରୁ ବିଭାଗୱାରି ଅନୁଦାନ ଦାବି ଉପରେ ଆଲୋଚନା ହେବ । ବ୍ୟୟମଞ୍ଜୁରୀ ବିଲ୍ ମାର୍ଚ୍ଚ ୨୯ତାରିଖରେ ଆସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738839876.jpg)