Advertisment

ପତ୍ନୀଙ୍କ ଅଭିଯୋଗ ପରେ OAS ସ୍ୱାମୀଙ୍କ ବଡ଼ ବୟାନ; କିଏ ସତ କିଏ ମିଛ ?

ଇଞ୍ଜିନିୟର ପତ୍ନୀ ଅର୍ଚ୍ଚନା ଦାଶ ଆଣିଥିବା ପ୍ରତିଟି ଅଭିଯୋଗର ଜବାବ ରଖି ମାମଲାରେ ଟ୍ବିଷ୍ଟ ଆଣିଛନ୍ତି OAS ସ୍ବାମୀ ସାର୍ଥକ ସୌରଭ ମହାପାତ୍ର। ଅପରପକ୍ଷେ ଆଜି ପୁଣି ପତ୍ନୀ ଅର୍ଚ୍ଚନା କହିଛନ୍ତି, ସ୍ବାମୀ ହସ୍ପିଟାଲ ପେମେଣ୍ଟ ଦେଇନାହାଁନ୍ତି। ମୋ ପାଖରେ ପ୍ରମାଣ ଅଛି। ମୁଁ ଏହି ମାମଲାର ସମାଧାନ ଚାହୁଁଛି।

ଅଦ୍ୟତନ ହୋଇଛି
OAS Sarthak Saurabh Mohapatra Family Dispute

OAS Sarthak Saurabh Mohapatra Family Dispute

Advertisment

ମୁଁ ଅତୁଲ ସୁଭାଷ ନୁହେଁ, ଯେ ହାରିଯିବି। ଶେଷ ପର୍ଯ୍ୟନ୍ତ ଆଇନଗତ ଲଢ଼େଇ ଲଢ଼ିବି। ଇଞ୍ଜିନିୟର ପତ୍ନୀ ଅର୍ଚ୍ଚନା ଦାଶ ଆଣିଥିବା ପ୍ରତିଟି ଅଭିଯୋଗର ଜବାବ ରଖି ଆଜି ଏଭଳି କହିଛନ୍ତି OAS ସ୍ବାମୀ ସାର୍ଥକ ସୌରଭ ମହାପାତ୍ର। ପତ୍ନୀଙ୍କ ଏତଲା ଏବଂ ପୋଲିସର ନୋଟିସ ଆଧାରରେ ଆଜି ଭୁବନେଶ୍ବର ମହିଳା ଥାନାରେ ହାଜର ବେଳେ ଏକଥା କହିଛନ୍ତି ସାର୍ଥକ। ତା'ସହ ପତ୍ନୀଙ୍କୁ ମେଡିକାଲରେ ଭର୍ତ୍ତି କରିବା ଠାରୁ ଛୁଆ ଜନ୍ମ ପରେ ଡିସଚାର୍ଜ ଯାଏଁ, ସବୁ କାମ ନିଜେ କରିଥିବା କହି ମାମଲାରେ ଟ୍ବିଷ୍ଟ ଆଣିଛନ୍ତି ସୌରଭ।

Advertisment

ପତ୍ନୀଙ୍କ ଏତଲା ପରେ ଏବଂ ପୋଲିସର ନୋଟିସ ଆଧାରରେ ଆଜି ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଥିଲେ OAS ସ୍ବାମୀ ସାର୍ଥକ ସୌରଭ ମହାପାତ୍ର। ସମୟ ଦିନ ପ୍ରାୟ ୧୨ଟା। ସାଙ୍ଗରେ ନିଜ ଓକିଲଙ୍କୁ ଧରି ପହଞ୍ଚିଥିଲେ ଥାନାରେ। ସେଠାରେ ପ୍ରାୟ ଘଣ୍ଟାଏ ଧରି OAS ସାର୍ଥକଙ୍କୁ ପଚରାଉଚରା କରିଥିଲେ ମହିଳା ଥାନା ଅଧିକାରୀ। ତା'ପରେ ନୋଟିସ୍ ଦେଇ ତାଙ୍କୁ ଛଡ଼ାଯାଇଥିଲା। ଥାନାରୁ ବାହାରିବା ପରେ ପତ୍ନୀ ନିର୍ଯାତନାରୁ ଆତ୍ମହତ୍ୟା କରି ଦେଶବ୍ୟାପି ଚର୍ଚ୍ଚାକୁ ଆସିଥିବା ଅତୁଲ ସୁଭାଷଙ୍କ କଥା ମିଡିଆ ଆଗରେ ଉଠାଇଥିଲେ ସାର୍ଥକ। କହିଥିଲେ, ମୁଁ ଅତୁଲ ସୁଭାଷ ନୁହେଁ... ହାରିଯିବିନି। ଶେଷ ପର୍ଯ୍ୟନ୍ତ ଆଇନର ଲଢେଇ ଲଢିବି। ଆଇନ କାନୁନ, ପୋଲିସ ଓ ଜଗନ୍ନାଥଙ୍କ ଉପରେ ମୋର ବିଶ୍ବାସ ଅଛି। ଅପରପକ୍ଷେ ଆଜି ପୁଣି ପତ୍ନୀ ଅର୍ଚ୍ଚନା କହିଛନ୍ତି, ସ୍ବାମୀ ହସ୍ପିଟାଲ ପେମେଣ୍ଟ ଦେଇନାହାଁନ୍ତି। ମୋ ପାଖରେ ପ୍ରମାଣ ଅଛି। ମୁଁ ଏହି ମାମଲାର ସମାଧାନ ଚାହୁଁଛି।

ମାନସିକ ନିର୍ଯାତନା, ନବଜାତ ସନ୍ତାନ ପ୍ରତି ନିଷ୍ଠୁରପଣ ଏବଂ ପତ୍ନୀ ଓ ଛୁଆ ପ୍ରତି ଦାୟିତ୍ବହୀନତା ଆଦି ନାନା ଅଭିଯାଗ ଆଣି ସ୍ବାମୀ ସାର୍ଥକଙ୍କ ସମେତ ଶାଶୁ ଓ ନଣନ୍ଦଙ୍କ ବିରୋଧରେ ମହିଳା ଥାନାରେ ଏତଲା ଦେଇଛନ୍ତି ପତ୍ନୀ ଅର୍ଚ୍ଚନା। ଏତଲା ପରେ ସ୍ବାମୀ ସାର୍ଥକଙ୍କୁ ଭୁବନେଶ୍ବର ମହିଳା ଥାନା ପୋଲିସ ନୋଟିସ୍ କରିଥିଲା। ଏପରିକି ୩ଜଣଙ୍କ ବିରୋଧରେ BNS ଧାରା 85, 351(2), 3(5) ଏବଂ ଯୌତୁକ ନିରୋଧ ଆଇନ-4 ଅନୁସାରେ ମାମଲା ରୁଜୁ ହୋଇଛି। ତେବେ ସବୁ ଅଭିଯୋଗକୁ ମିଥ୍ୟା ବୋଲି ସାର୍ଥକଙ୍କ ପକ୍ଷରୁ କୁହାଯିବା ସହ ଗତ ମେ'ରେ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଛି। ମାମଲା ବିଚାରାଧିନ ଥିବା କୁହାଯାଇଛି। ତେବେ ଅର୍ଚ୍ଚନା କହିଛନ୍ତି, ମୁଁ କୌଣସି ଡିଭୋର୍ସ ନୋଟିସ୍ ପାଇନାହିଁ। 

Advertisment

୨୦ ଫେବ୍ରୁଆରୀ ୨୦୨୪ରେ ବିବାହ ହୋଇଥିଲା ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅର୍ଚ୍ଚନା ଦାଶ ଏବଂ OSDMA DGM ସାର୍ଥକ ସୌରଭ ମହାପାତ୍ରଙ୍କ ମଧ୍ୟରେ। ଇତିମଧ୍ୟରେ କୋଳରେ ୨ ମାସର ଶିଶୁ ସନ୍ତାନଟିଏ ଥିବାବେଳେ ବିଗିଡ଼ିଯାଇଛି ଦାମ୍ପତ୍ୟ ଜୀବନ। ଘରୋଇ ହିଂସା ଭଳି ମାମଲା ରୁଜୁ ହେବା ସହ ସ୍ବାମୀଙ୍କ ପକ୍ଷରୁ ଛାଡ଼ପତ୍ର ଯାଏଁ କଥା ଯାଇଛି। ତେବେ କ'ଣ ହେବ ଏହି ହାଇପ୍ରୋଫାଇଲ୍ ଦମ୍ପତିଙ୍କ ଭବିଷ୍ୟତ ? ପାରିବାରିକ ବିବାଦ ଆଗକୁ କି ରୂପ ନେଇପାରେ ? କ'ଣ ରହିବ ପରବର୍ତ୍ତୀ ଆଇନଗତ ଦିଗ ? ତମାମ ଘଟଣାକୁ ନେଇ ଲାଗି ରହିଛି ଚର୍ଚ୍ଚା ଆଲୋଚନା।

Marital Discord Domestic Violence Family Dispute OAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ