Advertisment

ନବଜାତ ପୁଅକୁ ଗ୍ରହଣ କରୁ ନାହିଁନ୍ତି OAS ଅଧିକାରୀ; ପତ୍ନୀ ଆଣିଲେ ଅଭିଯୋଗ...

ଛୁଆ ଜନ୍ମ ପରଠୁ ମେଡିକାଲରୁ ଛୁ ମାରି ଆଉ ଦେଖା ଦେଉନାହାନ୍ତି ସଂପୃକ୍ତ ଅଧିକାରୀ। ହସ୍ପିଟାଲ ବେଡରେ ନବଜାତ ପୁଅ ଓ ପତ୍ନୀଙ୍କୁ ଛାଡ଼ି ଚାଲି ଯାଇଥିବା ଅଭିଯୋଗ ହୋଇଛି।

OAS Officer Allegedly Abandons Ailing Wife

OAS Officer Allegedly Abandons Ailing Wife

Advertisment

ଓଏଏସ୍ ଅଧିକାରୀ ତଥା OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଛୁଆ ଜନ୍ମ ପରଠୁ ମେଡିକାଲରୁ ଛୁ ମାରି ଆଉ ଦେଖା ଦେଉନାହାନ୍ତି ସଂପୃକ୍ତ ଅଧିକାରୀ। ହସ୍ପିଟାଲ ବେଡରେ ନବଜାତ ପୁଅ ଓ ପତ୍ନୀଙ୍କୁ ଛାଡ଼ି ଚାଲି ଯାଇଥିବା ଅଭିଯୋଗ ହୋଇଛି। ସାର୍ଥକଙ୍କ ନାଁରେ ତାଙ୍କ ଇଂଜିନିୟର ପତ୍ନୀ ଆଣିଛନ୍ତି ସଙ୍ଗୀନ୍ ଅଭିଯୋଗ। ତାଙ୍କ ପତ୍ନୀ ଭୁବନେଶ୍ବର ମହିଳା ଥାନାରେ ଏତଲା ଦେଇଛନ୍ତି। ମାଆ ହେବା ପରେ ପତ୍ନୀ ଓ ପୁଅକୁ ଓଏଏସ ଅଧିକାରୀ ପଚାରୁ ନଥିବା ଅଭିଯୋଗ କରିଛନ୍ତି।

Advertisment

ସେହିଭଳି ଏତଲାରେ ସ୍ୱାମୀଙ୍କ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ପତ୍ନୀ। ଅଭିଯୋଗକାରିଣୀ ଅର୍ଚନା ଦାସ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରନ୍ତି। ମେ ୧୦ ରେ ଅର୍ଚ୍ଚନା ଏକ ଘରୋଇ ହସ୍ପିଟାଲରରେ ଗୋଟିଏ ଶିଶୁପୁତ୍ର ଜନ୍ମ ଦେଇଥିଲେ। ତେବେ ନବଜାତ ପୁଅ କୁ ସ୍ବାମୀ ସାର୍ଥକ ଗ୍ରହଣ କରିନଥିଲେ ବୋଲି ଅଭିଯୋଗ କରିଛନ୍ତି ଅର୍ଚ୍ଚନା। ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର। ସେବେଠୁ ସ୍ବାମୀ ଆଉ ସମ୍ପର୍କରେ ନଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଅର୍ଚ୍ଚନା। ସେପଟେ ପତ୍ନୀଙ୍କ ଏଭଳି ଅଭିଯୋଗ ସମ୍ପର୍କରେ ସ୍ବାମୀ ସାର୍ଥକ କହିଛନ୍ତି, ସବୁ ଅଭିଯୋଗର ଜବାବ ଥାନାରେ ଦେବ

OAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ