Advertisment

ସରକାରୀ ମେଡିକାଲରେ ଲାଞ୍ଚ; ପ୍ରସବ କରାଇବାକୁ ନର୍ସ ଦାବି କଲେ ୫ ହଜାର ଟଙ୍କା !

ସରକାରୀ ମେଡିକାଲ୍‌ରେ ପ୍ରସବ କରାଇବାକୁ ନର୍ସ ୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଅନୁଗୁଳ ପାଲଲହଡ଼ା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏହି ଅଭିଯୋଗ।

ଅଦ୍ୟତନ ହୋଇଛି
Nurses demand Rs 5000

Nurses demand Rs 5000

Advertisment

ସରକାରୀ ମେଡିକାଲ୍‌ରେ ପ୍ରସବ କରାଇବାକୁ ନର୍ସ ୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଅନୁଗୁଳ ପାଲଲହଡ଼ା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏହି ଅଭିଯୋଗ। ଜଣେ ମହିଳା ଅଭିଯୋଗ କରିଛନ୍ତି, ଗତ ୨୫ ତାରିଖରେ ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠି ନର୍ସମାନେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ସେ ଅଭିଯୋଗ କରିଛନ୍ତି। 

Advertisment

ଘଟଣା ଜଣାପଡିବାପରେ ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଟଙ୍କା ନେଇଥିବା ନର୍ସ ୫ ହଜାର ଫେରାଇ ଦେଇଥିଲେ। ସେପଟେ ଏନେଇ ତଦନ୍ତ ହେବ ବୋଲି କହିଛନ୍ତି ମେଡିକାଲ୍ ଅଧିକାରୀ।  

ଏପଟେ ନବଜାତ ଶିଶୁପୁତ୍ର ବଦଳରେ ନବଜାତ ଶିଶୁକନ୍ୟାକୁ ରେଫର। ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟର SNCUରୁ ଆସିଛି ଏଭଳି ସାଂଘାତିକ ତ୍ରୁଟିର ଅଭିଯୋଗ। ମିଳିଥିବା ସୂଚନା ଅନୁସାରେ ଫୁଲବାଣୀ ପେଞ୍ଜି ସାହିର ନିବାସୀ ମୁଖିଙ୍କ ନବଜାତ ଶିଶୁପୁତ୍ରଟି ଲୋ ୱେଟ୍ ଥିବାରୁ ତାକୁ SNCUରେ ଭର୍ତ୍ତି କରାଯାଇଥିଲା। ଗତକାଲି ଅଧିକ ଚିକିତ୍ସା ପାଇଁ ଶିଶୁପୁତ୍ରକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରିଥିଲେ ଡାକ୍ତର। ହେଲେ ଶିଶୁପୁତ୍ର ବଦଳରେ ମେଡିକାଲ ଷ୍ଟାଫ୍ ଅନ୍ୟ ଏକ ନବଜାତ ଝିଅକୁ ଶିଶୁପୁତ୍ରର ମା-ବାପାଙ୍କ ହାତରେ ଦେଇ ଏମକେସିଜି ପଠାଇ ଦେଇଥିଲେ। 

Advertisment

ସେମାନେ ବ୍ରହ୍ମପୁର MKCGରେ ପହଞ୍ଚି ଚିକିତ୍ସା ପାଇଁ ଭର୍ତ୍ତି କରିବାବେଳେ ସେଠାକାର ଡାକ୍ତର ଶିଶୁପୁତ୍ର ଜାଗାରେ ଶିଶୁ କନ୍ୟାକୁ ଅଣାଯାଇଥିବା ଚିହ୍ନଟ କରିଥିଲେ। ଏହାପରେ ବିଚଳିତ ବାପା-ମାଆ ତୁରନ୍ତ ଫୁଲବାଣୀ SNCUରେ ଆସି ଯାଞ୍ଚ କରିବା ବେଳେ ତାଙ୍କ ଶିଶୁପୁତ୍ରଟି ଏବେ ବି ସେଠାରେ ଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। 

ଏହା ପରେ ତ୍ରୁଟି ସୁଧାରିବାକୁ ଯାଇ ଫୁଲବାଣୀ ମେଡିକାଲ୍ କର୍ତ୍ତୃପକ୍ଷ ଶିଶୁକନ୍ୟାର ବାପା-ମାଆଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଇ ଦେଇଥିଲେ। ଫୁଲବାଣୀ ମେଡିକାଲ୍ ଭାରପ୍ରାପ୍ତ ଏଡିଏମଓ ତ୍ରୁଟିକୁ ସ୍ବୀକାର କରିବା ସହ ଆଉ ଏକ ଆମ୍ବୁଲାନସରେ ବାପା, ମା’ସହ ନବଜାତ ଶିଶୁପୁତ୍ରକୁ ବ୍ରହ୍ମପୁର ଏମକେସିଜି ପଠାଯାଇଥିବା ଜଣାପଡ଼ିଛି ।

Advertisment
Hospital Nurses Govt Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ