Advertisment

ଗାଁକୁ ଆସିପାରିଲାନି ଆମ୍ୱୁଲାନ୍ସ; ଖଟିଆରେ ଛୁଆକୁ ଜନ୍ମଦେଇ ଆଖିବୁଜିଲା ମା'

ରାସ୍ତାରେ ନବଜାତକକୁ ଜନ୍ମ ଦେଇଥିଲେ ସବିତା । ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟ ମାଆ ଏବଂ ଛୁଆକୁ ଭର୍ତ୍ତି କରାଯାଇଥିବା ବେଳେ ସବିତାଙ୍କ ମୃତ୍ୟୁ ହୋଇଥିଲା।

Pregnant lady died

Pregnant lady died

Advertisment

ଆଜି ବି ଗାଁକୁ ନାହିଁ ରାସ୍ତା। ଖଟିଆରେ ବୁହା ହେଉଛନ୍ତି ରୋଗୀ । ତେବେ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଣପାଜୁ ଗାଁରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ପ୍ରସୂତିଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ନବଜାତକକୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ।

Advertisment

ସୂଚନା ଅନୁସାରେ, ମୃତକ ହେଲେ କଣପାଜୁ ଗାଁର ପ୍ରଦୀପ ମଲ୍ଲିକଙ୍କ ପତ୍ନୀ ସବିତା ମଲ୍ଲିକ। ସବାତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଗତକାଲି ରାତିରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଆସି ପାରିନଥିଲା। ଗାଁଠାରୁ ଦୁଇ କିଲୋମିଟର ଦୂରରେ ଅଟକିଥିଲା ଆମ୍ବୁଲାନ୍ସ । ପରିବାର ଲୋକେ ଖଟରେ ଭାର କରି ଗାଁରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ବୋହି ଆଣିଥିଲେ । ହେଲେ ରାସ୍ତାରେ ନବଜାତକକୁ ଜନ୍ମ ଦେଇଥିଲେ ସବିତା । ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟ ମାଆ ଏବଂ ଛୁଆକୁ ଭର୍ତ୍ତି କରାଯାଇଥିବା ବେଳେ ସବିତାଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ମେଡିକାଲ ଯିବା ବାଟରେ ଚାଲିଗଲା ରୋଗୀଙ୍କ ଜୀବନ। କଟକ ଟାଙ୍ଗୀନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମୟୂରଭଂଜ ମହୁଲବରେଇ ଗାଁର ଫୁଲ ସୋରେନ। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ମୃତକଙ୍କ ପୁଅ ଓ ଝିଅ ଗୁରୁତର ଅଛନ୍ତି । ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

Advertisment

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଆମ୍ବୁଲାନ୍ସଟି ମୟୂରଭଂଜ ମହୁଲବରେଇରୁ ଆସୁଥିବା ବେଳେ କଟକ ଟାଙ୍ଗୀ ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି ।

Pregnant Woman Ambulance Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ