Advertisment

‘କଟକରେ ରହିବ ଅବକାରୀ କମିଶନର ଅଫିସ୍‌, ସ୍ଥାନାନ୍ତର ଲାଗି ନାହିଁ କୌଣସି ପ୍ରସ୍ତାବ’

କଟକରେ ଅବକାରୀ କମିଶନର ଅଫିସ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନାହିଁ । ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ୍‌, ଜରୁରୀ କାମ ପଡ଼ିଲେ ଆସେ ।

ଅଦ୍ୟତନ ହୋଇଛି
Excise Office

Excise Office

Advertisment

କଟକରେ ଅବକାରୀ କମିଶନର ଅଫିସ ରହିବ କହିଲେ ଅବକାରୀ କମିଶନର ନରସିଂହ ଭୋଳ । ଓଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କଟକରେ ଅବକାରୀ କମିଶନର ଅଫିସ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନାହିଁ । ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ୍‌, ଜରୁରୀ କାମ ପଡ଼ିଲେ ଆସେ । ପୂର୍ବରୁ ରାଜସ୍ବ ବିଭାଗ ଅଧିନରେ ଅବକାରୀ ବିଭାଗ ରହିଥିଲା । ସେଥିପାଇଁ କମିଶନର ଅଫିସ ରାଜସ୍ବ ପର୍ଷଦ କୋଠାରେ ଚାଲିଥିଲା । ୧୯୯୯ରେ ଅଲଗା ହେବା ପରେ ବି ଅଫିସ ସେଇଠି ଚାଲିଥିଲା । ୨ ବର୍ଷ ତଳେ ନିର୍ଦ୍ଦେଶ ହେବାରୁ ଫ୍ଲାଇଂ ସ୍କ୍ବାଡ୍ ଅଫିସକୁ ସ୍ଥାନାନ୍ତର ହୋଇଥିଲା ବୋଲି ନରସିଂହ ଭୋଳ କହିଛନ୍ତି ।

Advertisment

ତେବେ କଟକରେ ସ୍ଥାନାଭାବରୁ କେବଳ ଲ୍ୟାବ୍ ଭୁବନେଶ୍ବର ଆସିଥିଲା । ଗୋଦାମ, ଲ୍ୟାବ୍ ଏବଂ ଫ୍ଲାଇଂ ସ୍କ୍ବାଡ୍ ଅଫିସ ଭୁବନେଶ୍ବର ଆସିଥିଲା । କମିଶନର ଅଫିସ କଟକରେ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନାହିଁ ବୋଲି କମିଶନର ଭୋଳ କହିଛନ୍ତି । ସୂଚନା ଅନୁସାରେ ଗତକାଲି କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ ସିଡିଏ କୃଷକ ବଜାରରେ ଥିବା ଅବକାରୀ କମିଶନରଙ୍କ ଅଫିସକୁ ପରିଦର୍ଶନରେ ଯାଇଥିଲେ । ଯଦି ସରକାର କଟକରୁ ଏହି ଅଫିସ ଉଠାଇ ଦିଅନ୍ତୁ ତେବେ ଆଗକୁ ଆନ୍ଦୋଳନ ହେବ ବୋଲି ସେ କହିଥିଲେ ।

Cuttack Excise Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ