ପୂଜାରେ ବାଜିବନି DJ, ରାଜଧାନୀରେ ହେବ ମଦମୁକ୍ତ .. ବଟି ମାଗିଲେ ବନ୍ଧା ହେବେ

ରାଜଧାନୀରେ ଏଥର ମଦମୁକ୍ତ, ଡିଜେ ମୁକ୍ତ, ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ଆହ୍ୱାନ । ଚାନ୍ଦା ନାଁରେ ବଟି ମାଗିଲେ ବନ୍ଧା ହେବେ ।

Durga Puja

ରାଜଧାନୀରେ ଏଥର ମଦମୁକ୍ତ, ଡିଜେ ମୁକ୍ତ, ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ଆହ୍ୱାନ । ଚାନ୍ଦା ନାଁରେ ବଟି ମାଗିଲେ ବନ୍ଧା ହେବେ । ପୂଜା ମଣ୍ଡପରେ ମଦମୁକ୍ତ ଶପଥ ପାଠ କରାଇବ ପୋଲିସ । ଏଥର ଦଶହରା ପୂଜାକୁ ରାଜଧାନୀରେ ଏଭଳି ଢଙ୍ଗରେ କରିବାକୁ ଆଜି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

ପୁଷ୍ପାଞ୍ଜଳି ଦେବା ବେଳେ ମାଆଙ୍କ ନିକଟରେ ମଦ ମୁକ୍ତ ଶପଥ ପାଠ କରିବେ ପୂଜା କମିଟି ସଦସ୍ୟ । ଏଥର ଭୁବନେଶ୍ୱରରେ ୧୭୧ଟି ସ୍ଥାନରେ ଦୁର୍ଗାପୂଜା ହେବ । ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି । ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ ଟା ପରିବର୍ତ୍ତେ ୧୨ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି ।

ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି । ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି । ଅପରାଧ କାର୍ଯ୍ୟକଳାପ ରୋକିବାକୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ୍ । ଦଶହରାରେ ରାଜଧାନୀରେ ଟ୍ରାଫିକ, ଆଇନ ଶୃଙ୍ଖଳା, ମେଲୋଡି ଓ ରାବଣପୋଡି ସମୟରେ ସବୁକିଛି କିଭଳି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ତାକୁ ନେଇ ହୋଇଛି ବିସ୍ତୃତ ଆଲୋଚନା ।