ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ରାସ୍ତା ଉପରେ ତୋରଣ ମନା

ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 

Dussehra gates

ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି ହାଇକୋର୍ଟ । ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 

କଟକ ସହରର ରାସ୍ତାଘାଟ ଅବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ନର୍ସ ଆନ୍ଦୋଳନ ପ୍ରସଙ୍ଗରେ ଆପୋଷ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ରେ ମାମଲାର ପରବର୍ତ୍ତି ଶୁଣାଣି ହେବ । 

ଏପଟେ ଦେବୀ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ମା’ଙ୍କ ଦର୍ଶନ ପାଇଁ ଲାଗୁଛି ଭକ୍ତଙ୍କ ଗହଳି । କରାଯାଉଛି ପୂଜାପାଠ । ରୀତିନୀତି ଅନୁଯାଇ ଚାଲିଛି ନୀତିକାନ୍ତି । ଗଞ୍ଜାମ ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଓ ସୋରଡାର ଅଧିଷ୍ଠାତ୍ରୀ ଦେବୀ ମା’ କନ୍ଧୁଣିଦେବୀଙ୍କ କଣ୍ଟାପିଢ଼ା ଯାତ୍ରାର ଚାଲିଛି ପୂଜା । ମା’ ତାରାତାରିଣୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ, ଋଷିକୂଲ୍ୟା ନଦୀରୁ ଜଳଭାର ନେଇ ୯୯୯ ପାହାଚ ଚଢି ପୀଠରେ ପହଞ୍ଚିଛନ୍ତି ସେବାୟତ ପରିବାରର ମହିଳାମାନେ । 

ପବିତ୍ର ମୂଳାଷ୍ଟମି ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା’ ତାରାତାରିଣୀଙ୍କ ପୀଠରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ମା’ଙ୍କ ସ୍ନାନ ସହ ଷୋଡ଼ଶ ଉପଚାର ପୂଜା ଦେଖିବା ପାଇଁ ଏଠି ଭକ୍ତଙ୍କ ଗହଳି ଲାଗିରହେ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ତାରାତାରିଣୀଙ୍କ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଷୋଡ଼ଶ ଉପଚାର ପୂଜା ସମୟରେ ମା’ଙ୍କୁ ଦର୍ଶନ କରି ଅଖଣ୍ଡ ଦୀପ ଜାଳିଲେ ଦୁଃଖ ଲାଘବ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି ।