Advertisment

Cyclone Dana: ଦୁଇ ଦିନ ଯାଏ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ହବିଷ୍ୟାଳି

ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି।

ଅଦ୍ୟତନ ହୋଇଛି
Habisiyalis

Habisiyalis

Advertisment

ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି। ଆନନ୍ଦ ବଜାରରେ ଅସ୍ଥାୟୀ ଟିଣ ବାହାର କରିଦିଆଯାଇଛି। ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟଶେଜ ଘର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ସେହିପରି ସିଂହଦ୍ବାର ସମ୍ମୁଖ LED ସ୍କ୍ରିନ ଅପସାରଣ କରାଯାଇଛି। କୋଇଲି ବୈକୁଣ୍ଠ ପରିସର ଗୃହରେ ଟିଣ ସିଟ୍ ଛାତ ଉପରେ ଦିଆଯାଇଛି ବାଲି ବସ୍ତା। ସାତପାହାଚ ନିକଟରେ ଭକ୍ତଙ୍କ ସୁବିଧା ପାଇଁ ଧାଡ଼ି ବ୍ୟବସ୍ଥା ବାରିକେଡ୍ ଉପର ଛାତ କଢ଼ାଯାଇଛି। ସିଂହଦ୍ବାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ ମଧ୍ୟ କଢ଼ାଯାଇଛି। ଏଥିସହ ସିସିଟିଭି ବ୍ୟବସ୍ଥା ପ୍ରଭାବିତ ନ ହେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ହବିଷ୍ୟାଳି କେନ୍ଦ୍ରରେ ବି ବାତ୍ୟା ମୁକାବିଲା ନେଇ ହୋଇଛି ପ୍ରସ୍ତୁତି। ହବିଷ୍ୟାଳି କେନ୍ଦ୍ରରେ ଯଦି ବିଦ୍ୟୁତ ସେବା ବିଚ୍ଛିନ୍ନ ହୁଏ, ତେବେ ଡିଜି ସେଟ୍ ରଖାଯାଇଛି। ଆବଶ୍ୟକ ଅନୁଯାୟୀ ଖାଦ୍ୟ ମହଜୁଦ ରଖାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳୀଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି ।

Advertisment

ଏପଟେ ବାତ୍ୟା ଯୋଗୁଁ ସ୍ମାର୍ଟସିଟି ଭୁବନେଶ୍ୱର ଏବଂ ବାଉନ ବଜାର ତେପନ ଗଳିର ସହର କଟକରେ ବି ବଢ଼ିଛି ଚିନ୍ତା। ଜଳବନ୍ଦୀ ସମସ୍ୟାକୁ ଏଡ଼ାଇବା ପାଇଁ କଟକ ଜିଲ୍ଲାପାଳ ଏବଂ ମେୟର ପ୍ରମୁଖ ବକ୍ସଡ୍ରେନ ଏବଂ ମାତୃ ଭବନ ଗେଟର ତଦାରଖ କରିଛନ୍ତି। ସେହିପରି ତଳି ଅଞ୍ଚଳ ବାସିନ୍ଦାଙ୍କ ସ୍ଥାନାନ୍ତର ଓ ଥଇଥାନ ପାଇଁ ମୋଟ ୨ ଶହରୁ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ। ଜଳ ନିଷ୍କାସନ ପାଇଁ ଲଗାଯାଇଛି ୨୧୧ଟି ହେଭି ପମ୍ପସେଟ୍। ତେବେ କାଠଯୋଡ଼ି ନଦୀକୂଳରେ ସରକାରୀ ପ୍ରସ୍ତୁତି ନଥିବାରୁ ଭୟଭୀତ ସ୍ଥାନୀୟ ବସ୍ତି ବାସିନ୍ଦା।

ଅସରାଏ ବର୍ଷା ହେଲେ ଉବୁଟୁବୁ ହେଉଥିବା ସ୍ମାର୍ଟସିଟି ଭୁବନେଶ୍ବରରେ ବି ବାତ୍ୟା ମୁକାବିଲା ପାଇଁ ବଡ଼ ପ୍ରସ୍ତୁତି। ତଳି ଅଞ୍ଚଳ ଏବଂ ବସ୍ତି ବାସିନ୍ଦାଙ୍କ ପାଇଁ ସହରରେ ୮୦ରୁ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯିବା ସହ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମେୟର। ବିଜୁଳି, ପିଇବା ପାଣିର ନିରବଚ୍ଛିନ୍ନ ସେବା ପାଇଁ ପଦକ୍ଷେପ ନିଆଯାଇଥିବା ମେୟର କହିଛନ୍ତି।

Advertisment

ସେହିପରି ବିଏମସି ପକ୍ଷରୁ ଜାରି ହୋଇଛି ହେଲପଲାଇନ ନମ୍ବର 1929। ସମ୍ଭାବ୍ୟ ବାତ୍ୟାକୁ ଦେଖି ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ହାଇମାଷ୍ଟ ଲାଇଟ୍ ଗୁଡ଼ିକୁ ତଳକୁ ଖସାଇ ଦିଆଯାଇଛି। ସେପଟେ ଟ୍ବିନସିଟି ପାଇଁ କମିଶନରେଟ ପୋଲିସ ପକ୍ଷରୁ ୧୦ଟି ଜରୁରୀକାଳୀନ ସେଣ୍ଟର୍ ଖୋଲାଯାଇଥିବା କହିଛନ୍ତି ସିପି।

Srimandir Habisiyali Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ