ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରତା, ଶିକ୍ଷା ଦୂତଙ୍କୁ ପିଟିପିଟି ହତ୍ୟା

ପୁଣି ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରତା । ଛତିଶଗଡ଼ ସୁକମାରେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ।

Naxals Brutally Kill Educator in Chhattisgarh’s Sukma

ପୁଣି ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରତା । ଛତିଶଗଡ଼ ସୁକମାରେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଶିକ୍ଷାଦୂତ ଦୁଧି ଅର୍ଜୁନଙ୍କୁ ନକ୍ସଲ ମାନେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଶିକ୍ଷା ଦୂତ ନିଯୁକ୍ତ କରିଛନ୍ତି ଛଡିଶଗଡ଼ ରାଜ୍ୟ ସରକାର । ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିଥାନ୍ତି ଶିକ୍ଷା ଦୂତ । ସୁକମାରେ ମାଓବାଦୀଙ୍କ ଭୟରେ ବନ୍ଦ ଥିବା ସ୍କୁଲ ଖୋଲିଥିଲେ ଦୁଧି ଅର୍ଜୁନ । ଯାହାକୁ ବିରୋଧ କରୁଥିଲେ ମାଓବାଦୀ । ପୂର୍ବରୁ ଦୁଧି ଅର୍ଜନଙ୍କୁ ମାଓବାଦୀ ମାନେ ଧମକ ଦେଇଥିବା ସୁକମା ଏସପି ସୂଚନା ଦେଇଛନ୍ତି । 

ଗତମାସରେ ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀ ପିଟି ପିଟି ହତ୍ୟା କରିଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଏପରି ବର୍ବର କାଣ୍ଡ ଘଟାଇଥିଲେ । ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ମୃତକ ସୁକୁମା ଜିଲାର ଜାଗରକୋଣ୍ଡା ଥାନା ପୂବର୍ତ୍ତୀ ଗାଁର ଦଶମ ଶ୍ରେଣୀ ଛାତ୍ର ସୋୟାମ ଶଙ୍କର । ପୋଲିସର ସୂଚନା ଦାତା ବୋଲି ଅଭିଯୋଗ କରି ମାଓବାଦୀ ଅତି ନିର୍ମମ ଭାବେ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ ।

ଏହା ପୂର୍ବରୁ ମାଓବାଦୀ ମାନେ ଶଙ୍କରଙ୍କ ଭାଇ ସୋୟାମ ଦୁର୍ଭାକୁ ଗାଁରେ ଗୋଡ଼ାଇ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ । ଘଟଣାକୁ ନେଇ ସୁକୁମା ଏସପି କିରଣ ଚୌହାନ କହିଥିଲେ ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରିଛନ୍ତି । ହେଲେ ସେମାନେ ପ୍ରକୃତରେ ପୋଲିସ ଇନଫର୍ମର ନ ଥିଲେ ବରଂ ଗାଁ ର ସାଧାରଣ ଆଦିବାସୀ ଥିଲେ। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର ହୋଇଥିବା ନେଇ ସୂଚନା ଦେଇଥିଲେ ସୁକୁମା ଏସପି ।