ନନ୍ଦନକାନନରେ ବାଘ ‘ନନ୍ଦନ’ର ମୃତ୍ୟୁ, ଦୁଃଖରେ ବୁଡ଼ିଲା ପ୍ରାଣୀ ଉଦ୍ୟାନ

ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ଆଖି ବୁଜିଲା ବାଘ ‘ନନ୍ଦନ’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୮ ବର୍ଷୀୟ ବାଘ ‘ନନ୍ଦନ’ର ମୃତ୍ୟୁ । ବୟସାଧିକ କାରଣରୁ ବେଶ୍ କିଛି ଦିନ ହେଲା ଚିକିତ୍ସାଧୀନ ଥିଲା ।

Tiger

ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ଆଖି ବୁଜିଲା ବାଘ ‘ନନ୍ଦନ’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୮ ବର୍ଷୀୟ ବାଘ ‘ନନ୍ଦନ’ର ମୃତ୍ୟୁ । ବୟସାଧିକ କାରଣରୁ ବେଶ୍ କିଛି ଦିନ ହେଲା ଚିକିତ୍ସାଧୀନ ଥିଲା । ଅସୁସ୍ଥତା ଯୋଗୁ ଅସ୍ଥି ଶଲ୍ୟ ବିଭାଗ ଚିକିତ୍ସା କରୁଥିଲେ । ନନ୍ଦନକାନନ ପ୍ରାଣୀ ଉଦ୍ୟନର ୩୧ ନମ୍ବର ବାଘ ଖୁଆଡ଼ ଫିଡିଂ ଚାମ୍ବରରେ ରହୁଥିଲା ଜଙ୍ଗଲୀ ବାଘ ନନ୍ଦନ ।

୨୦୧୩ ମାର୍ଚ୍ଚ ୨୪ରେ ନନ୍ଦନକାନନ ଅଭୟାରଣ୍ୟରୁ ଏହି ବାଘ ପ୍ରାଣୀ ଉଦ୍ୟନ ଭିତରକୁ ପଶିଆସିଥିଲା । ପରବର୍ତ୍ତୀ ସମୟରେ ଏହି ବାଘର ନାମ ନନ୍ଦନ ନାମରେ ନାମିତ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସଂରକ୍ଷିତ ପ୍ରଜନନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଗଲା ।

ଗତ ୨୦୧୩ ମାର୍ଚ୍ଚ ୨୫ ରେ ବାଘଟି ପୁଣି ଥରେ ଧଳା ବାଘ ସଫାରୀ ନିକଟରେ ଦେଖାଯାଇଥିଲା । ପରେ ପରେ ନନ୍ଦନକାନନରେ ଥିବା ଏନକ୍ଲୋଜର୍ ନମ୍ବର ୩୨ ପାଖେ ବାରବାର ଦେଖଯାଇଥିଲା । ମାର୍ଚ୍ଚ ୨୯ ରେ ସେ ସଫାରୀ ଭିତରକୁ ପଶି ଆସିଥିଲା ଓ ସେଠାରେ ସେ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ରହିଥିଲା ।

ମାର୍ଚ୍ଚ ୩୧ ତାରିଖରେ ସେ ନନ୍ଦନକାନନ ଭିତରେ ଥିବା ଏନକ୍ଲୋଜର୍ ନମ୍ବର୍ ୩୨C ପର୍ଯ୍ୟନ୍ତ ଆସିଥିଲା । ତେବେ ଏନକ୍ଲୋଜରରୁ ବାଘଟି ପ୍ରାୟ ୧୮ ଫୁଟ ଉଚ୍ଚର ପାଚେରୀ ଡେଇଁ ଭିତରକୁ ପଶିଥିଲା । ଏହା ପରେ ପରେ ବାଘଟି ଆଉ ଫେରିନଥିଲା । ଫଳରେ ସରକାରଙ୍କ ଅନୁମତି କ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ବାଘକୁ ନିଜ ପାଖେ ରଖିଥିଲେ । ନନ୍ଦନ ଔରସରୁ ୯ ଟି ଛୁଆ ଜନ୍ମ ହୋଇଥିଲେ । ସାତ ବର୍ଷରେ ସେ ନନ୍ଦନକାନନକୁ ଆସିଥିବା ବେଳେ ୧୮ ବର୍ଷରେ ମୃତ୍ୟୁ ହୋଇଯାଇଛି ।