Advertisment

ବାତ୍ୟା ‘ଦାନା’ ପାଇଁ ଏହି ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ-ବଟନିକାଲ୍ ଗାର୍ଡେନ୍

ଜୀବଜନ୍ତୁଙ୍କୁ ସୁରକ୍ଷିତ ରଖିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଉଦ୍ୟମ ।

undefined

Nandankanan

Advertisment

ଝଡ଼଼ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୋଳାହଳର ପରିବେଶ । ବିଶ୍ରାମ ମୁଦ୍ରାରେ ମହାବଳ। ଖୋଲା ଆକାଶ ତଳେ ବିନ୍ଦାସ ବିଚରଣ କରୁଛି ସିଂହ। ଭାଲୁ ବି ମଉଜ ମସ୍ତିରେ ମାତିଛି। ଆଉ ଏହି ଜଙ୍ଗଲୀ ଜନ୍ତୁ ସବକୁ ପାଖରୁ ଦେଖି ଖୁସି ହେଉଛନ୍ତି ଦେଖେଣାହାରୀ। ନିଜ ମୋବାଇଲ କ୍ୟାମେରାରେ କଏଦ କରୁଛନ୍ତି ଦେଶୀ ବିଦେଶୀ ପର୍ଯ୍ୟଟକ। ହେଲେ କାଲିଠାରୁ ୨ ଦିନ ଯାଏଁ ବନ୍ଦ ରହିବ ନନ୍ଦନକାନନ। ବାତ୍ୟା ଦାନା ଓ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ୨୪ ଏବଂ ୨୫ ତାରିଖ ଦୁଇ ଦିନ ଲାଗି ଜୁ' ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Advertisment

ବାତ୍ୟା ବେଳେ ପଶୁ ପକ୍ଷୀଙ୍କ ପାଇଁ ପାନୀୟ ଜଳ ଓ ଖାଦ୍ୟ ମହଜୁଦ ରଖାଯାଉଛି। ବିଶେଷ କରି ବାଘ, ଭାଲୁ ଭଳି ବଡ଼ ପଶୁମାନଙ୍କୁ ଫିଡିଂ ସେଲରେ ଆବଦ୍ଧ କରି ରଖାଯିବ। ସେମାନଙ୍କୁ ସେଲ୍ ଭିତରେ ଖାଦ୍ୟ ଯୋଗାଇ ଦିଆଯିବ। ଛୋଟ ଛୋଟ ପକ୍ଷୀମାନଙ୍କୁ ସ୍ପେଶାଲ୍ ଏନକ୍ଳୋଜରରେ ରଖାଯାଇଛି। ସେହିପରି ବଡ଼ ପକ୍ଷୀମାନଙ୍କ ଏନକ୍ଲୋଜରକୁ ନେଟ୍ ଦ୍ୱାରା ଆଚ୍ଛାଦିତ କରାଯାଉଛି। ଅନ୍ୟପକ୍ଷରେ କାଚ ଘରେ ରଖାଯାଇଥିବା ସାପମାନେ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ଗାର୍ଡୱାଲ୍ ତିଆରି କରାଯାଇଛି।

ବାତ୍ୟା ଯୋଗୁଁ ଜୀବଜନ୍ତୁମାନେ ଆହତ କିମ୍ବା ଅସୁସ୍ଥ ହେଲେ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀଙ୍କ ସହିତ ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଚିକିତ୍ସା ଉପକରଣ ସହିତ ଚିକିତ୍ସକ ଦଳକୁ ସଜାଗ ରଖାଯାଇଛି। ସେହିପରି କାଳେ ଗଛ ଡାଳ ପଡ଼ି ଅଘଟଣ ଘଟିବ ତେଣୁ ଗଛକୁ ଟ୍ରିମିଂ କରାଯାଇଛି। ଏହା ସହ ବାତ୍ୟା ଦାନାର ମୁକାବିଲା ପାଇଁ ଆବଶ୍ୟକ ସରଞ୍ଜାମ ସହିତ ଆଲର୍ଟରେ ରହିଛନ୍ତି ୪ଟି କୁଇକ୍ ରିଆକ୍ସନ ଟିମ୍।

Advertisment

Nandankanan Cyclone Update Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ