Advertisment

ପାଇଲଟ୍‌ ହେବାକୁ ସ୍ୱପ୍ନ ଦେଖୁଛି ଗରିବ ଝିଅ

ଏ କୁନି ହାତ ତତଲା କଡେଇରୁ ବାହାରକରୁଛି ଗରମ ଗରମ ପୁରି... ପାଖରେ ମାଆ ଅଟା ଦଳି ପୁରି ବେଲି ଝିଅକୁ ବଢ଼ାଇ ଦେଉଛନ୍ତି... ଗରମ କଡେଇ ପାଖରେ ଛିଡା ହୋଇ ପୁରି ସାଙ୍ଗକୁ ସିଙ୍ଗଡ଼ା, ବରା, ଚାଓମିନ୍‌ ରୋଲ ଭଳି ବିଭିନ୍ନ ଖାଦ୍ୟ ଜିନିଷ ତିଆରି କରୁଛନ୍ତି ଏ ମା’ ଝିଅ ।

ଅଦ୍ୟତନ ହୋଇଛି
Special Story

Special Story

Advertisment

କୁନି ହାତ କଡେଇରୁ ବାହାର କରୁଛି ଗରମ ଗରମ ପୁରି... ପାଖରେ ମାଆ ଅଟା ଦଳି ପୁରି ବେଲି ଝିଅକୁ ବଢ଼ାଇ ଦେଉଛନ୍ତି... ଗରମ କଡେଇ ପାଖରେ ଛିଡା ହୋଇ ପୁରି ସାଙ୍ଗକୁ ସିଙ୍ଗଡ଼ା, ବରା, ଚାଓମିନ୍ ରୋଲ ଭଳି ବିଭିନ୍ନ ଖାଦ୍ୟ ଜିନିଷ ତିଆରି କରୁଛନ୍ତି ମା’ ଝିଅ । ଆଉ ଗ୍ରାହକଙ୍କୁ ଗରମାଗରମ ପରସି ଦେଉଛନ୍ତି । ଏ ହେଉଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ଏସ. ଲିପ୍ସା ସ୍ୱାମୀ । ପାଠ ବି ଖୁବ୍ ଭଲ ପଢ଼ନ୍ତି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କୋଷାଗୁମୁଡା ଗାଁରେ ତାଙ୍କ ଘର । ସକାଳୁ ସକାଳୁ ଟ୍ୟୁସନ୍ ସାରି ମା’ଙ୍କ ଟିଫିନ୍ ଦୋକାନକୁ ସବୁଦିନ ଚାଲିଆସନ୍ତି । ମା’ଙ୍କୁ କାମରେ ସହଯୋଗ କରନ୍ତି ।

Advertisment

କୋଷାଗୁମୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ନ୍ତି ଲିପ୍ସା । ସ୍କୁଲରୁ ଫେରି ମଧ୍ୟ ମା’ଙ୍କୁ ଟିଫିନ୍ ଦୋକାନରେ ସାହାଯ୍ୟ କରନ୍ତି । ରାତି ହେଲେ ଦୋକାନ ବନ୍ଦ କରି ମା’ ଝିଅ ଘରକୁ ଫେରିବା ପରେ ସେ ଘରେ ବିଶ୍ରାମ ନନେଇ ପାଠପଢ଼ନ୍ତି । ଭବିଷ୍ୟତରେ ଲିପ୍ସା ଜଣେ ପାଇଲଟ୍ ହେବାକୁ ସ୍ୱପ୍ନ ରଖିଛନ୍ତି l ତେବେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଆଗକୁ ସରକାର ଲିପ୍ସାଙ୍କୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଶିକ୍ଷକ ଓ ଗ୍ରାମବାସୀ ।

ଏସ. ଲିପ୍ସାଙ୍କ ବାବା ଜଣେ ପକ୍ଷାଘାତ ରୋଗୀ । ତେଣୁ ସେ କୌଣସି କାମ କରିପାରନ୍ତି ନାହିଁ । ଫଳରେ ମା’ ଝିଅ ଏହି ଟିଫିନ୍ ଦୋକାନକୁ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି । ଦୁଇ ଝିଅଙ୍କ ଜୀବନ ଗଢ଼ିବାକୁ ସାହାରା ସାଜିଛି ଏହି ଛୋଟିଆ ଟିଫିନ୍ ସେଣ୍ଟର । ବଡ଼ ଝିଅ ଭୁବନେଶ୍ୱରରେ ରହି ପାଠ ପଢ଼ୁଥିବାବେଳେ ସାନ ଝିଅ ମାଆଙ୍କ ସହିତ କାମ କରିବା ସହ ପାଠ ପଢି ପାଇଲଟ ହେବାର ସ୍ବପ୍ନ ରଖିଛନ୍ତି l

Advertisment

ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ଯଦି ଏହି ପରିବାରକୁ ସହଯୋଗର ହାତ ବଢ଼ାନ୍ତେ, ତେବେ ଏ ଗରିବ ପରିବାରର ଦୁଃଖ ଦୂର ହେବା ସହ ଏସ୍ ଲିପ୍ସାଙ୍କ ପାଇଲଟ୍ ସ୍ୱପ୍ନ ସାକାର ହୋଇପାରନ୍ତା ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ