Advertisment

Monster Fish: ମହାନଦୀରୁ ମିଳିଲା ରାକ୍ଷସ ମାଛ...ପାଖକୁ ଗଲେ ଗିଳି ଦେବ, ଓଜନ...

ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବା ସମୟରେ ଏହି ୬ ଫୁଟ ଲମ୍ବ ଓ ୧ କୁଇଟାଂଲର ଓଜନର ବୋଦା ମାଛ ଜାଲରେ ପଡିଥିଲା। ଏହାକୁ ୪ଜଣ ମତ୍ସ୍ୟଜୀବୀ ଧରି ବହୁ କଷ୍ଟରେ କୂଳକୁ ଆଣିଥିଲେ। ବିଶାଳ ମାଛ ହୋଇଥିବାରୁ ଏହା ମଣିଷଙ୍କୁ ମଧ୍ୟ ମାରି ଦେବାର କ୍ଷମତା ରଖିଛି ବୋଲି କହିଛନ୍ତି ଏହାକୁ ଧରିଥିବା ମତ୍ସ୍ୟଜୀବୀ ।

ଅଦ୍ୟତନ ହୋଇଛି
ରାକ୍ଷସ ମାଛ

ରାକ୍ଷସ ମାଛ

Advertisment

ମହାନଦୀରୁ ମିଳିଲା ରାକ୍ଷସ ମାଛ। ୧ କୁଇଣ୍ଟାଲର ଏହି ମାଛ ଦେଖିବାକୁ ଯେତିକି ବଡ଼, ରୂପ ତାର ସେତିକି ଭୟାନକ। ଥରେ ଦେଖନ୍ତୁ ଦୃଶ୍ୟ, ବିଶାଳ ପାଟି ଓ ମୁନିଆ ଦାନ୍ତରେ ମଣିଷକୁ ମାରିଦେବାର କ୍ଷମତା ରଖିଥାଏ ଏହି ମାଛ। ଯାହାକୁ ମହାନଦୀ ମଧ୍ୟରୁ ଜାଲରେ ଧରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ୨ ମତ୍ସ୍ୟଜୀବୀ। ଏହାର ନାଁ ହେଉଛି ବୋଦା ମାଛ।

Advertisment

ଚିରସ୍ରୋତା ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବା ସମୟରେ ଏହି ୬ ଫୁଟ ଲମ୍ବ ଓ ୧ କୁଇଟାଂଲର ଓଜନର ବୋଦା ମାଛ ଜାଲରେ ପଡିଥିଲା। ଏହାକୁ ୪ଜଣ ମତ୍ସ୍ୟଜୀବୀ ଧରି ବହୁ କଷ୍ଟରେ କୂଳକୁ ଆଣିଥିଲେ। ବିଶାଳ ମାଛ ହୋଇଥିବାରୁ ଏହା ମଣିଷଙ୍କୁ ମଧ୍ୟ ମାରି ଦେବାର କ୍ଷମତା ରଖିଛି ବୋଲି କହିଛନ୍ତି ଏହାକୁ ଧରିଥିବା ମତ୍ସ୍ୟଜୀବୀ ।

ତେବେ ଏହି ବିରାଟ ମାଛକୁ ଦେଖିବାକୁ ବିନିକାପଡ଼ାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତେ ନିଜ ଘରୁ ବାହାରି ଆସି ମାଛ ଚାରିପଟେ ଭିଡ଼ ଜମାଇଥିଲେ। ବିଶେଷ କରି ଛୋଟ ପିଲାମାନେ ଏପରି ମାଛ କେବେ ଦେଖି ନଥିବାରୁ ସେମାନେ ଅଧିକ ଉତ୍ସାହିତ ହୋଇଯାଇଥିଲେ। ଏପରିକି କେହି କେହି ତ ଏହି ମାଛ ଉପରେ ବସି ଫଟୋ ମଧ୍ୟ ଉଠାଇଥିଲେ।

Advertisment

ମହାନଦୀରେ ସବୁଦିନ ଭଳି ମାଛ ଧରୁ ଧରୁ ଏହି ବିରାଟ ମାଛ ମତ୍ସ୍ୟଜୀବୀଙ୍କ ହାତରେ ଲାଗିଥିଲା। ପୂର୍ବରୁ ଏପରି ୩୦ରୁ ୪୦ କିଲୋ ଓଜନର ମାଛ ଧରିଥିଲେ ସେମାନେ। ହେଲେ ୧୦୦ କିଲୋରୁ ଅଧିକ ଓଜନର ମାଛ କେବେ ବି ଧରି ନଥିଲେ। ଏହି ମାଛର ଖୁବ ଅଧିକ ଡିମାଣ୍ଡ ଥିବାରୁ ବଜାରରେ ଏହାର କେଜି ୩୦୦ ଟଙ୍କାରେ ବିକ୍ରି ହେଉଛି ବୋଲି କହିଛନ୍ତି ମତ୍ସ୍ୟଜୀବୀ।

ଏହି ମାଛକୁ ଇଂରାଜୀରେ କ୍ୟାଟ୍ ଫିସ୍ କୁହାଯାଏା ସମୁଦ୍ର ଓ ବଡ଼ ନଦୀର ଗଭୀର ପାଣିରେ ଏହି ମାଛ ଥାଏ। ଏହି ମାଛକୁ ନେଇ ସାଧାରଣତଃ ଔଷଧିୟ ସାମଗ୍ରୀ ପ୍ରସ୍ତୁତ ହୁଏା ବିଶେଷ ଭାବେ ବିଦେଶରେ ଏହାର ଚାହିଦା ରହିଛିା

Advertisment
Fisherman Fishing Mahanadi Giant Fish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ