Advertisment

ବିଧାୟକଙ୍କ ମୁଣ୍ଡକୁ ଚଢ଼ିଗଲା ରାଗ, ଫୋପାଡ଼ି ଦେଲେ ଫାଇଲ

ନୂଆଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ନେଇ ପଂଚାୟତ ସମିତି ବୈଠକ ବସିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦଶପଲ୍ଲା ବିଧାୟକ ରମେଶ ବେହେରା ।

ଅଦ୍ୟତନ ହୋଇଛି
Daspalla MLA

Daspalla MLA

Advertisment

ରାଗିଗଲେ ବିଧାୟକ, ଫୋପାଡ଼ିଲେ ଫାଇଲ । ନୂଆଗାଁ ବ୍ଲକ ଅଫିସରେ ପଂଚାୟତ ସମତ ବୈଠକ ଚାଲିଥିବା ବେଳେ, ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନୂଆଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ନେଇ ପଂଚାୟତ ସମିତି ବୈଠକ ବସିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦଶପଲ୍ଲା ବିଧାୟକ ରମେଶ ବେହେରା ।

Advertisment

ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ଅଧପନ୍ତରିଆ ପଡିଥିବା ବେଳେ, ଶୀଘ୍ର ସାରିବାକୁ ତାଗିଦ୍ କରିଥିଲେ ବିଧାୟକ । ଏପରିକି ବୈଠକ ଅଧାରୁ ହଠାତ ବିଡିଓଙ୍କ ଉପରେ ଖପ୍ପା ହୋଇ, ଫାଇଲ ଫୋପାଡିଥିଲେ ବିଧାୟକ ରମେଶ ବେହେରା । ଆଗକୁ ଉନ୍ନୟନ ମୂଳକ କାମ ଅଟକିଲେ ରାଜରାସ୍ତାକୁ ଓହ୍ଲାଇବାକୁ ବିଡିଓଙ୍କୁ ଚେତାବନୀ ଦେଇଥିଲେ ରମେଶ । ତେବେ ଏନେଇ ନୂଆଗାଁ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନି ।

Development Nuagaon Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ